ପ୍ରଶ୍ନ ପଚାରିବାର ଅଭ୍ୟାସ

ଡ. ନିରଞ୍ଜନ ମିଶ୍ର

 

ଓଡ଼ିଆମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମେ ଅନେକ ନାମରେ ଡାକିଥାଉ। ଯଥା- କାଳିଆ ସାଆନ୍ତ, ଅଧାଗଢ଼ା ଦିଅଁ, ଦାରୁବ୍ରହ୍ମ, ଭାବଗ୍ରାହୀ ଇତ୍ୟାଦି। ସତରେ ତାଙ୍କ କଥା ଭାବିଲେ ଓ ତାଙ୍କ ଜଣାଣ ଶୁଣିଲେ ଭାବ ରାଜ୍ୟରେ ଚହଳ ପଡ଼ିଯାଏ। ଅର୍ଥାତ୍‌ ମନ ଭିତରେ ଅନେକ ଭାବ ଉଙ୍କିମାରେ। କିଛିଦିନ ତଳେ ଶ୍ରୀମନ୍ଦିର ଭିତରେ ଦୁଇଭାଇଙ୍କ ସଂଳାପ ଏକ ମାଗାଜିନ୍‌ରୁ ପଢ଼ିଥିଲି। ତା’ର ଭାବାର୍ଥଟି ଏହିପରି – ଥରେ ଜ୍ୟେଷ୍ଠ ଭ୍ରାତା ଶ୍ରୀ ଶ୍ରୀ ବଳଭଦ୍ର ଲକ୍ଷ୍ୟକଲେ ଯେ, କିଛିଦିନ ଧରି ଶ୍ରୀଜଗନ୍ନାଥ ପହୁଡ଼ ବେଳେ ରତ୍ନ ସିଂହାସନ ଛାଡ଼ି ଏକ ସେମିନାରରେ କିଛି ସମୟ କଟାଇବା ପାଇଁ ଯାଉଛନ୍ତି। ଜ୍ୟେଷ୍ଠ ଭ୍ରାତା ପଚାରିବାରୁ ସେ କହିଲେ, ସେଦିନର ବିଷୟବସ୍ତୁ ଥିଲା ‘ସୌନ୍ଦର୍ଯ୍ୟ’। ସେ ବଖାଣିଲେ ‘ତୁ ହେଲୁ ଜଗତର ନାଥ, ତୋ ନାଁରେ ମଣିଷଗୁଡ଼ା ମେଡିସିନ ଦୋକାନ, ରେସିଡେନ୍ସିଆଲ କଲେଜ ଇତ୍ୟାଦି କଲେଣି। ପୁନଶ୍ଚ ଆମର ତ ଆଖି ଅଛି କିନ୍ତୁ ଭ୍ରୂଲତା ନାହିଁ, ହାତଗୁଡ଼ାକ କହୁଣି ଯାଏ ଅଛି। ନିମକାଠରେ ଆମର କଳେବର ହୋଇଥିବାରୁ ପଣ୍ଡା ରନ୍ଧା ଅରୁଆ ଭାତ, ଡାଲି, ବେସର ଇତ୍ୟାଦି ଭୋଜନ କଲେ ବି ଆମକୁ ମଧୁମେହ ରୋଗ ହେବନାହିଁ। ଏ ମଣିଷଗୁଡ଼ା ଭାଗରୁ ବଳକା ଉତ୍ପାତ ହେଲେଣି। ତୁ ବାରହାତ ଖଣ୍ଡା ଧରି କଳ୍‌କୀ ଅବତାର ହୋଇ ମ୍ଲେଚ୍ଛ ସଂହାର କାହିଁକି କରୁନାହୁଁ ? ଜ୍ୟେଷ୍ଠଭ୍ରାତାଙ୍କ ଏ ପ୍ରଶ୍ନରେ ବିଶ୍ୱନିୟନ୍ତା ମାୟାଧର କ’ଣ କହିଲେ ଅବଶ୍ୟ ଆମେ ଜାଣିନାହୁଁ। ଏଠାରେ ଆଉ ଏକ ବିଷୟ ମନେପଡ଼େ। ମହାଭାରତ ଯୁଦ୍ଧରେ କର୍ଣ୍ଣରଥ ଭୂମିରେ ଲାଗିଯିବାରୁ ସେ ତଳକୁ ଓହ୍ଲାଇ ଅର୍ଜୁନଙ୍କୁ ଦୁଇଦଣ୍ଡ ସମୟ ମାଗିଲେ ଓ ଧର୍ମ-ଅଧର୍ମ ଉପରେ ଏକ ଭାଷଣ ଦେଲେ। ଶ୍ରୀକୃଷ୍ଣ ଭୀଷଣ କ୍ରୋଧାନ୍ବିତ ହୋଇ କହିଲେ, ”ରଜସ୍ବଳା ନାରୀ କେଶ ଧରି ପରା ଆଣିଥିଲ ସଭାସ୍ଥଳେ /ଗୁରୁଜନ ଆଗେ କଲ ବିବସନା କହ କେଉଁ ଧର୍ମବଳେ ?“କର୍ଣ୍ଣଙ୍କୁ ନିଧନ କରିବା ପାଇଁ କହିଲେ।
