ହଳଦୀ ଚାଷୀ, ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ

ଦାରିଙ୍ଗବାଡି (ଅରୁଣ ସାହୁ)/ ଟିଟିଲାଗଡ଼(ଶରତ ମିଶ୍ର),୧୨ା୮: ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗିବାଡ଼ି ପଞ୍ଚାୟତ କାଣ୍ଡପା ଗ୍ରାମର ଚାଷୀ ମିନୁରା ପ୍ରଧାନ, ସ୍ତ୍ରୀ ନିମନ୍ତି ପ୍ରଧାନ ଓ ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଖୋଲାଣ ଗ୍ରାମର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଶ୍ରମିକ ଯାଜ୍ଞସେନୀ ପୁଟେଲ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମାନଙ୍କୁ ନିମନ୍ତ୍ରଣ ଆସିଛି। ଏଭଳି ନିମନ୍ତ୍ରଣ ପାଇବା ପରେ ଅଞ୍ଚଳରେ ବେଶ୍‌ ଖୁସିର ମାହୋଲ ସୃଷ୍ଟି ହୋଇଛି।
କାଣ୍ଡପା ଗ୍ରାମର ମିନୁରା ଜଣେ ସଫଳ ଚାଷୀ ହୋଇଥିବା ବେଳେ ସେ ବର୍ତ୍ତମାନ ଦାରିଙ୍ଗବାଡି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି। ଏହି ପ୍ରଡ୍ୟୁସର କମ୍ପାନୀକୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ କରାଯାଉଛି। ଏହି ଅଞ୍ଚଳର ଚାଷୀଙ୍କଠାରୁ ହଳଦୀ ଓ ବିଭିନ୍ନ ଜଙ୍ଗଲଜାତୀୟ ଦ୍ରବ୍ୟକୁ ଠିକ୍‌ ଦରରେ କିଣାଯାଇ ତାକୁ ପ୍ରକ୍ରିୟାକରଣ କରାଯାଇ ବିକ୍ରି କରାଯାଉଛି। ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଆଦିବାସୀ ମେଳାରେ ସରକାରଙ୍କ ସହଯୋଗରେ କନ୍ଧମାଳ ହଳଦୀ, ଅଦା, ଦାରିଙ୍ଗବାଡ଼ି କଫି ପାଉଡର, ଝୁଣା, ପାଳୁଅ, ସୋରିଷ, ବିଭିନ୍ନ ଡାଲିଜାତୀୟ ଫସଲ ଆଦି ମେଳାରେ ବିକ୍ରିକରି ଚାଷୀ ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ପ୍ରଡ୍ୟୁସର ଗ୍ରୁପ୍‌ ଦିଲ୍ଲୀରେ ଏକାଧିକ ଥର ମେଳାରେ ହଳଦୀ ଓ ଅନ୍ୟ ସାମଗ୍ରୀ ବିକ୍ର୍ରି କରିଥିବା ବେଳେ ଫେବୃୟାରୀରେ ଆୟୋଜିତ ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ପ୍ରଡ୍ୟୁସର କମ୍ପାନୀରୁ ଦାରିଙ୍ଗବାଡି କଫି କିଣିଥିଲେ। ସେହି ସମୟରେ ତାହା ବହୁ ଚର୍ଚ୍ଚା ହୋଇଥିଲା ଓ ପ୍ରଡ୍ୟୁସର ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ହଳଦୀ ସମ୍ପର୍କରେ ଆଲୋଚନା କରିଥିଲେ।
ସେହିପରି ବଲାଙ୍ଗୀର ଜିଲା ଖୋଲାଣ ଗ୍ରାମର ଶ୍ରମିକ ଯାଜ୍ଞସେନୀ ପୁଟେଲଙ୍କୁ ଜିଲା ପରିଷଦ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ଯାଜ୍ଞସେନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ବତନ୍ତ୍ର ପୋଷାକ ଭେଟି ଦେଇଥିଲେ। ଖୋଲାଣ ଗ୍ରାମରେ ନୂତନ ଭାବେ ନିର୍ମିତ ଅମୃତ ସରୋବର (ପୋଖରୀ) ପ୍ରଶାସନିକସ୍ତରରେ ଅନେକ ପ୍ରଶଂସା ସାଉଁଟିଛି। ଯାଜ୍ଞସେନୀଙ୍କ ଭଳି ଅଞ୍ଚଳର ଅନେକ ମହିଳା ଏହି ଅମୃତ ସରୋବର ନିର୍ମାଣରେ ନିୟୋଜିତ ହୋଇଥିଲେ। ପିଲାଟି ଦିନରୁ ବାପାଙ୍କୁ ହରାଇ ଯାଜ୍ଞସେନୀ କୌଣସି ସ୍କୁଲ ଶିକ୍ଷା ଗ୍ରହଣ କରିନାହାନ୍ତି। ସ୍କୁଲ ବାରଣ୍ଡାରେ ବସି ଶୁଣି ଶୁଣି ତଥା ସାଙ୍ଗସାଥି, ଭାଇଙ୍କ ବହି ଦେଖି ପଢ଼ିବା ଶିଖିଲେ। ତାଙ୍କ ଅଧ୍ୟବସାୟ ଯୋଗୁ ସେ ଓଡ଼ିଆ ସହ ଇଂଲିଶ୍‌, ହିନ୍ଦୀରେ ମଧ୍ୟ ଧୁରନ୍ଧର। ମଦର ଟେରେସା ମା’ ଗାୟତ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସେ ସଭାନେତ୍ରୀ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri