ଅଯୋଗ୍ୟ ଶିକ୍ଷାନୁଷ୍ଠାନକୁ ପିଏମ୍‌ଏସ୍‌ ଅନୁକମ୍ପା

ଭୁବନେଶ୍ୱର,୪।୧୦(ଅନିଲ ଦାସ)ରାଜ୍ୟ ସରକାର ଜନସାଧାରଣଙ୍କ ମଙ୍ଗଳ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେହି ଯୋଜନାର ସୁଫଳ କିପରି ଲୋକମାନେ ପାଇପାରିବେ ସେ ନେଇ ସର୍ବଦା ଗୁରୁତ୍ୱ ଦେଉଛନ୍ତି। କର୍ମଚାରୀମାନେ ଉତ୍ସର୍ଗୀକୃତ ଭାବେ ଜନସାଧାରଣଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ହେଲେ କେତେଜଣ ଅଫିସରଙ୍କ ଦୁର୍ନୀତିଖୋର ମନୋଭାବ ଓ ଚଞ୍ଚକତା ଯୋଗୁ ସରକାରଙ୍କୁ ବଦନାମ ହେବାକୁ ପଡୁଛି। ବେସରକାରୀ ଶିକ୍ଷାନୁଷ୍ଠାନକୁ ଅହେତୁକ ଅନୁକମ୍ପା ଦେଖାଇ କେତେଜଣ ଜିଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି (ପିଏମ୍‌ଏସ୍‌) ଯୋଜନା ଅର୍ଥରେ ଚଞ୍ଚକତା କରିଛନ୍ତି। ଅଯୋଗ୍ୟ ଶିକ୍ଷାନୁଷ୍ଠାନ ଏବଂ ପାଠ୍ୟକ୍ରମ ଶେଷ କରି ନ ଥିବା ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ଶିକ୍ଷାନୁଷ୍ଠାନ ନ ଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ବୃତ୍ତି ପ୍ରଦାନ କରାଯାଇଛି। ଏଥିଯୋଗୁ ରାଜ୍ୟ ତହବିଲରୁ ବହୁ କୋଟି ଟଙ୍କା ହରିଲୁଟ ହୋଇଛି। ଦୁର୍ନୀତିକୁ ରୋକିବା ପାଇଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ମଧ୍ୟ ତାହାକୁ ଅନୁପାଳନ କରାଯାଇ ନାହିଁ। ମଙ୍ଗଳବାର ବିଧାନସଭାରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ଦ୍ୱାରା କରାଯାଇଥିବା ଡାଇରେକ୍ଟ ବେନିଫିଟ୍‌ ଟାନ୍ସଫର (ଡିବିଟି) ଜରିଆରେ ରାଜ୍ୟରେ ଦିଆଯାଉଥିବା ମାଟ୍ରିକ ପରବର୍ତ୍ତୀ ବୃତ୍ତି ଯାଞ୍ଚ ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି। ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ ଡିଡବ୍ଲ୍ୟଓ କୌଣସି ଯାଞ୍ଚ ନ କରି ୧୫ଟି ବେସରକାରୀ ଶିକ୍ଷାନୁଷ୍ଠାନର ୫୧୮୫ ହିତାଧିକାରୀଙ୍କୁ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ଏ ବାବଦରେ ୨୦୧୬ରୁ ୨୦୨୦ ମଧ୍ୟରେ ରାଜକୋଷରୁ ୧୫ କୋଟି ୭୯ ଲକ୍ଷ ଟଙ୍କା ବରବାଦ ହୋଇଛି। ସେହିପରି ପାଠ୍ୟକ୍ରମ ବନ୍ଦ କରିବା ପରେ ମଧ୍ୟ ୨,୯୯୬ ଛାତ୍ରୀଛାତ୍ରଙ୍କୁ ୨୦୧୭ରୁ ୨୦୨୧ ମଧ୍ୟରେ ୭ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଗୋଟିଏ ଶିକ୍ଷାନୁଷ୍ଠାନର ପାଠ ଛାଡ଼ିଥିବା ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ବୃତ୍ତି ପାଇଁ ଆବେଦନ କରାଯାଇଥିଲା । କୌଣସି ଯାଞ୍ଚ କରା ନ ଯାଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ ଉକ୍ତ ରାଶି ପ୍ରଦାନ କରାଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ରାଜ୍ୟର ୩ଟି ଜିଲାର ୧୪ଟି ଅନୁଷ୍ଠାନରେ କୌଣସି ଛାତ୍ରୀଛାତ୍ର ନ ଥାଇ ୧୪.୧୭ ଲକ୍ଷ ଟଙ୍କାର ପିଏମ୍‌ଏସ୍‌ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri