Posted inଜାତୀୟ

ଝୁଲାପୋଲ ହଠାତ ଭୁଶୁଡି ପଡିନି, ୨ ବର୍ଷ ପୂର୍ବରୁ ମିଳିଥିଲା ସୂଚନା, ଚିଠିରୁ ପର୍ଦ୍ଦାଫାଶ୍‌…

ମୋରବି,୨।୧୧ : ମୋରବି ଝୁଲାପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ପୋଲ ହଠାତ ଭୁଶୁଡି ପଡିଥିବା ଭାବିବା ଭୁଲ। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ନେଇ ଦୁଇ ବର୍ଷ ପୂର୍ବେ ଚେତାବନୀ ଦିଆଥିଲା। କିନ୍ତୁ ବେପରୁଆ ଅଧିକାରୀମାନେ ଏହାକୁ ଅଣଦେଖା କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲର ରକ୍ଷଣାବେକ୍ଷଣ ଏବଂ ମରାମତି ଦାୟିତ୍ୱ ନେଇଥିବା ଓରେଭା କମ୍ପାନୀ ପକ୍ଷରୁ ଜାନୁଆରୀ ୨୦୨୦ ତାରିଖର ଚିଠି ସାମ୍ନାକୁ ଆସିଛି। ଏହି ଚିଠି ମୋରବି ଜିଲା କଲେକ୍ଟରଙ୍କୁ ଲେଖାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଅସ୍ଥାୟୀ ମରାମତି କରି ଆମେ ପୋଲକୁ ଖୋଲିଦେବୁ। ଏହି ଚିଠି ପରେ ମଧ୍ୟ ଅଧିକାରୀମାନେ ଚୁପ ରହିଲେ ଏବଂ ଏତେ ବଡ଼ ଦୁର୍ଘଟଣା ଘଟିଲା ।

ଜାନୁୟାରୀ ୨୦୨୦ର ଏହି ଚିଠିରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସୂଚାଇ ଦେଉଛି ଯେ ସେତୁ ପାଇଁ ଚୁକ୍ତିନାମାକୁ ନେଇ କମ୍ପାନୀ ଏବଂ ଜିଲା ପ୍ରଶାସନ ମଧ୍ୟରେ ଲଢ଼େଇ ଜାରି ରହିଥିଲା। ପୋଲର ରକ୍ଷଣାବେକ୍ଷଣ ପାଇଁ ଓରେଭା ଗ୍ରୁପ ସ୍ଥାୟୀ ଚୁକ୍ତି ଚାହୁଁଥିବା ଚିଠିରେ ଦର୍ଶାଯାଇଛି। ସ୍ଥାୟୀ ଚୁକ୍ତି ନହେବା ପର୍ଯ୍ୟନ୍ତ ପୋଲ ଉପରେ ଅସ୍ଥାୟୀ ମରାମତି ଜାରି ରଖିବେ ବୋଲି କମ୍ପାନୀ କହିଥିଲା।

ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଓରେୱା ଫାର୍ମ ବ୍ରିଜର ମରାମତି ପାଇଁ ସାମଗ୍ରୀ ଅର୍ଡର କରିବ ନାହିଁ ଏବଂ କମ୍ପାନୀର ଦାବି ପୂରଣ ହେବା ପରେ କାର୍ଯ୍ୟ ଶେଷ ହେବ।

ସମସ୍ତ ଅବହେଳା ପରେ ମଧ୍ୟ ଓରେଭା ଗ୍ରୁପକୁ ଜିଲା ପ୍ରଶାସନ ସ୍ଥାୟୀ ଟେଣ୍ଡର ପ୍ରଦାନ କରିଥିଲା। ଜାନୁୟାରୀ ୨୦୨୦ରେ ଜାରି ହୋଇଥିବା ଏହି ଚିଠି ପରେ ମଧ୍ୟ ଓରେଭା ଗ୍ରୁପ ସହିତ ପୋଲର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୫ ବର୍ଷ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ମାର୍ଚ୍ଚ ୨୦୨୨ ରେ ମୋରବି ମ୍ୟୁନିସିପାଲିଟି କର୍ପୋରେଶନ ଏବଂ ଅଜନ୍ତା ଓରେଭା କମ୍ପାନୀ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତି ୨୦୩୭ ପର୍ଯ୍ୟନ୍ତ ବୈଧ ଥିଲା।

ଦୁର୍ଘଟଣା ପରେ ମୋରବି ମ୍ୟୁନିସିପାଲିଟି ଏହି ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରୂପେ ଏଡାଇ ଦେଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ମ୍ୟୁନିସିପାଲିଟି ଅଧିକାରୀ ସନ୍ଦୀପ ସିଂ କହିଛନ୍ତି ଯେ ଓରେଭା ଗ୍ରୁପ ଚୁକ୍ତିନାମାର ଉଲ୍ଲଂଘନ କରିଛି। କମ୍ପାନୀ ପୌରସଂସ୍ଥାକୁ ନ ଜଣାଇ ପାଞ୍ଚ ମାସ ମଧ୍ୟରେ ପୋଲ ଖୋଲିଥିଲେ। ସେ କହିଛନ୍ତି ଯେ ପୋଲ ସମ୍ପର୍କରେ ତାଙ୍କ ପକ୍ଷରୁ କୌଣସି ଏନ୍‌ଓସି ପ୍ରମାଣପତ୍ର ମଧ୍ୟ ଦିଆଯାଇ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri