ନିରର୍ଥକ ହଲ୍ଲାଗୁଲ୍ଲା

ନାରାୟଣ ମିଶ୍ର

 

ଏବେ ପ୍ରତି ୨/୩ ମାସରେ ଥରେ ବାରମ୍ବାର ଶ୍ରେଷ୍ଠ ପୁରସ୍କାର ପାଉଥିବା ଆମ ରାଜ୍ୟରେ ଗୋଟାଏ ଲେଖାଁ ଜଘନ୍ୟ ହତ୍ୟାକାଣ୍ଡ, ଦୁଷ୍କର୍ମ, ହତ୍ୟା ଇତ୍ୟାଦି ଘଟି ଚାଲିଛି। କୌଣସି ଏକ ପାଶବିକ, ଅମାନୁଷିକ, ବର୍ବରୋଚିତ ଘଟଣା ଲୋକଲୋଚନକୁ ସାଧାରଣ ଜନତା ଆଣିବା ପରେ ଆମ ଟିଭିବାଲା ପ୍ରତି ଚ୍ୟାନେଲରେ ବହୁ ଉଚ୍ଚ ସ୍ବରରେ ଘଟଣାକୁ ୮/୧୦ ଦିନ ପର୍ଯ୍ୟନ୍ତ ଦିନରାତି ଏଭଳି ଦେଖାଇ ଚାଲିଛନ୍ତି ଯେ ଆମେ ଭାବୁଛେ ବୋଧହୁଏ ଏଇ ଥରକ ଏ ବ୍ୟଭିଚାରରେ ସମ୍ପୃକ୍ତ ନେତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଚ୍‌ରାସ୍ତାରେ ବନ୍ଧାହୋଇ ଜେଲ ଆଡ଼କୁ ଚାଲି ଚାଲି ପଶିଯିବେ। ସେମାନଙ୍କର ଆଉ ମୁକ୍ତି ନାହିଁ, ସେମାନେ ଆଉ ପୋଲିସ ହାଜତରୁ ଖସିପାରିବେ ନାହିଁ। ସେମାନଙ୍କର ମାନସମ୍ମାନ ଚାଲିଯିବ ଏବଂ ଭବିଷ୍ୟତ ନିଶ୍ଚିତ ନଷ୍ଟ ହୋଇଯିବ। କାରଣ ଟିଭିରେ କୁହାଯାଉଛି ଯେ ଅଭିଯୋଗକାରୀ ଅନେକ ପ୍ରତିଷ୍ଠିତ ନେତା, ବ୍ୟବସାୟୀ ଓ ପ୍ରଶାସନିକ ଅଧିକାରୀଙ୍କ ନଁା ଏଫ୍‌ଆଇଆର୍‌ରେ ଦେଇଥିବାରୁ ସେମାନଙ୍କର ନିଦ ହଜିଯାଇଛି। ଆହୁରି କୁହାଯାଉଛି ଯେ ନିର୍ଦ୍ଦିଷ୍ଟ ନେତାଙ୍କ ଅଡୁଆ ବଢ଼ିଲା, ଆଉ ମୁକୁଳିବାର ବାଟ ନାହିଁ। କିନ୍ତୁ ସେମିତି କିଛି ହୁଏ ନାହିଁ, କାରଣ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଥମେ ପୋଲିସ ହିଁ ପହଞ୍ଚେ। ଅଭିଯୋଗ ସମ୍ବଳିତ ସମସ୍ତ କାଗଜପତ୍ର, ମୋବାଇଲ, ଲାପ୍‌ଟପ୍‌ ଇତ୍ୟାଦି ପୋଲିସ ଜବତକରି ନେଇଆସେ। ୟା’ ମଧ୍ୟରେ ସାଧାରଣ ଜନତାଙ୍କ ଆକ୍ରୋଶ ଓ ଆକ୍ରମଣରୁ ବଞ୍ଚତ୍ବା ପାଇଁ ଅଭିଜ୍ଞ ଜଣକ ସମ୍ପୃକ୍ତ ମନ୍ତ୍ରୀ ବା ରାଜନେତା ବା ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ଲୁଚିଯାଆନ୍ତି। ପୋଲିସ ଅଭିଯୁକ୍ତଙ୍କୁ ‘ଫେରାର’ ଦର୍ଶାଇ ଜବତ ହୋଇଥିବା ମୋବାଇଲ ‘ହାର୍ଡଡିସ୍କ, ସିସିଟିଭି କବଳିତ ଦୃଶ୍ୟ, ଲାପ୍‌ଟପ୍‌ ନେଇ ସମ୍ପୃକ୍ତ ଓ ଏ ଅଭିଯୋଗରେ ଜଡ଼ିତ ନେତାଙ୍କୁ ପରାମର୍ଶ କରେ ଏବଂ କେଉଁଭଳି ଏ ସବୁକୁ ଉଡ଼ାଇ ଦେଇ ମାନ୍ୟବରଙ୍କୁ ଦୋଷମୁକ୍ତ କରିହେବ ସେ ବିଷୟରେ ଆଲୋଚନା କରେ। କମ୍ପ୍ୟୁଟର ବିଶେଷଜ୍ଞଙ୍କ ବିଚକ୍ଷଣ ବୁଦ୍ଧିରେ ଏଫ୍‌ଆଇଆର୍‌ରେ ନଁା ଥିଲେ ବି ସେମାନଙ୍କୁ ପଚରାଉଚରା ପାଇଁ ମଧ୍ୟ ଡକାଯାଏ ନାହିଁ। ଅଭିଯୁକ୍ତ ତା’ ଚେଷ୍ଟାରେ ସମସ୍ତ ସାକ୍ଷ୍ୟପ୍ରମାଣ ଉଡ଼ାଇଦେବା ପରେ ଏବଂ ପୋଲିସ, ରାଜନେତା ଓ ଅଧିକାରୀଙ୍କ ନଁା ଡିଲିଟ୍‌କରି ଦେବା ପରେ ଆମ ପୋଲିସ ଅଭିଯୁକ୍ତକୁ ଆରେଷ୍ଟକରି ମାଜିଷ୍ଟ୍ରେଟ୍‌ଙ୍କ ସାମ୍‌ନାରେ ହଜାର କରାନ୍ତି। ଘଟଣାର ଗୁରୁତ୍ୱ ଓ ଜନତାଙ୍କ ହଲ୍ଲାଗୁଲ୍ଲାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ମାଜିଷ୍ଟ୍ରେଟ ଅଭିଯୁକ୍ତର ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦିଅନ୍ତି। ଅନ୍ୟ ଗୋଟିଏ ଦୁଇଟି ଦୁଷ୍କର୍ମ, ହତ୍ୟା ଓ ପୋଡ଼ିଦେବା ଘଟଣା ଆସିଗଲେ ପୂର୍ବ ଘଟଣାର ଅଭିଯୁକ୍ତକୁ କୋହଳ ସର୍ତ୍ତମୂଳକ ଜାମିନ ଦିଆଯାଏ। ଆମ ଦେଶରେ ଜାମିନ ପାଇବା ହିଁ ଏକମାତ୍ର ନିଶ୍ଚିତତା!!! କାରଣ ତା’ ପରେ ମାନ୍ୟବର ନେତା ନିର୍ବାଚନରେ ଲଢ଼ି ବା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ପୁଣି ମନ୍ତ୍ରୀ ବନିଯାଆନ୍ତି। ଗାଦିକୁ ଗଲାପରେ ମାନ୍ୟବରଙ୍କ ନିର୍ଦ୍ଦେଶରେ ଆଉ ଯାହା କିଛି ପ୍ରମାଣ ଥାଏ, ତାକୁ ନଷ୍ଟ କରିଦିଆଯାଏ; ଯଦ୍ଦ୍ବାରା ବିଚାର ବେଳେ ବିଚାରପତିଙ୍କ ପାଇଁ ଦୋଷୀକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ଦେଖାଇ ଖଲାସ କରିବାକୁ କିଛି ଅସୁବିଧା ନ ଥାଏ। ୟା’ ଦ୍ୱାରା ଅପରାଧ ବାରମ୍ବାର ଘଟାଇବାକୁ ଦୋଷୀକୁ ପ୍ରୋତ୍ସାହନ ମିଳେ। ତଳ କୋର୍ଟରେ ଦଣ୍ଡ ପାଇଥିବା ବ୍ୟକ୍ତି ଉପରକୋର୍ଟରେ ଦଣ୍ଡକୁ କୋହଳ କରିଦେବା ବା ତଳକୋର୍ଟର ନିର୍ଦ୍ଦେଶକୁ ଖାରଜ କରିବାରେ ଓକିଲମାନେ ସାହାଯ୍ୟ କରନ୍ତି। ଯଦି ଦୋଷୀର ଦୋଷ ନ କମିଲା ବା ପୂରା ନ କଟିଲା, ତେବେ କେସ୍‌ଟିକୁ ଓକିଲମାନେ ଏପରି ଗଡ଼ାଇ ଚାଲନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟରେ କେସ୍‌ ବିଚାର ପୂର୍ବରୁ (ଦୋଷୀ ପାଇଥିବା ଦଣ୍ଡର ‘ଷ୍ଟେ’ ଭିତରେ) ଜୀବନକୁ ଭଲଭାବେ ଉପଭୋଗକରି ଉପରକୁ ଚାଲିଯାଏ (ସ୍ବର୍ଗାରୋହଣ କରେ)।
ଆମର ଏଠି ଅଳ୍ପ ଦିନର ବ୍ୟବଧାନରେ ୩/୪ଟି ଭୟଙ୍କର ଅମାନୁଷିକ ଘଟଣା ଘଟିଗଲା। ମାହାଙ୍ଗାରେ ଡବଲ ମର୍ଡର ହେଲା, କଳାହାଣ୍ଡିରେ ଶିକ୍ଷୟିତ୍ରୀ ଅପହୃତ ଓ ହତ୍ୟା ପରେ ପୋଡ଼ିଦିଆଗଲା, ନୟାଗଡ଼ରେ ଶିଶୁ ଅପହରଣ ହେଲା, ପଞ୍ଚାୟତ ସମିତି ମୁଖ୍ୟଙ୍କୁ ଉପକୂଳ ଅଞ୍ଚଳରେ ମାରି ଦିଆଗଲା, ବୃହତ୍‌ ସେକ୍ସ ସ୍କାଣ୍ଡାଲରେ କୋଟି କୋଟି ଟଙ୍କାର ବହୁତଳ ପ୍ରାସାଦ ତିଆରି ହୋଇଗଲା। ଇଏ ମାତ୍ର ଅଳ୍ପ କେତୋଟି ଘଟଣା। ଏ ସବୁଥିରେ ମାନ୍ୟବର ବିଧାନସଭା ସଭ୍ୟ, ଲୋକ ସଭା ସଭ୍ୟ, ଅନେକ ପ୍ରଯୋଜକ, ଶିଳ୍ପପତି ଓ ବରିଷ୍ଠ ଶାସନକର୍ତ୍ତାମାନେ ଜଡ଼ିତ ବୋଲି ଚର୍ଚ୍ଚା ଚାଲିଲା। କିନ୍ତୁ ସରକାରଙ୍କ ଅଧୀନରେ ଓ ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ପୋଲିସ ସଂସ୍ଥା କୌଣସି ଜଣେ ମାନ୍ୟବର ସଭ୍ୟଙ୍କୁ ଥରେ ମାତ୍ର ଥାନାକୁ ଡାକି ପଚାରିବାର ସାହସ ଜୁଟାଇ ପାରୁନାହିଁ; ପାରିବ ବି ନାହିଁ। କାରଣ, ସମସ୍ତେ ସରକାରୀ କର୍ମଚାରୀ, ଏପରିକି ବିଚାରାଳୟର କର୍ମଚାରୀମାନେ ମଧ୍ୟ ନିଜ ନିଜର ଚାକିରିର ନିରାପତ୍ତା ଓ ପ୍ରମୋଶନ ପାଇଁ ସରକାରଙ୍କ ଉପରେ ନିର୍ଭରଶୀଳ । ତେଣୁ ଅଖଣ୍ଡ କ୍ଷମତାର ଅଧିକାରୀ ସରକାରଙ୍କ ମନ୍ତ୍ରୀ ବା ଏମ୍‌ଏଲ୍‌ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ ଦୂରର କଥା, ମୁହଁ ଖୋଲିବା ବି ବିପଜ୍ଜନକ। କାରଣ ଆମ ଆଖି ଆଗରେ କେନ୍ଦ୍ରାପଡ଼ାର ଜଣେ ସାମ୍ବାଦିକ ମାନ୍ୟବର ସଭ୍ୟଙ୍କ ବିରୋଧରେ ପଦେ ଦି’ପଦ କହି ଓ ଲେଖି ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବାର ଖବର ଚାରିଆଡ଼େ ଭାଇରାଲ ହେଲା।
ଆମ ଦେଶରେ ଗୋଟିଏ କାମ ନିରନ୍ତର ଚାଲିଛି- ନିର୍ବାଚନ ଓ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ। ଗାଦିକୁ ଥରେ ଅକ୍ତିଆର କଲାପରେ ସେଇଟିକୁ ସବୁଦିନ ପାଇଁ ନିଜେ ରଖିବା ଓ ତା’ ଉପରେ ନିଜ ପିଲାଙ୍କୁ ବସାଇବା ପାଇଁ ନେତାମାନେ ଆପ୍ରାଣ ଚେଷ୍ଟା ଚଳାଇଚାଲିଛନ୍ତି। ସେଥିପାଇଁ ଦେଶର ମାନ ସମ୍ମାନ ଏପରିକି ପୂରା ଦେଶ ବିକ୍ରି ହୋଇଗଲେ ବି ଯାଏ ଆସେ ନାହିଁ !!! ଏଇଭଳି ଗତିରେ ଏ ଦେଶ କେତେଦିନ ସ୍ବାଧୀନ ରହିପାରିବ? କାରଣ, ନିର୍ବାଚନକୁ ଆଖି ଆଗରେ ରଖି ଆମ ସରକାର ୧୧ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ (ଯେଉଁମାନେ ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମକରି ତାକୁ ଓ ତା’ର ତିନୋଟି ପିଲା ସହିତ ପରିବାରର ୭ଜଣଙ୍କୁ ହତ୍ୟା କରିଥିଲେ) ଗତ ସ୍ବାଧୀନତା ଦିବସରେ (ଆଜୀବନ କାରାଦଣ୍ଡ ପାଇଥିଲେ ବି) ମୁକ୍ତ କରିଦେଇଛନ୍ତି। ଦୋଷୀଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାରେ ଚେଷ୍ଟା କରିବା ଓ ଦଣ୍ଡ ପାଇଗଲେ ଭଲ ବ୍ୟବହାର ଆଳରେ ଖଲାସ କରି ଦେଉଥିବା ସରକାରଙ୍କ ଶାସନରେ ଆମେ ସାଧାରଣ ଜନତା କେତେ ସୁରକ୍ଷିତ ଓ ଆଉ କେତେଦିନ !!!
ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ-୯୯୩୭୪୪୬୩୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?