ପିଏମ୍‌ଏଓ୍ବାଇ-ବିପିଜିଓ୍ବାଇ ଲୋଗୋ କଳି

ଭୁବନେଶ୍ୱର,୧ା୪(ବ୍ୟୁରୋ):ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏୱାଇ-ଜି)ରେ ବିଜୁ ପକ୍କାଘର ଯୋଜନା (ବିପିଜିୱାଇ) ଲୋଗୋ ଲଗାଯାଉଛି। ଏହା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା। ଏଥିରେ ବିପିଜିଓ୍ବାଇ ଲୋଗୋ ନ ଲଗାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏନେଇ ମାର୍ଚ୍ଚ ୧୨ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସଚିବ ନଗେନ୍ଦ୍ର ନାଥ ସିହ୍ନା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବାବେଳେ ମାର୍ଚ୍ଚ ୩୦ରେ ପୁଣି ଏକ ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପିଏମ୍‌ଏଓ୍ବାଇ-ଜି ଏକ ଚୁକ୍ତିଭିତ୍ତିକ ଯୋଜନା। ଏଥିରେ ଅନ୍ୟ କୌଣସି ଲୋଗୋ ବ୍ୟବହାର ହୋଇପାରିବ ନାହିଁ। କେବଳ କେନ୍ଦ୍ର ସରକାରଙ୍କ ଲୋଗୋ ବ୍ୟବହାର ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପୂର୍ବରୁ ଜଣାଇ ଦିଆଯାଇଥିଲା। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ସମ୍ବଳରୁ ସର୍ବନିମ୍ନ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସେହି ସବୁ ଯୋଜନାରେ କୌଣସି ଲୋଗୋ ଲଗାଇବା ରାଜ୍ୟ ସରକାରଙ୍କ ଅଧିକାର ପରିସରଭୁକ୍ତ ନୁହେଁ । ପିଏମ୍‌ଏଓ୍ବାଇ ଯୋଜନାରେ ବିପିଜିଓ୍ବାଇ ଲୋଗୋ ବ୍ୟବହାରକୁ ଅନୁମତି ଦିଆଯାଇନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଏହି ପ୍ରସଙ୍ଗରେ ଭାଜପା ସଦସ୍ୟମାନେ ବୁଧବାର ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ରାଜ୍ୟ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟକୁ ହାସଲ କରିବାକୁ ବିପିଜିୱାଇ ଲୋଗୋକୁ ଜାଣିଶୁଣି ପିଏମ୍‌ଏଓ୍ବାଇ ଯୋଜନାରେ ନିର୍ମାଣ ହେଉଥିବା ଘରେ ଲଗାଉଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଲେ, ଭାଜପା ଡିସେମ୍ବରରୁ କହିଆସୁଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲଗା ନ ଯାଉ। ଏହାକୁ ନେଇ ଭାଜପା କର୍ମକର୍ତ୍ତାମାନେ ପଞ୍ଚାୟତ ଘେରାଉ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫେବୃୟାରୀ ୧୨ରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ନିକଟରେ ଏ ବାବଦରେ ଆଲୋଚନା କରିଥିଲେ। ମନ୍ତ୍ରଣାଳୟ ସଚିବ ନଗେନ୍ଦ୍ର ନାଥ ସିହ୍ନା ଲୋଗୋ ନ ଲଗାଇବାକୁ ଚିଠି ଲେଖିଛନ୍ତି। ଲୋଗୋ ନ ଲଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନାଏକ ଦାବି କରିଥିଲେ। ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ଭାଜପା ହାତରୁ ଛଡାଇନେଲେ ଆସନ, ବାଙ୍କିପୁରରେ କେମିତି କାମ କଲା ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ୍‌? ଜାଣନ୍ତୁ…

ପାଟନା,୩।୮: ତିନି ଦଶନ୍ଧି ପରେ ନିଜ ଗଡ଼ରେ ଭାଜପାକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପରିବର୍ତ୍ତନର ଲହରୀରେ ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଧରିତ୍ରୀର ପ୍ରଭାବ: ପିଲାସାଲୁଙ୍କି କେନାଲରେ ଛଡ଼ାଯିବ ପାଣି

ଖଜୁରୀପଡ଼ା,୩।୮(ବିଦୁର ବେହେରା): ପିଲାସାଲୁଙ୍କି ଡ୍ୟାମ କେନାଲ ପାଣିକୁ ନେଇ ଚାଷୀଙ୍କ ଅସନ୍ତୋଷ ଏବଂ ସମସ୍ୟା ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ’ଧରିତ୍ରୀ’ରେ ଖବର ପ୍ରକାଶ ପାଇବା…

ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ…

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

ଜବରଦସ୍ତ ବିଜୟ ପରେ ଭାଜପାକୁ ଏମିତି ଅନୁରୋଧ କଲେ ପ୍ରଶାନ୍ତ କିଶୋର: ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ…

ପାଟନା,୩।୮: ଜନ ସୂରଜ ପାର୍ଟି (JSP)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri