Posted inଜାତୀୟ

ବନ୍ଦ ହେବ ସରକାରୀ ମଦ ଦୋକାନ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଔପଚାରିକ ଭାବେ ଏବେ ସରକାରୀ ମଦ ଦୋକାନ ବନ୍ଦ ହେବାକୁ ଯାଉଛି । ଏବେ ଏହା କେବଳ ଘରୋଇ ଦୋକାନରେ ମିଳିପାରିବ । ମଙ୍ଗଳବାର ମଧ୍ୟରାତ୍ରୀରୁ ପାଖାପାଖି ୪୦୦ ମଦ ଦୋକାନରେ ତାଲା ପଡିବ । କାରଣ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ବୁଧବାର ଲାଗୁ ହେବାକୁ ଥିବା ବେଳେ ଏବେ କେବଳ ଘରୋଇ ଦୋକାନରେ ମଦ ମିଳିପାରିବ । ଅନୁମାନ କରାଯାଉଛି କି ଏକା ସାଙ୍ଗରେ ଏତେ ଗୁଡିଏ ଦୋକନ ବନ୍ଦ ହେବା ଫଳରେ ଘରୋଇ ଦେକାନରେ ଭିଡ ବୃଦ୍ଧି ପାଇପାରେ । ତେବେ ଅବକାରୀ ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୮୫୦ ନୂଆ ଦୋକାନ ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ରହିଛି । ୩୨ ଜୋନରେ ସମସ୍ତ ଆବେଦନକାରୀଙ୍କୁ ଲାଇସେନ୍ସ ବିତରଣ କରାଯାଇଛି । ହେଲେ ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରଥମ ଦିନ ଅର୍ଥାତ୍ ବୁଧବାର ୩୦୦-୩୫୦ ଦୋକାନ ବିକ୍ରି ଆରମ୍ଭ କରିବାର ସମ୍ଭାବନା ରହିଛି । ଏହାଦ୍ୱାରା ମଦ ମିଳିବାରେ ସମାନ୍ୟ ଅସୁବିଧା ଉପୁଜିପାରେ । ହେଲେ ଧୀରେ ଧୀରେ ସମସ୍ତ ୮୫୦ ଦୋକାନ ବିକ୍ରି ଆରମ୍ଭ କରିବା ପରେ ଆଉ ଅସୁବିଧା ଦେଖା ଦେବନାହିଁ ବୋଲି ଅନୁମାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଗଦର୍ଶିକା ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ହୋମ୍‌ କ୍ୱାରାଣ୍ଟାଇନ (ଘରେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା) ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ ପ୍ରଧାନମନ୍ତ୍ରୀ...

୧୪ ବିରୋଧୀ ଦଳ ଆବେଦନର ଶୁଣାଣି ୫ରେ

ନୂଆଦିଲ୍ଲୀ, ୨୫ା୩(ପି.ଟି.): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ୧୪ଟି ବିରୋଧୀ ଦଳ ପକ୍ଷରୁ ଦାଏର ପିଟିଶନର ଶୁଣାଣି ଏପ୍ରିଲ ୫ରେ କରିବା ଲାଗି ଶୁକ୍ରବାର...

ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଧାର୍ମିକ ସ୍ଥଳ ବନ୍ଦ ରହିଛି। ଧାର୍ମିକସ୍ଥଳ ଖୋଲିବା ନେଇ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ...

ଭୁଶୁଡ଼ିଲା ନିର୍ମାଣଧୀନ ଫ୍ଲାଇଓଭର

ଗୁରୁଗ୍ରାମ୍‌,୨୮।୩: ଏକ ନିର୍ମାଣଧୀନ ଫ୍ଲାଇଓଭର ରବିବାର ଗୁରୁଗ୍ରାମଠାରେ ଭୁଶୁଡ଼ି ପଡ଼ିବାରୁ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର...

ଶିବସେନା ଭାଙ୍ଗିବାରେ ପଓ୍ବାରଙ୍କ ହାତ, ନୂଆ ଅଭିଯୋଗ…

ମୁମ୍ବାଇ, ୧୩।୭ : ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏକନାଥ...

ଚଳିତ ବର୍ଷ ଭାରତୀୟଙ୍କ ଦରମାରେ ସର୍ବାଧିକ ବୃଦ୍ଧି ହେବ…

ନୂଆଦିଲ୍ଲୀ,୧୭।୧ : ନିକଟରେ ହୋଇଥିବା ଏକ ଆକଳନରୁ ଜଣାପଡିଛି ଯେ ଚଳିତ ବର୍ଷ ଭାରତରେ କର୍ମଚାରୀଙ୍କ ଦରମା ୯.୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ସମସ୍ତ...

ପିତାଙ୍କୁ ମନେ ପକାଇ ଭାବୁକ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୦।୮: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ହେଉଛି ରବିବାର ୭୯ ତମ ଜୟନ୍ତି। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିତାଙ୍କୁ...

ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮...

Advertisement
Archives

Model This Week