ତେଜିଲା ପୋଲାଭରମ୍‌ ରାଜନୀତି

ମାଲକାନଗିରି,୭ା୮(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ୍‌ ହେବାରେ ଲାଗିଛି। ଏହି ପ୍ରକଳ୍ପ ପାଇଁ ମାଲକାନଗିରି ଜିଲାର ୧୦୦ରୁ ଊର୍ଦ୍ଧ୍ୱ ଗଁା ଜଳମଗ୍ନ ହେବାର ଆଶଙ୍କା କରାଯାଉଛି। ଏହାକୁ ଦେଖି ବିଭିନ୍ନ ସଙ୍ଗଠନ ପକ୍ଷରୁ ପୋଲାଭରମ୍‌ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ ସହ କ୍ଷତିପୂରଣ ପାଇଁ ଦାବି ଜୋର୍‌ ଧରିଛି। ଏସବୁ ଭିତରେ ପୋଲାଭରମ୍‌କୁ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଏହାର ସମୀକ୍ଷା କରିବେ ବୋଲି ଜଣାପଡିଛି। ପୋଲାଭରମ ପ୍ରକଳ୍ପକୁ ନେଇ ମାଲକାନଗିରିବାସୀ ଚିନ୍ତାରେ ରହିଛନ୍ତି। ଏହି ବିବାଦୀୟ ପ୍ରକଳ୍ପକୁ ନେଇ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲଙ୍ଗାନା ବିରୋଧ ଜାରି ରଖିଥିବା ବେଳେ ଆନ୍ଧ୍ର ସରକାର ଏକତରଫା ପ୍ରକଳ୍ପ କାର୍ଯ୍ୟକୁ ତରାନ୍ବିତ କରିଛନ୍ତି। ଏଥିଯୋଗୁ ବିଭିନ୍ନ ନଦୀର ଜଳ ନିଷ୍କାସନ ହୋଇ ନ ପାରି ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଗତବର୍ଷ ମଧ୍ୟ ବନ୍ୟା ଦ୍ୱାରା ଅନେକ ଗଁା କ୍ଷତିଗ୍ରସ୍ତ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିଲା। ଅନେକ ହଜାର ହେକ୍ଟର ଜମିରେ ପାଣି ମାଡି ଫସଲ ନଷ୍ଟ ହୋଇଯାଇଥିଲା। ପ୍ରତିବର୍ଷ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁ ସୀମାନ୍ତ ମୋଟୁ ଅଞ୍ଚଳ ବୁଡ଼ି ରହୁଛି। ସେହିପରି ସିଲେରୁ ଓ ସାବେରୀ ନଦୀରେ ଆସୁଥିବା ବନ୍ୟାଜଳ ନିଷ୍କାସନ ନ ହୋଇ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି ।
ଏହି ପ୍ରକଳ୍ପ ହେଲେ ମାଲକାନଗିରି ଜିଲା ମୋଟୁ, ପୁଶୁଗୁଡା, ତାଣ୍ଡବାଇ, ମାଲାଭରମ୍‌, ଟେଲରାଇ, ଲୋକନଗୁଡା, ମୁରଲୀଗୁଡ଼ା, କୋତାଗୁଡ଼ା, କମଳାପୁରମ୍‌, ବିନାୟକପୁର, ଆଲମା, ବାରିବାଞ୍ଛା, ଇଚ୍ଛାପୁରମ୍‌, ପରସନପାଲୀ, ମାକନପାଲୀ, ଗାରସାପାଲୀ, ରାମଭରମ୍‌, ସୁନାବେଡା, ପେଟା, ସିମିଳିବାଞ୍ଛା ପଞ୍ଚାୟତର ଗୋରଖପାଲୀ, ପୁଟମପା, ଏମ୍‌ଭି-୬୦, ଏମ୍‌ଭି-୬୧, ଏମଭି-୬୯, ଏମଭି୧୧୦, ଏମଭି-୧୧୬, ଏମଭି-୬୨, କାଲଦାପାଲୀ ଓ ପଡିଆ ସହ କାଲିମେଳା ବ୍ଲକର ମାଲାଭରମ୍‌ ପଞ୍ଚାୟତର ଅନେକ ଗଁା ବୁଡ଼ିଯିବ। ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନାର ୨୫୦ରୁ ଊଦ୍ଧର୍‌ବ ଗ୍ରାମ ପାଣିରେ ବୁଡିଯିବାର ଆଶଙ୍କା ଥିବାବେଳେ ୭,୬୫୬ ହେକ୍ଟର ଜମିରେ ପାଣି ପଶିବା ସହ ୫,୫୩୮ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ପାଣିରେ ବୁଡିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?