କରୋନା ବହୁରୂପି, ସବୁ ଭାରିଏଣ୍ଟ ଉପରେ ରଖିବାକୁ ପଡିବ ନଜର: ମୋଦି

ନୂଆଦିଲ୍ଲୀ,୧୩ ।୭: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମି କମି ଆସୁଛି ହେଲେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ତୃତୀୟ ଲହରର ସଙ୍କେତ ଦେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବୋତ୍ତର ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରୁଛନ୍ତି । ଏଥିରେ ସେ କହିଛନ୍ତି, କରୋନା ବହୁରୂପି ଏହାର ସବୁ ଭାରିଏଣ୍ଟ ଉପରେ ନଜର ରଖିବାକୁ ପଡିବ । ଏହି ବୈଠକରେ ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ, ମିଜୋରାମ, ମେଘାଳୟ, ସିକ୍କିମ, ତ୍ରିପୁରା ଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ଏହି ବୈଠକରେ କରୋନା ମହାମାରୀକୁ ନେଇ ଆଲୋଚନା କରାଯାଉଥିବା ବେଳେ କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ହିଲ ଷ୍ଟେଶନ, ମାର୍କେଟ ଆଦିରେ ଜନସାଧାରଣ ମାସ୍କ ନ ପିନ୍ଧିବା, ଗହଳି କରିବା ଓ କରୋନା ପ୍ରୋଟୋକଲ ନ ମାନିବା ଏବେ ଚିନ୍ତାର କାରଣ ପାଲଟି ଯାଇଛି । ତେବେ କରୋନା ବହୁରୂପି ହୋଇଥିବାରୁ ଆମକୁ ଯଥେଷ୍ଟ ସତର୍କ ରହିବା ଜରୁରୀ । ଏହାସହ ମ୍ୟୁଟେଶନ ପରେ ଏହା କେତେ ଚିନ୍ତା ବଢାଉଛି ତାକୁ ନେଇ ଲଗାତାର ଗବେଷଣା ଜାରି ରହିଛି । ତେଣୁ ଏହାର ତୁରନ୍ତ ଚିକିତ୍ସା କରିବା ଜରୁରୀ । ଏହାସହ ତୃତୀୟ ଲହରର ସାମ୍ନା କରିବାକୁ ହେଲେ ଆମକୁ ଟିକାକରଣ ଅଭିଯାନକୁ ଆହୁରି ଦ୍ରୁତ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପା ରେଡ: ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୪ କରୋନା ପଜିଟିଭ

ଇନ୍ଦୋର, ୧୦ ।୧: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହି ସମୟରେ ମଧ୍ୟପ୍ରଦେଶ ଇନ୍ଦୋରର କ୍ରାଇମ ବ୍ରାଞ୍ଚ ଓ ମହିଳା...

ଆଫଗାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ନ ହେଉ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨ ।୯: କତରର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦିପକ ମିତ୍ତଲଙ୍କ ସହ ତାଲିବାନ ନେତା ଶେର ମହମ୍ମଦ ଅବ୍ୱାସ ଷ୍ଟାନେକଜଇଙ୍କର କଥାବାର୍ତ୍ତା ହୋଇଥିଲା ।...

୫୦-୫୦ ଅଙ୍କକୁ ନେଇ ଅଡିବସିଛି ଶିବସେନା: ଏକନାଥ ବିଧାୟକ ଦଳର ନେତା ନିର୍ବାଚିତ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟର ଅଙ୍କ ଛିଣ୍ଡିପାରୁ ନାହିଁ। ଶିବସେନା...

ଉପହାର ପାଖରେ ରଖିପାରିବେ ଆଇଏଏସ୍‌, ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ, ୨୨।୯(ପି.ଟି.): ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଫିସରମାନେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଗ୍ରହଣ କରିଥିବା ଉପହାର ପାଖରେ ରଖିପାରିବେ। ଏଥିପାଇଁ କେନ୍ଦ୍ର ସରକାର ୫୦...

୫ ବର୍ଷରେ ଦେଶରେ ୧୫ ଏମ୍ସ୍‌-୬ ଆଇଆଇଟି ସ୍ଥାପିତ ହୋଇଛି: ମୋଦି

ନୂଆଦିଲ୍ଲୀ, ୧୯।୧୦: ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ବିକାଶ କାର୍ଯ୍ୟ କରିଛନ୍ତି। ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ଟି...

କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

ଶ୍ରୀନଗର, ୨।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ ରଖାଯାଇଛି। ସେମାନେ ରହୁଥିବା ଶ୍ରୀନଗରର ଗୁପ୍‌କାର ରୋଡ୍‌ ଅଞ୍ଚଳକୁ...

ଶାନ୍ତି-ଶୃଙ୍ଖଳା ପାଇଁ ଅପିଲ୍‌ କଲେ ମୋଦି

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କୁ ବିରୋଧ କରି ହିଂସା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏପରିସ୍ଥଳେ ଶାନ୍ତି-ଶୃଙ୍ଖଳା...

ଅସହାୟଙ୍କୁ ବିଏମ୍‌ସିର ରାଶନ ବଣ୍ଟନ

ବ୍ରହ୍ମପୁର ଅଫିସ,୩୧ା୩-କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ଜିଲାପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏହାର ପ୍ରଭାବରେ ବ୍ରହ୍ମପୁରରେ ରାଜ୍ୟ ବାହାରୁ ଆସି ଫସି ରହିଥିବା...

Advertisement
Archives

Model This Week