ହଳଦୀ ଚାଷୀ, ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ

ଦାରିଙ୍ଗବାଡି (ଅରୁଣ ସାହୁ)/ ଟିଟିଲାଗଡ଼(ଶରତ ମିଶ୍ର),୧୨ା୮: ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗିବାଡ଼ି ପଞ୍ଚାୟତ କାଣ୍ଡପା ଗ୍ରାମର ଚାଷୀ ମିନୁରା ପ୍ରଧାନ, ସ୍ତ୍ରୀ ନିମନ୍ତି ପ୍ରଧାନ ଓ ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଖୋଲାଣ ଗ୍ରାମର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଶ୍ରମିକ ଯାଜ୍ଞସେନୀ ପୁଟେଲ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମାନଙ୍କୁ ନିମନ୍ତ୍ରଣ ଆସିଛି। ଏଭଳି ନିମନ୍ତ୍ରଣ ପାଇବା ପରେ ଅଞ୍ଚଳରେ ବେଶ୍‌ ଖୁସିର ମାହୋଲ ସୃଷ୍ଟି ହୋଇଛି।
କାଣ୍ଡପା ଗ୍ରାମର ମିନୁରା ଜଣେ ସଫଳ ଚାଷୀ ହୋଇଥିବା ବେଳେ ସେ ବର୍ତ୍ତମାନ ଦାରିଙ୍ଗବାଡି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି। ଏହି ପ୍ରଡ୍ୟୁସର କମ୍ପାନୀକୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ କରାଯାଉଛି। ଏହି ଅଞ୍ଚଳର ଚାଷୀଙ୍କଠାରୁ ହଳଦୀ ଓ ବିଭିନ୍ନ ଜଙ୍ଗଲଜାତୀୟ ଦ୍ରବ୍ୟକୁ ଠିକ୍‌ ଦରରେ କିଣାଯାଇ ତାକୁ ପ୍ରକ୍ରିୟାକରଣ କରାଯାଇ ବିକ୍ରି କରାଯାଉଛି। ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଆଦିବାସୀ ମେଳାରେ ସରକାରଙ୍କ ସହଯୋଗରେ କନ୍ଧମାଳ ହଳଦୀ, ଅଦା, ଦାରିଙ୍ଗବାଡ଼ି କଫି ପାଉଡର, ଝୁଣା, ପାଳୁଅ, ସୋରିଷ, ବିଭିନ୍ନ ଡାଲିଜାତୀୟ ଫସଲ ଆଦି ମେଳାରେ ବିକ୍ରିକରି ଚାଷୀ ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ପ୍ରଡ୍ୟୁସର ଗ୍ରୁପ୍‌ ଦିଲ୍ଲୀରେ ଏକାଧିକ ଥର ମେଳାରେ ହଳଦୀ ଓ ଅନ୍ୟ ସାମଗ୍ରୀ ବିକ୍ର୍ରି କରିଥିବା ବେଳେ ଫେବୃୟାରୀରେ ଆୟୋଜିତ ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ପ୍ରଡ୍ୟୁସର କମ୍ପାନୀରୁ ଦାରିଙ୍ଗବାଡି କଫି କିଣିଥିଲେ। ସେହି ସମୟରେ ତାହା ବହୁ ଚର୍ଚ୍ଚା ହୋଇଥିଲା ଓ ପ୍ରଡ୍ୟୁସର ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ହଳଦୀ ସମ୍ପର୍କରେ ଆଲୋଚନା କରିଥିଲେ।
ସେହିପରି ବଲାଙ୍ଗୀର ଜିଲା ଖୋଲାଣ ଗ୍ରାମର ଶ୍ରମିକ ଯାଜ୍ଞସେନୀ ପୁଟେଲଙ୍କୁ ଜିଲା ପରିଷଦ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ଯାଜ୍ଞସେନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ବତନ୍ତ୍ର ପୋଷାକ ଭେଟି ଦେଇଥିଲେ। ଖୋଲାଣ ଗ୍ରାମରେ ନୂତନ ଭାବେ ନିର୍ମିତ ଅମୃତ ସରୋବର (ପୋଖରୀ) ପ୍ରଶାସନିକସ୍ତରରେ ଅନେକ ପ୍ରଶଂସା ସାଉଁଟିଛି। ଯାଜ୍ଞସେନୀଙ୍କ ଭଳି ଅଞ୍ଚଳର ଅନେକ ମହିଳା ଏହି ଅମୃତ ସରୋବର ନିର୍ମାଣରେ ନିୟୋଜିତ ହୋଇଥିଲେ। ପିଲାଟି ଦିନରୁ ବାପାଙ୍କୁ ହରାଇ ଯାଜ୍ଞସେନୀ କୌଣସି ସ୍କୁଲ ଶିକ୍ଷା ଗ୍ରହଣ କରିନାହାନ୍ତି। ସ୍କୁଲ ବାରଣ୍ଡାରେ ବସି ଶୁଣି ଶୁଣି ତଥା ସାଙ୍ଗସାଥି, ଭାଇଙ୍କ ବହି ଦେଖି ପଢ଼ିବା ଶିଖିଲେ। ତାଙ୍କ ଅଧ୍ୟବସାୟ ଯୋଗୁ ସେ ଓଡ଼ିଆ ସହ ଇଂଲିଶ୍‌, ହିନ୍ଦୀରେ ମଧ୍ୟ ଧୁରନ୍ଧର। ମଦର ଟେରେସା ମା’ ଗାୟତ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସେ ସଭାନେତ୍ରୀ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri