Posted inଜାତୀୟ

ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ PM ମୋଦି, ହୋଇପାରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ସୋମବାର ୨୨ ସେପ୍ଟେମ୍ବରରୁ ଲାଗୁ ହେବାକୁ ଥିବା GST (ଜିଏସ୍‌ଟି) ସୁଧାର ବିଷୟରେ ଆଲୋଚନା କରିପାରନ୍ତି। ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ତାଙ୍କ ସା ସମ୍ବୋଧନର ବିଷୟ ବିଷୟରେ କୌଣସି ସୂଚନା ଦେଇନାହିଁ।
ପିଏମ୍‌ଓ ପକ୍ଷରୁ ଏକ୍ସରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମ୍ବୋଧନ ନବରାତ୍ରିର ପୂର୍ବସାରେ ହେବ। ନବରାତ୍ରିର ପ୍ରଥମ ଦିନ ଅର୍ଥାତ ୨୨ ସେପ୍ଟେମ୍ବରରୁ ନୂତନ GST ସ୍ଲାବ ଦର ଲାଗୁ ହେବ, ଯାହାଦ୍ୱାରା ଅନେକ ଉତ୍ପାଦର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ବଡ଼ ଘୋଷଣା କରିଛନ୍ତି। ଯେମିତି ୨୦୧୬ରେ ନୋଟବନ୍ଦୀ ଏବଂ ୨୦୧୯ରେ ଭାରତର ‘ଉପଗ୍ରହ ବିଧ୍ୱଂସକ ପ୍ରକ୍ଷେପାସ୍ତ୍ର’ର ସଫଳ ପରୀକ୍ଷଣ। ୨୦୨୦ରେ କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ସେ ସମ୍ବୋଧନ ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିଥିଲେ, ଲକଡାଉନ ବିଷୟରେ ସୂଚନା ଦେଇଥିଲେ, ପରାମର୍ଶ ଦେଇଥିଲେ ଏବଂ ଏହି ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟରୁ ମୁକାବିଲା ପାଇଁ ସରକାରୀ ପଦକ୍ଷେପଗୁଡ଼ିକୁ ହାଇଲାଇଟ କରିଥିଲେ।
କେନ୍ଦ୍ର ସରକାର ଇନକମ ଟ୍ୟାକ୍ସରେ ରିହାତି ଦେବା ପରେ ପରୋକ୍ଷ ଟ୍ୟାକ୍ସ ବ୍ୟବସ୍ଥାରେ ସବୁଠାରୁ ବଡ଼ ସୁଧାର ଆଣି ‘GST ୨.୦’ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୁଧାରର ସବୁଠାରୁ ବଡ଼ ଲାଭ ସାଧାରଣ ଜନତାଙ୍କୁ ମିଳିବ ବୋଲି କୁହାଯାଉଛି। ପୂର୍ବରୁ ଯେଉଁ ନିତିଦିନିଆ ଜିନିଷ ଉପରେ ୧୨% କିମ୍ବା ୧୮% ଟ୍ୟାକ୍ସ ଦେବାକୁ ପଡ଼ୁଥିଲା, ଏବେ ସେଗୁଡ଼ିକ ୫% କିମ୍ବା ଶୂନ୍ୟ ଟ୍ୟାକ୍ସ ବର୍ଗରେ ଆସିଛି।
**ଏହି ଜିନିଷଗୁଡ଼ିକ ହେବ ଶସ୍ତା**
ଘିଅ, ପନିର, ମାଖଣ, ନମକୀନ, କେଚଅପ, ଜାମ, ଶୁଖିଲା ମେଓୱା, କଫି, ଆଇସ୍କ୍ରିମ ଭଳି ନିତିଦିନିଆ ବ୍ୟବହାରର ଜିନିଷ ଏବଂ ଟିଭି, ଏୟାର କଣ୍ଡିସନର (ଏସି), ୱାସିଂ ମେଶିନ ଭଳି ମହଙ୍ଗା ଉତ୍ପାଦଗୁଡ଼ିକ ମଧ୍ୟ ଶସ୍ତା ହେବ।
ଅଧିକାଂଶ ଔଷଧ ଏବଂ ଫର୍ମୁଲେସନ ତଥା ଗ୍ଲୁକୋମିଟର ଓ ଡାୟଗ୍ନୋଷ୍ଟିକ କିଟ ଭଳି ଚିକିତ୍ସା ଉପକରଣ ଉପରେ GST ଦରକୁ ୫%କୁ ହ୍ରାସ କରାଯାଇଛି, ଯାହାଦ୍ୱାରା ଆମ ଆଦମୀଙ୍କୁ ଔଷଧ ଶସ୍ତାରେ ମିଳିବ।
GST ଦର ହ୍ରାସ ଦ୍ୱାରା ସବୁଠାରୁ ବଡ଼ ଲାଭ ଗାଡ଼ି ଖରିଦଦାରଙ୍କୁ ମିଳିବ, କାରଣ ଛୋଟ ଓ ବଡ଼ କାର ଉପରେ ଟ୍ୟାକ୍ସ ଦରକୁ ଯଥାକ୍ରମେ ୧୮% ଓ ୨୮% କରାଯାଇଛି। ଅନେକ କାର କମ୍ପାନୀ ପୂର୍ବରୁ ହିଁ ମୂଲ୍ୟ ହ୍ରାସର ଘୋଷଣା କରିଛନ୍ତି।
ସେବା କ୍ଷେତ୍ରରେ ସ୍ବାସ୍ଥ୍ୟ କ୍ଲବ, ସେଲୁନ, ନାଇ ଦୋକାନ, ଫିଟନେସ ସେଣ୍ଟର, ଯୋଗ ଆଦି ସୌନ୍ଦର୍ଯ୍ୟ ଓ ଫିଟନେସ ସେବା ଉପରେ GSTକୁ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ୧୮%ରୁ ହ୍ରାସ କରି କ୍ରେଡିଟ ବିନା ୫% କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?