Posted inଜାତୀୟ

ସି-୧୩୦ଜେ ସୁପର ହରକ୍ୟୁଲେସ ଏୟାରକ୍ରାପ୍ଟରୁ ଲ୍ୟାଣ୍ଡ କରି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ ପାଇଁ ଉତ୍ତରପ୍ରଦେଶ ଆସୁଛନ୍ତି । ମୋଦି ଲାକହିଡ ମୋର୍ଟିନ ସି-୧୩୦ ହରକ୍ୟୁଲେସ ଏୟାରକ୍ରାପ୍ଟରୁ ଦିନ ୧ଟା ୩୦ ମିନିଟରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଅବତରଣ କରିବେ । ତାଙ୍କୁ ସେଠାରେ ସ୍ୱାଗତ କରିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ । ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ ପରେ ମୋଦି ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପାଖାପାଖି ଅଧଘଣ୍ଟା ପାଇଁ ଏୟାର ଶୋ’ ହେବାର ଯୋଜନା ରହିଛି । ଏଥିରେ ଫାଇଟର ଜେଟରେ ଦେଶର ଶକ୍ତି ପ୍ରଦର୍ଶନ କରାଯିବ । ଦିନ ପ୍ରାୟ ୨ଟା ୪୦ରେ ସୁଖୋଇ, ଜଗୁଆର ଓ ମିରାଜରେ ବାୟୁସେନା ତା’ର ଶକ୍ତି ପ୍ରଦର୍ଶନ କରିବ । ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଯୋଗୀ ଆଦିତ୍ୟନାଥଙ୍କ ମେଗା ପ୍ରୋଜେକ୍ଟ । ଏହି ୩୪୧ କିଲୋମିଟର ଲମ୍ବା ଏକ୍ସପ୍ରେସୱେ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୨୨ହଜାର ୪୯୫ କୋଟି ଟଙ୍କା । ଏହି ହାଇୱେ ମାଧ୍ୟମରେ ରାଜ୍ୟର ୯ଟି ଜିଲା ଯୋଡି ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍‌ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ...

ଉତ୍ତରପ୍ରଦେଶ ନିର୍ବାଚନ: ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଲଢିବେ ବାଧ୍ୟତାମୂଳକ ଅବସର ନେଇଥିବା ଆଇପିଏସ୍

ଲକ୍ଷ୍ନୌ,୧୪ ।୮: ଭାରତୀୟ ପୋଲିସ ସେବା(ଆଇପିଏସ୍‌)ର ପୂର୍ବତନ ଅଧିକାରୀ ଅମିତାଭ ଠାକୁର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ପାଦ ରଖୁଛନ୍ତି । ସେ ମୁଖ୍ୟମନ୍ତ୍ରୀ...

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩...

ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟିନା ଡାବି

ଜୟପୁର,୨୪ା୫: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେରର ମୋଲ ସାଗର ଗ୍ରାମରେ...

ଆସାମ ପୋଲିସକୁ ବଡ଼ ଝଟ୍‌କା: ମୁକୁଳିବେ ପବନ ଖେରା

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ମାମଲାରେ ଆସାମ ପୋଲିସ ଗୁରୁବାର କଂଗ୍ରେସର ମୁଖପାତ୍ର ପବନ ଖେରାଙ୍କୁ ଗିରଫ କରିଥିଲା। କିଛି ଘଣ୍ଟାର...

ହରିବଂଶଙ୍କୁ ଏନ୍‌ଡିଏର ସମର୍ଥନ

ନୂଆଦିଲ୍ଲୀ, ୧୦।୯(ପି.ଟି.): ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନ୍‌ଡିଏ ଏବଂ ବିରୋଧି ମେଣ୍ଟ ମଧ୍ୟରେ ଏବେ ଅଙ୍କକଶା ଜୋର...

ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୨: ୫ ରାଜ୍ୟରେ ବାଜିଛି ନିର୍ବାଚନ ବିଗୁଲ। ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଙ୍ଗ...

ବଢ଼ିବ ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୬।୯: ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି। ଗୋଟିଏ ପଟେ ଦେଶରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ...

Advertisement
Archives

Model This Week