Posted inଫୁରସତ

ପୋବିଟୋରା

ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକ ଅନ୍ୟାନ୍ୟ ବନ୍ୟପ୍ରାଣୀ ତଥା ଶତାଧିକ ପ୍ରଜାତିର ପକ୍ଷୀଙ୍କୁ ଦେଖବା ସହ ଫଟୋଗ୍ରାଫି ଓ ହାତୀ ପିଠିରେ ବସି ବୁଲିବାର
ମଜା ମଧ୍ୟ ନେଇପାରିବେ…

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଉକ୍ତ ଅଭୟାରଣ୍ୟରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ସମ୍ପୂର୍ଣ୍ଣ ୩୮.୮ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳର କିଛି ଅଂଶ ଅର୍ଥାତ୍‌ ମାତ୍ର ୧୬ ବର୍ଗ କି.ମି. ପରିଧି ଭିତରେ ହିଁ ଏହି ଗଣ୍ଡାମାନେ ଦେଖାଯାଇଥାନ୍ତି। ତେବେ ତଥ୍ୟ ଅନୁଯାୟୀ, ପୋବିଟୋରାକୁ ୧୯୭୧ ମସିହାରେ ପ୍ରଥମେ ଏକ ସଂରକ୍ଷଣ କ୍ଷେତ୍ର ଭାବେ ଘୋଷଣା କରାଯାଇଥିବାବେଳେ ୧୯୮୭ରେ ଏହାକୁ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଥିଲା।

କ’ଣ ଦେଖିବେ
ପୋବିଟୋରା ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ହେଁ, ଏଠାରେ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଦେଖିହୁଏ। ଯେମିତିକି ଚିତାବାଘ, ଜଙ୍ଗଲୀ ଘୁଷୁରି, ବୋବାଉଥିବା ହରିଣ, ଜଙ୍ଗଲୀ ମଇଁଷୀ, ହାତୀ ଇତ୍ୟାଦି। ତା’ଛଡ଼ା ପ୍ରାୟ ୩୭୫ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଆବାସସ୍ଥଳୀ କହିଲେ ମଧ୍ୟ ଭୁଲ୍‌ ହେବନାହିଁ। ଏପରି କି ଶୀତଦିନେ ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ୱ ଭ୍ରମଣକାରୀ ପକ୍ଷୀ ମଧ୍ୟ ଏଠାକୁ ଉଡି ଆସିଥାନ୍ତି, ଯାହା ହେଉଛି ଏଠାକାର ଏକ ନିଆରା ଆକର୍ଷଣ। ସେହିପରି ଏହି ଅଭୟାରଣ୍ୟ ଭିତରେ ବିଭିନ୍ନ ପ୍ରଜାତିର ସରୀସୃପଙ୍କୁ ଦେଖିବା ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରି ବି ତିଆରି କରାଯାଇଛି।

କେବେ ଓ କେମିତି ଯିବେ
ଗୁଆହାଟିର ପୂର୍ବ ଦିଗରୁ ପୋବିଟୋରା ଅଭୟାରଣ୍ୟଟି ପ୍ରାୟ ୩୦ କି.ମି. ଦୂରରେ ଅବସ୍ଥିତ। ତେଣୁ ଗୁଆହାଟିରୁ ସଡ଼କପଥରେ ପ୍ରାୟ ୧ ଘଣ୍ଟାର ରାସ୍ତା ଅତିକ୍ରମ କରି ଗଲେ ପଡେ ଏହି ଅଭୟାରଣ୍ୟଟି। ତା’ଛଡ଼ା ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ମଧ୍ୟ ରହିଛି। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅକ୍ଟୋବରରୁ ମେ’ ହେଉଛି ଏଠାକୁ ଯିବା ପାଇଁ ଉପଯୁକ୍ତ ସମୟ। କାରଣ ଏହାପରେ ବର୍ଷାଦିନ ଆସିଯାଏ। ବର୍ଷାରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାରେ ସମସ୍ୟା ଉପୁଜିଥାଏ।

ହାତୀ ପିଠିରେ ବସି ବୁଲିବେ
ପୋବିଟୋରାରେ ଥିବା ହାତୀମାନଙ୍କ ପିଠିରେ ବସି ଅଭୟାରଣ୍ୟ ଭିତରେ ବୁଲିବାର ମଜା ହିଁ କିଛି ନିଆରା। ଏଥିପାଇଁ କିଛି ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ବି ଏଠାକାର ପରିବେଶକୁ ବେଶ୍‌ ମନୋରମ କରିଥାଏ। ତେଣୁ ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏଭଳି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ପ୍ରାୟତଃ ପର୍ଯ୍ୟଟକଙ୍କର ଗହଳି ଏଠାରେ ଲାଗିଥାଏ।
ଫଟୋଗ୍ରାଫିର ମଜା ନେବେ
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ଅଭୟାରଣ୍ୟଟି ଉଭୟ ପ୍ରକୃତିପ୍ରେମୀ ତଥା ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ଉଦ୍ୟାନରେ ଥିବା ଜାତିଜାତିକା ପଶୁପକ୍ଷୀଙ୍କୁ ଦେଖିବା ସହ ଆଗନ୍ତୁକ ଏଠାରେ ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri