ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଏକ ହାତୀ ଛୁଆକୁ ଦେଖିବାକୁ ମିଳୁଛି । ଦୁଇଟି ବଡ଼ ହାତୀ ଛିଡ଼ା ହୋଇଥିବା ବେଳେ ଛୁଆ ହାତୀଟି ଫୁଟ୍ବଲରେ ଖେଳିବାରେ ବ୍ୟସ୍ତ ଅଛି। ସେ ପାଣିରେ ପଶି ଫୁଟବଲ ଖେଳୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
It’s their day…
Happy Children’s day☺️☺️ pic.twitter.com/xlqNEbii40— Susanta Nanda IFS (@susantananda3) November 14, 2021