ଧର୍ମ ରକ୍ଷା ପାଇଁ ନିରସ୍ତ୍ର ମହାଦାନୀ କର୍ଣ୍ଣଙ୍କୁ ନିଧନ କରିବାକୁ ପଡ଼ିଲା। ଗଣକବି ବୈଷ୍ଣବ ପାଣି ଏ ବିଷୟ ସୁନ୍ଦର ଭାବରେ ତାଙ୍କ ଗୀତିନାଟ୍ୟରେ ଲେଖିଛନ୍ତି।
ସବୁ ମଣିଷର ମନ ମଧ୍ୟରେ ତିନିଗୋଟି ଗୁଣ ଅଛି -ସ୍ବତ୍ୱ, ରଜ ଓ ତମ ଗୁଣ। ଏ ବିଷୟ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବତ୍‌ ଗୀତାରେ କହିଛନ୍ତି। ସୃଷ୍ଟିକର୍ତ୍ତା ଆମକୁ ଆଉ ଏକ ଗୁଣ ଦେଇଛନ୍ତି। ପ୍ରଶ୍ନ ପଚାରିବାର ଅଭ୍ୟାସ, ବିଖ୍ୟାତ ଇଂରାଜୀ କବି ୟେଟସ୍‌ କହନ୍ତି, ଅନ୍ୟମାନଙ୍କ ସଙ୍ଗରେ ପାଟିତୁଣ୍ଡ କଲେ ଆମର ଯୁକ୍ତି କରିବା ଶକ୍ତି ବଢ଼ିଯାଏ। କିନ୍ତୁ ନିଜକୁ ନିଜେ ଅନେକ ପ୍ରଶ୍ନ ପଚାରିଲେ କବିତା ଜନ୍ମଲାଭ କରେ। ‘ ପିତୃପକ୍ଷ ତର୍ପଣ’ରେ ଉତ୍କଳମଣି ଗୋପବନ୍ଧୁ ଲେଖିଛନ୍ତି, ”ମୁଁ କି ଦୋଷୀ? ପଚାରିଲେ ଅନ୍ତରେ ଅନାଇଁ/ ଅନ୍ତରୁ ଉତ୍ତର ଆସେ ନାହିଁ, ନାହିଁ, ନାହିଁ !/ନୁହେଁ ନରହନ୍ତା କିବା ପରଧନହାରୀ/ପରଶି ନାହିଁ ଏ ତନୁ କେବେ ପରନାରୀ।“ ଅନେକ ଦୃଷ୍ଟିରୁ ଦେଖିଲେ ଆମେ ଜାଣିପାରିବା ଯେ, ଗାନ୍ଧିଜୀ ଓ ଗୋପବନ୍ଧୁଙ୍କର ନିଜକୁ ନିଜେ ପ୍ରଶ୍ନ ପଚାରିବା ଗୁଣଟି ପ୍ରବଳମାତ୍ରାରେ ଥିଲା। ଗାନ୍ଧିଜୀଙ୍କୁ ଯିଶୁଖ୍ରୀଷ୍ଟ ଓ ବୁଦ୍ଧଙ୍କ ସଙ୍ଗେ ତୁଳନା କରିଛନ୍ତିି ରବୀନ୍ଦ୍ରନାଥ ଟାଗୋର। ଜବାହରଲାଲ ତାଙ୍କୁ ସକ୍ରେଟିସ୍‌ଙ୍କ ସଙ୍ଗେ ତୁଳନା କରିଛନ୍ତି। ସେ କମ୍‌ କଥା କହୁଥିଲେ ଓ ସକ୍ରେଟିସ୍‌ ପରି ହାସ୍ୟରସ ମଧ୍ୟ ତାଙ୍କଠାରେ ଥିଲା। ୧୯୧୫ର ଭାରତବର୍ଷକୁ ଦେଖି ପଣ୍ଡିତଜୀ ଲେଖିଛନ୍ତି , ଆମେ କ’ଣ କରିବୁ ? ଏ ଘୋର ଦାରିଦ୍ର୍ୟ ଓ ହୀନମନ୍ୟତାରୁ ଆମକୁ କିଏ ରକ୍ଷା କରିବ? ଏବଂ ତା’ପରେ ଗାନ୍ଧୀ ଆସିଲେ। ସେ ହେଉଛନ୍ତି ଏକ ପ୍ରବଳ ଗତିଶୀଳ ଧାବମାନ ବିଶୁଦ୍ଧ ବାୟୁ, ଏକ ତୀକ୍ଷ୍‌ଣ ଅଗ୍ନି ସ୍ଫୁଲିଙ୍ଗ୍‌… ଏକ ଘୂର୍ଣ୍ଣବାତ୍ୟା… ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ ବହିରେ ନେହେରୁଙ୍କ ଅନ୍ତରର କୋହ ଦେଖବାକୁ ମିଳେ।
ବିଧାତା ମଣିଷର ଜନ୍ମ ସଙ୍ଗରେ କର୍ମ ଯୋଡ଼ିଦେଇଛି। ଆମେ କରିବା କର୍ମସବୁ ସତ୍‌ ନା ଅସତ୍‌, ସେସବୁ ନିଜକୁ ପ୍ରଶ୍ନ କଲେ ହିଁ ଜାଣିପାରିବା। ଏଠାରେ ଓଡ଼ିଆ କବିମାନେ କିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି, ସେ ବିଷୟ ଆଲୋଚନା କରି ଆନନ୍ଦ ଟିକିଏ ପାଇବା ପାଇଁ ସମସ୍ତେ ବ୍ୟାକୁଳ। ଅଭିମାନ କରି ଆଦିକବି ଶାରଳା ଦାସ ଲେଖିଛନ୍ତି, ”ମୁଁ ପତିତ ମୋ ଗୁହାରି ଶ୍ରବଣେ ଅକ୍ଷମ/ ଅଜାମିଳଠାରୁ ମୁଁ କି ଅଟଇ, ଅଧମ ?“ ‘ସର୍ପ ଜଣାଣ’ କବିତାର କବି ବଳଦେବ ରଥଙ୍କୁ ଓଡ଼ିଆ ସାହିତ୍ୟର ‘ମେଟାଫିଜିକାଲ୍‌ ପୋଏଟ୍‌’ କୁହାଯାଇପାରେ। ଇଂରାଜୀ କବି ଜନ୍‌ ଡନ୍‌ଙ୍କ ‘ହୋଲି ସନେଟ’ ସଙ୍ଗେ ଏହା ତୁଳନୀୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ‘କାଳସର୍ପ ଆପଣ’ କହି ସର୍ପର ଗୁଣ ସବୁ ବଖାଣିଛନ୍ତି ଓ ପଣ୍ଡିତମାନେ ଭୟକରି ତାଙ୍କୁ ‘କରୁଣାସିନ୍ଧୁ’ କହିବାର ସେ ଜାଣିଛନ୍ତି। ଓକିଲ ଭଳି ଯୁକ୍ତିତର୍କ କରୁଛନ୍ତି। ତା’ପରେ ପୁଣି ପ୍ରଶ୍ନବାଣ ”କହ କମଳାନନ! କାହିଁକି ତୁମ୍ଭ କାନ ସର୍ପ ବୋଇଲେ ଚଳିବାକୁ ହେ କୃପାନିଧି“। ଅଭିମାନରେ ପରିପୂର୍ଣ୍ଣ ଧାଡ଼ିମାନକୁ ପଢ଼ିଲେ ଶେଷରେ ନିଜ ଅଜାଣତରେ ଆମ ହୃଦୟ ଭକ୍ତିରସରେ ପରିପୂର୍ଣ୍ଣ ହୋଇଯାଏ।
ବିଷୟଟି ଶେଷ କରିବା ଆଗରୁ ପୁଣିଥରେ ସକ୍ରେଟିସ୍‌ଙ୍କ ପାଖକୁ ଆସିବା। ବଜାରର ଛକ ଜାଗାରେ ଠିଆହୋଇ ସେ ସବୁ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରୁଥିଲେ। ସେତେବେଳର ଶାସକମାନେ ଯୁବକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ଆଣିଲେ ଓ ମୃତ୍ୟୁଦଣ୍ଡରେ ତାଙ୍କୁ ଦଣ୍ଡିତ କରାଗଲା। ହେମଲକ୍‌ ବିଷ ପିଇବା ଆଗରୁ ସେ କହିଥିଲେ, ”ମତେ ସିନା ମାରି ଦେଉଛ, କିନ୍ତୁ ମଣିଷର ଏ ପ୍ରଶ୍ନ ପଚାରିବାର ଅଭ୍ୟାସଟିକୁ କଦାପି ମାରି ପାରିବ ନାହିଁ।“ ଏଗୁଣଟି ଥିଲା ଯାକ ମଣିଷକୁ କୌଣସି ଶାସକ ଗୋଷ୍ଠୀ ବିଭ୍ରାନ୍ତ କରିପାରିବେ ନାହିଁ। ସତରେ ଏ ଗୁଣଟି ଆମକୁ ସଦାବେଳେ ସତ୍‌ପଥରେ ଚାଲିବା ପାଇଁ ଆଲୋକ ଦେଖାଇବ ଓ ଆମ ଜୀବନ ମଧୁମୟ ହେବ।
ମୋ:୯୪୩୭୨୫୮୯୩୬


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?