୧୦ ରାଜ୍ୟରେ ଯଦି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତେବେ ଦେଶ ଜିତିବ କରୋନା ଯୁଦ୍ଧ: ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ଭାଇରସ ମହାମାରୀର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଏହିସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ବୈଠକର ମହତ୍ୱ ରହିଛି ବୋଲିି କୁହାଯାଏ। ମୋଦି କହିଛନ୍ତି ଏସବୁ ରାଜ୍ୟ କରୋନା ମହାମାରୀକୁ ନେଇ ଅସ୍ତବ୍ୟସ୍ତ ହୋଇଗଲେଣି। ତେଣୁ ଏହା ମହାମାରୀକୁ ରୋକିବାକୁ ସବୁ ରାଜ୍ୟ ଚେଷ୍ଟା କରିବା ଜରୁରୀ। ଏବେ ଆମକୁ ଟେଷ୍ଟ ଓ ସୁସ୍ଥତା ହାର ବଢାଇବା ଦିଗରେ କାର୍ଯ୍ୟ କରିବା ଜରୁରୀ ବୋଲି ମୋଦି କହିଛନ୍ତି। ତେବେ କରୋନା ଲଢେଇରେ ଦେଶ ଠିକ୍‌ ମୁକାବିଲା କରି ଚାଲିଛି ବୋଲି ସେ ମତ ଦେଇଛନ୍ତି। ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଯଦି ୭୨ ଘଣ୍ଟା ମଧ୍ୟରେ ତାଙ୍କର ଟେଷ୍ଟ କରାଇ ନିଅନ୍ତି ତେବେ ଏହାକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ତାଙ୍କର ମତ। ତେଣୁ ଯେଉଁ ରାଜ୍ୟରେ ଟେଷ୍ଟର ହାର କମ୍‌ ରହିଛି ତାକୁ ଏବେ ବଢାଇବା ଜରୁରୀ। ସୂଚନାଯୋଗ୍ୟ, କରୋନା ଭାଇରସ ଯେବେଠାରୁ ଭାରତରେ ପାଦ ଦେଲାଣି ସେବେଠାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈବୀକୋପ ଭୟରେ ଆତ୍ମସମର୍ପଣ

ମାଙ୍ଗାଲୋରର ସ୍ବାମୀ କୋରାଗଜ୍ଜା ମନ୍ଦିର ଦାନବାକ୍ସରେ ଆପତ୍ତିଜନକ ପଦାର୍ଥ ପକାଇଥିବା ୨ ଅଭିଯୁକ୍ତ ଦୈବୀକୋପ ଭୟରେ ଦୋଷ ସ୍ବୀକାର କରିବା ସହ ପୋଲିସ ନିକଟରେ ଆତ୍ମସମର୍ପଣ...

ଭାଇଚାରାର ଅନନ୍ୟ ଉଦାହରଣ: ହିନ୍ଦୁ ମନ୍ଦିର ଆଗରେ ବିବାହ କଲେ ମୁସଲମାନ ଯୋଡି

ଶିମ୍‌ଲା,୬।୩: ହିମାଚଳ ପ୍ରଦେଶର ଶିମଲା ଜିଲାର ରାମପୁରରେ ଜଣେ ମୁସଲମାନ ଦମ୍ପତି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମୁସଲମାନ ଦମ୍ପତି ରାମପୁରର ସତ୍ୟ...

ଡାକ୍ତରଙ୍କୁ ଦରମା ନ ମିଳିବା ନେଇ ମତ ରଖିଲେ ସୁପ୍ରିମକୋର୍ଟ: କହିଲେ, ଯୁଦ୍ଧରେ ସୈନ୍ୟଙ୍କୁ କରିପାରିବ ନାହିଁ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୨।୬: କରୋନା ଭାଇରସ୍‌ ବିରୋଧରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଦରମା ନ ମିଳିବା ଏବଂ ତାଙ୍କର ଉପଯୁକ୍ତ ରହଣୀ ବ୍ୟବସ୍ଥାକୁ ନେଇ ଶୁକ୍ରବାର କଡ଼ା ଆଭିମୁଖ୍ୟ...

ନୁହ ହିଂସା: ସକାଳ ୧୧ଟାରେ ଏସପିଙ୍କ ସହ ଉଭୟ ପକ୍ଷର ବୈଠକ, ସ୍କୁଲ କଲେଜ ବନ୍ଦ

ଚଣ୍ଡିଗଡ଼,୧।୮: ହରିୟାଣାର ନୁହ ଜିଲାର ଡେପୁଟି କମିଶନର ପ୍ରଶାନ୍ତ ପାୱାର ଏବଂ ଏସପି ନରେନ୍ଦ୍ର ସିଂ ବିଜାରଣିୟା ସୋମବାର ବିଳମ୍ବିତ ସାରେ ବ୍ରୁଜମଣ୍ଡଳ ଧାର୍ମିକ ଯାତ୍ରା...

ହାଇକୋର୍ଟ ଗଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର (ଆଇଟି) ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍‌ ଦାଏର କରିଛନ୍ତି ।...

ମଝି ନଈରେ ଓଲଟିଲା ଡଙ୍ଗା

ପାଟନା,୫।୧୧: ବିହାରର ଭାଗଲପୁରରେ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝିନଈରେ ଓଲଟି ପଡ଼ିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

ଫିଲ୍ମ ‘ ଦ କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ

ନୂଆଦିଲ୍ଲୀ,୧୨।୫: ଫିଲ୍ମ ‘ ଦ କେରଲା ଷ୍ଟୋରି’ ସମ୍ବନ୍ଧରେ ଆଉ ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିରେ ସିନେମା ଦେଖିବା ଲୋକଙ୍କ ପାଇଁ ସୁରକ୍ଷା...

ଘର ଭଡା ଦେଇନାହାନ୍ତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୦।୨: ସର୍ବପୁରାତନ ଦଳ କଂଗ୍ରେସକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଅନେକ କଂଗ୍ରେସ ନେତା ସରକାରୀ ଭବନ ପାଇଁ ଭଡା ଦେଉନାହାଁନ୍ତି। ଏହି ନେତାଙ୍କ...

Advertisement
Archives

Model This Week