Posted inଜାତୀୟ

ଝୁଲାପୋଲ ହଠାତ ଭୁଶୁଡି ପଡିନି, ୨ ବର୍ଷ ପୂର୍ବରୁ ମିଳିଥିଲା ସୂଚନା, ଚିଠିରୁ ପର୍ଦ୍ଦାଫାଶ୍‌…

ମୋରବି,୨।୧୧ : ମୋରବି ଝୁଲାପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ପୋଲ ହଠାତ ଭୁଶୁଡି ପଡିଥିବା ଭାବିବା ଭୁଲ। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ନେଇ ଦୁଇ ବର୍ଷ ପୂର୍ବେ ଚେତାବନୀ ଦିଆଥିଲା। କିନ୍ତୁ ବେପରୁଆ ଅଧିକାରୀମାନେ ଏହାକୁ ଅଣଦେଖା କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲର ରକ୍ଷଣାବେକ୍ଷଣ ଏବଂ ମରାମତି ଦାୟିତ୍ୱ ନେଇଥିବା ଓରେଭା କମ୍ପାନୀ ପକ୍ଷରୁ ଜାନୁଆରୀ ୨୦୨୦ ତାରିଖର ଚିଠି ସାମ୍ନାକୁ ଆସିଛି। ଏହି ଚିଠି ମୋରବି ଜିଲା କଲେକ୍ଟରଙ୍କୁ ଲେଖାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଅସ୍ଥାୟୀ ମରାମତି କରି ଆମେ ପୋଲକୁ ଖୋଲିଦେବୁ। ଏହି ଚିଠି ପରେ ମଧ୍ୟ ଅଧିକାରୀମାନେ ଚୁପ ରହିଲେ ଏବଂ ଏତେ ବଡ଼ ଦୁର୍ଘଟଣା ଘଟିଲା ।

ଜାନୁୟାରୀ ୨୦୨୦ର ଏହି ଚିଠିରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସୂଚାଇ ଦେଉଛି ଯେ ସେତୁ ପାଇଁ ଚୁକ୍ତିନାମାକୁ ନେଇ କମ୍ପାନୀ ଏବଂ ଜିଲା ପ୍ରଶାସନ ମଧ୍ୟରେ ଲଢ଼େଇ ଜାରି ରହିଥିଲା। ପୋଲର ରକ୍ଷଣାବେକ୍ଷଣ ପାଇଁ ଓରେଭା ଗ୍ରୁପ ସ୍ଥାୟୀ ଚୁକ୍ତି ଚାହୁଁଥିବା ଚିଠିରେ ଦର୍ଶାଯାଇଛି। ସ୍ଥାୟୀ ଚୁକ୍ତି ନହେବା ପର୍ଯ୍ୟନ୍ତ ପୋଲ ଉପରେ ଅସ୍ଥାୟୀ ମରାମତି ଜାରି ରଖିବେ ବୋଲି କମ୍ପାନୀ କହିଥିଲା।

ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଓରେୱା ଫାର୍ମ ବ୍ରିଜର ମରାମତି ପାଇଁ ସାମଗ୍ରୀ ଅର୍ଡର କରିବ ନାହିଁ ଏବଂ କମ୍ପାନୀର ଦାବି ପୂରଣ ହେବା ପରେ କାର୍ଯ୍ୟ ଶେଷ ହେବ।

ସମସ୍ତ ଅବହେଳା ପରେ ମଧ୍ୟ ଓରେଭା ଗ୍ରୁପକୁ ଜିଲା ପ୍ରଶାସନ ସ୍ଥାୟୀ ଟେଣ୍ଡର ପ୍ରଦାନ କରିଥିଲା। ଜାନୁୟାରୀ ୨୦୨୦ରେ ଜାରି ହୋଇଥିବା ଏହି ଚିଠି ପରେ ମଧ୍ୟ ଓରେଭା ଗ୍ରୁପ ସହିତ ପୋଲର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୫ ବର୍ଷ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମାର୍ଚ୍ଚ ୨୦୨୨ ରେ ମୋରବି ମ୍ୟୁନିସିପାଲିଟି କର୍ପୋରେଶନ ଏବଂ ଅଜନ୍ତା ଓରେଭା କମ୍ପାନୀ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତି ୨୦୩୭ ପର୍ଯ୍ୟନ୍ତ ବୈଧ ଥିଲା।

ଦୁର୍ଘଟଣା ପରେ ମୋରବି ମ୍ୟୁନିସିପାଲିଟି ଏହି ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରୂପେ ଏଡାଇ ଦେଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ମ୍ୟୁନିସିପାଲିଟି ଅଧିକାରୀ ସନ୍ଦୀପ ସିଂ କହିଛନ୍ତି ଯେ ଓରେଭା ଗ୍ରୁପ ଚୁକ୍ତିନାମାର ଉଲ୍ଲଂଘନ କରିଛି। କମ୍ପାନୀ ପୌରସଂସ୍ଥାକୁ ନ ଜଣାଇ ପାଞ୍ଚ ମାସ ମଧ୍ୟରେ ପୋଲ ଖୋଲିଥିଲେ। ସେ କହିଛନ୍ତି ଯେ ପୋଲ ସମ୍ପର୍କରେ ତାଙ୍କ ପକ୍ଷରୁ କୌଣସି ଏନ୍‌ଓସି ପ୍ରମାଣପତ୍ର ମଧ୍ୟ ଦିଆଯାଇ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri