Posted inଫୁରସତ

ପୋବିଟୋରା

ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକ ଅନ୍ୟାନ୍ୟ ବନ୍ୟପ୍ରାଣୀ ତଥା ଶତାଧିକ ପ୍ରଜାତିର ପକ୍ଷୀଙ୍କୁ ଦେଖବା ସହ ଫଟୋଗ୍ରାଫି ଓ ହାତୀ ପିଠିରେ ବସି ବୁଲିବାର
ମଜା ମଧ୍ୟ ନେଇପାରିବେ…

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଉକ୍ତ ଅଭୟାରଣ୍ୟରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ସମ୍ପୂର୍ଣ୍ଣ ୩୮.୮ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳର କିଛି ଅଂଶ ଅର୍ଥାତ୍‌ ମାତ୍ର ୧୬ ବର୍ଗ କି.ମି. ପରିଧି ଭିତରେ ହିଁ ଏହି ଗଣ୍ଡାମାନେ ଦେଖାଯାଇଥାନ୍ତି। ତେବେ ତଥ୍ୟ ଅନୁଯାୟୀ, ପୋବିଟୋରାକୁ ୧୯୭୧ ମସିହାରେ ପ୍ରଥମେ ଏକ ସଂରକ୍ଷଣ କ୍ଷେତ୍ର ଭାବେ ଘୋଷଣା କରାଯାଇଥିବାବେଳେ ୧୯୮୭ରେ ଏହାକୁ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଥିଲା।

କ’ଣ ଦେଖିବେ
ପୋବିଟୋରା ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ହେଁ, ଏଠାରେ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଦେଖିହୁଏ। ଯେମିତିକି ଚିତାବାଘ, ଜଙ୍ଗଲୀ ଘୁଷୁରି, ବୋବାଉଥିବା ହରିଣ, ଜଙ୍ଗଲୀ ମଇଁଷୀ, ହାତୀ ଇତ୍ୟାଦି। ତା’ଛଡ଼ା ପ୍ରାୟ ୩୭୫ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଆବାସସ୍ଥଳୀ କହିଲେ ମଧ୍ୟ ଭୁଲ୍‌ ହେବନାହିଁ। ଏପରି କି ଶୀତଦିନେ ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ୱ ଭ୍ରମଣକାରୀ ପକ୍ଷୀ ମଧ୍ୟ ଏଠାକୁ ଉଡି ଆସିଥାନ୍ତି, ଯାହା ହେଉଛି ଏଠାକାର ଏକ ନିଆରା ଆକର୍ଷଣ। ସେହିପରି ଏହି ଅଭୟାରଣ୍ୟ ଭିତରେ ବିଭିନ୍ନ ପ୍ରଜାତିର ସରୀସୃପଙ୍କୁ ଦେଖିବା ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରି ବି ତିଆରି କରାଯାଇଛି।

କେବେ ଓ କେମିତି ଯିବେ
ଗୁଆହାଟିର ପୂର୍ବ ଦିଗରୁ ପୋବିଟୋରା ଅଭୟାରଣ୍ୟଟି ପ୍ରାୟ ୩୦ କି.ମି. ଦୂରରେ ଅବସ୍ଥିତ। ତେଣୁ ଗୁଆହାଟିରୁ ସଡ଼କପଥରେ ପ୍ରାୟ ୧ ଘଣ୍ଟାର ରାସ୍ତା ଅତିକ୍ରମ କରି ଗଲେ ପଡେ ଏହି ଅଭୟାରଣ୍ୟଟି। ତା’ଛଡ଼ା ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ମଧ୍ୟ ରହିଛି। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅକ୍ଟୋବରରୁ ମେ’ ହେଉଛି ଏଠାକୁ ଯିବା ପାଇଁ ଉପଯୁକ୍ତ ସମୟ। କାରଣ ଏହାପରେ ବର୍ଷାଦିନ ଆସିଯାଏ। ବର୍ଷାରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାରେ ସମସ୍ୟା ଉପୁଜିଥାଏ।

ହାତୀ ପିଠିରେ ବସି ବୁଲିବେ
ପୋବିଟୋରାରେ ଥିବା ହାତୀମାନଙ୍କ ପିଠିରେ ବସି ଅଭୟାରଣ୍ୟ ଭିତରେ ବୁଲିବାର ମଜା ହିଁ କିଛି ନିଆରା। ଏଥିପାଇଁ କିଛି ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ବି ଏଠାକାର ପରିବେଶକୁ ବେଶ୍‌ ମନୋରମ କରିଥାଏ। ତେଣୁ ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏଭଳି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ପ୍ରାୟତଃ ପର୍ଯ୍ୟଟକଙ୍କର ଗହଳି ଏଠାରେ ଲାଗିଥାଏ।
ଫଟୋଗ୍ରାଫିର ମଜା ନେବେ
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ଅଭୟାରଣ୍ୟଟି ଉଭୟ ପ୍ରକୃତିପ୍ରେମୀ ତଥା ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ଉଦ୍ୟାନରେ ଥିବା ଜାତିଜାତିକା ପଶୁପକ୍ଷୀଙ୍କୁ ଦେଖିବା ସହ ଆଗନ୍ତୁକ ଏଠାରେ ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?