Posted inଜାତୀୟ

ଦେଶର ଶେଷ ଗାଁରେ ମୋଦିଙ୍କ ହୁଙ୍କାର, ବିରୋଧିଙ୍କୁ କଲେ ଟାର୍ଗେଟ

ଚମୋଲି,୨୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ କେଦାରନାଥରେ ପହଞ୍ଚିବା ପରେ ସେଠାରୁ ବଦ୍ରିନାଥ ଗସ୍ତ କରିଥିଲେ । ସୀମାନ୍ତ ଗାଁ ମାଣାରେ ମୋଦି କନେକ୍ଟିଭିଟି ପରିଯୋଜନାର ଶିଳାନ୍ୟାସ କରିବା ପରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ବଦ୍ରିନାଥରେ ସେ ରାତ୍ରୀ ଯାପନ କରିବେ । ପ୍ରଧାନମନ୍ତୀ ମାଣା ଗାଁରେ ସଡ଼କ ଓ ରୋପ ୱେ ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏହାପରେ ସେ ଆଗମନ ପ୍ଲାଜା ଓ ହ୍ରଦ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଜନସଭା ମାଣା ଗାଁରେ ଆର୍ମି କ୍ୟାମ୍ପସ ନିକଟରେ ଆୟୋଜନ କରାଯାଇଥିଲା । ଜନସଭାରେ ୧୫୦୦-୨୦୦୦ ଲୋକ ପହଞ୍ଚିଥିଲେ । ଦେଶର ଏହି ଶେଷ ଗାଁ ମାଣାରେ ଭୋଟିୟା ଜନଜାତିର ଗ୍ରାମୀଣ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓ ସ୍ଥାନୀୟ ନାଗରିକ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କର ସମ୍ବୋଧନରେ ପ୍ରଥମେ ବଦ୍ରି ବିଶାଲ ଓ ବାବା କେଦାରନାଥଙ୍କ ଜୟ ଜୟକାରରୁ ଆରମ୍ଭ କରିଥିଲେ । ଏହାସହ ସେ ନାମ ନ ନେଇ ବିରୋଧିଙ୍କୁ ଟାର୍ଗେଟ କରିଥିଲେ । ମୋଦି କହିଥିଲେ ଆମ ଦେଶକୁ ଗୁଲାମର ଜଞ୍ଜିରରେ ଏମିତି ବାନ୍ଧି ରଖାଯାଇଛି ଯେ କେତେକେ ଲୋକେ ବିକାଶର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ପୂର୍ବରୁ ଦେଶରେ ନିଜ ସଂସ୍କୃତିକୁ ନେଇ ହୀନ ଭାବନା ଥିଲା । ହେଲେ ଏବେ କେଦାରନାଥ, ବଦ୍ରିନାଥ, ହେମକୁଣ୍ଡ ସାହିବ, କାଶୀ ଉଜ୍ଜୟିନି ଅଯୋଧ୍ୟା ଭଳି ଶ୍ରଦ୍ଧାର କେନ୍ଦ୍ର ନିଜର ଭବ୍ୟତାକୁ ଦର୍ଶାଉଛି । ଦେଶରେ ଏବେ ଗୁଲାମିର ମାନସିକତାକୁ ଶେଷ କରିବାର ଅଛି । ପୂର୍ବରୁ ସରକାର ସୀମାନ୍ତର ଲୋକଙ୍କ ସାମର୍ଥ୍ୟକୁ ସେମାନଙ୍କ ବିରୋଧରେ ବ୍ୟବହାର କରୁଥିଲେ ହେଲେ ଏବେ ସୀମାନ୍ତର ଲୋକେ ସନ୍ତୋଷରେ ରହିଛନ୍ତି ।
ମୋଦି ଆହୁରି ମଧ୍ୟ କହିଛନ୍ତି, ମୋ ପାଇଁ ସୀମାରେ ଥିବା ଗାଁ ଦେଶର ପ୍ରଥମ ଗାଁ ଓ ସୀମାରେ ରହୁଥିବା ଲୋକେ ଦେଶର ସଶକ୍ତ ପ୍ରହରୀ । ପୁରୁଣା ସ୍ମୃତିକୁ ମନେପକାଇ ମୋଦି କହିଥିଲେ ମୁଁ ପ୍ରଧାନମନ୍ତ୍ରୀ ହୋଇଛି ସେଥିପାଇଁ ଏହି ଗାଁକୁ ମନେପକାଉଛି ତା’ ନୁହେଁ । ୨୫ ବର୍ଷ ପୂର୍ବରୁ ବି ମୁଁ ମାଣା ଗାଁରେ ଭାଜପାର କାର୍ଯ୍ୟ ସମିତି ବୈଠକ ଡାକିଥିଲି । ସେତେବେଳେ କେତେଜଣ କର୍ମୀ ମୋ ଉପରେ ଅସନ୍ତୁଷ୍ଟ ଥିଲେ ଯେ ଏତେ ଦୂରରେ ମୁଁ କାହିଁକି ବୈଠକ ଡାକିଲି । ସେଦିନ ମୁଁ କହିଥିଲି ଯେଉଁଦିନ ଉତ୍ତରାଖଣ୍ଡ ଭାଜପାର ହୃଦୟରେ ମାଣା ଗାଁ ପାଇଁ ସ୍ଥାନ ମିଳିବ, ସେହିଦିନ ସେଠାକାର ଲୋକଙ୍କ ହୃଦୟରେ ଭାଜପାର ସ୍ଥାନ ତିଆରି ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?