Posted inଜାତୀୟ

କାର୍‌କେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ମୋଦି

ଅହମଦାବାଦ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗାନ୍ଧୀନଗରରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ସେ ଉଦ୍‌ଘାଟନ କରିଛନ୍ତି। ଟ୍ରେନ୍‌ରେ ବସି ମୋଦି ଗାନ୍ଧିନଗରରୁ ଅହମଦାବାଦର କାଲୁପୁର ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଇତିମଧ୍ୟରେ ଗୁଜରାଟବାସୀଙ୍କ ପ୍ରତି ମୋଦିଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଶୁକ୍ରବାର ଅହମଦାବାଦରେ ଜନସଭା କାର୍ଯ୍ୟକ୍ରମ ଶେଷ କରି ଗାନ୍ଧୀନଗର ଯାଉଥିବା ବେଳେ ମୋଦି ଏକ ଆମ୍ବୁଲାନ୍ସ ରାସ୍ତାରେ ଅଟକିଥିବା ଦେଖିବାକୁ ପାଇଥିଲେ। ସେତିକିବେଳେ ମୋଦି ନିଜ ଏବଂ ସୁରକ୍ଷାକର୍ମୀଙ୍କ କାର୍‌କେଡକୁ ଅଟକାଇ ତୁରନ୍ତ ଆମ୍ବୁଲାନ୍ସକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କିଛି ସମୟ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ରାସ୍ତାରେ ଅଟକିରହିଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସେନ୍‌ସେସନ୍‌ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାବନାକୁ ବୁଝିବା ଜରୁରୀ,ମହୁଆଙ୍କୁ ମମତାଙ୍କ ପରାମର୍ଶ…

କୋଲକାତା, ୭।୭ : କାଳୀ ଫିଲ୍ମ ପୋଷ୍ଟର ବିବାଦ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀ ସଦସ୍ୟା ମହୁଆ ମୋଇତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଭାବନାକୁ...

ସୁକମା ମାଓବାଦୀ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ରାୟପୁର,୨୯ ।୧୧: ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେଶନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ପାଲଟି ଯାଇଛନ୍ତି...

ଖବରକୁ ଭୁଲ୍‌ ପ୍ରମାଣ କରିବାକୁ ମଞ୍ଚରେ ଚିକେନ ଖାଇଲେ ମନ୍ତ୍ରୀ

ହାଇଦ୍ରାବାଦ,୨୯।୨: କରୋନା ଭାଇରସ ସାରା ବିଶ୍ୱର ଚିନ୍ତା ବଢାଇଥିବା ବେଳେ ଭାରତରେ ମଧ୍ୟ କେତେଜଣ କରୋନା ସଂକ୍ରମିତଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଏହି...

ଆରଏସଏସ୍‌ ମୁଖ୍ୟାଳୟ ଘେରାଉ, ନାଗପୁରରେ ୧୪୪ ଧାରା ଜାରି

ନାଗପୁର,୬।୧୦: ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ(ଆରଏସଏସ)ର ମୁଖ୍ୟାଳୟକୁ ଗୁରୁବାର ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଘେରାଉ କରିବାକୁ ଚେଷ୍ଟା କରାଯାଇଛି। ଏହି ମାମଲାରେ ପୋଲିସ...

ମାଗଣାରେ ବାଣ୍ଟିଲେ ପେଟ୍ରୋଲ; କାରଣ ଜାଣିଲେ…

ଭୋପାଳ,୧୬।୧୦: ଦେଶରେ ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଖୁସିରେ ମାଗଣା ପେଟ୍ରୋଲ ବାଣ୍ଟିବା ଖବର...

କଙ୍ଗନାଙ୍କୁ ସମାଲୋଚନା କଲେ ଭାଜପା ପ୍ରବକ୍ତା

ମୁମ୍ବାଇ,୧୭।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଚ୍ଛଲ୍ୟ କରିଥିବା ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ସମାଲୋଚନା କରିଛନ୍ତି ଭାଜପା ପ୍ରବକ୍ତା।...

ଚାଇନିଜ୍‌ ମାଞ୍ଜା ପକ୍ଷୀଙ୍କ ସ୍ବାଧୀନତାରେ ସାଜିଛି ବାଧକ, ୧୫ ଦିନରେ ୨୭୭ ଉଦ୍ଧାର, ୪୦୦ରୁ ଅଧିକଙ୍କର କଟିଛି ଡେଣା-ବେକ-ଗୋଡ଼…

ନୂଆଦିଲ୍ଲୀ, ୧୮।୮ : ଦେଶର ରାଜଧାନୀରେ ଚାଇନାର ମାଞ୍ଜ କେବଳ ମଣିଷଙ୍କୁ ନୁହେଁ, ବିଦେଶରୁ ଆସୁଥିବା ପକ୍ଷୀମାନଙ୍କର ମୃତ୍ୟୁର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀରେ...

ଭାଜପା ନେତ୍ରୀ ସୀମା ପାତ୍ର ଗିରଫ

ନୂଆଦିଲ୍ଲୀ,୧।୯: ଘରୋଇ ସହାୟିକାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେବା ଅଭିଯୋଗରେ ବୁଧବାର ଗିରଫ ହୋଇଥିବା ଭାଜପା ନେତ୍ରୀ ସୀମା ପାତ୍ରଙ୍କୁ ୧୪ ଦିନ ପାଇଁ...

Advertisement
Archives

Model This Week