Posted inଜାତୀୟ

ମୋଦିଙ୍କୁ ଭେଟିଲେ ଭୁଟାନର ରାଜା

ନୂଆଦିଲ୍ଲୀ,୪।୪: ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ଓ୍ବାଂଗଚୁକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆମନ୍ତ୍ରଣ ରକ୍ଷା କରି ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସୋମବାର ସେ ଭାରତରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କୁ ସ୍ବାଗତ କରିଥିଲେ। ଅନୁମାନ କରାଯାଉଛି କି ଭୁଟାନ ରାଜାଙ୍କ ଏହି ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଗତିର ଆକଳନ କରିବାର ଏକ ଭଲ ସୁଯୋଗ। ଭୁଟାନ ରାଜାଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି, ଭୁଟାନ ରାଜ ଜିଗ୍‌ମେ ଖେସର ନାମଗ୍ୟାଲ ଓ୍ବାଂଗଚୁକ ବିଶେଷ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କର ଏହି ଯାତ୍ରା ଦୀର୍ଘନିନ ଧରି ପ୍ରଭାବିତ ଥିଲା। ଏହା ଭାରତ ଓ ଭୁଟାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ଦ୍ୱିପାକ୍ଷିକ ଆଦାନ ପ୍ରଦାନକୁ ଆଗକୁ ନେଇଯିବ।
ସେ କହିଛନ୍ତି, ଭୁଟାନ ରାଜାଙ୍କ ସହ ମଙ୍ଗଳବାର ମୋଦିଙ୍କ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଭୁଟାନର ସାମଜିକ-ଆର୍ଥିକ ସୁଧାର ପାଇଁ ଲଗାତାର ସମର୍ଥନ ଦେବାର କଥାକୁ ଦୋହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri