Posted inଜାତୀୟ

ଭାଜପା କର୍ମୀଙ୍କୁ ମୋଦିଙ୍କ ଅପିଲ: କୃଷକଙ୍କ ପାଖକୁ ଯାଇ ସହଜରେ ବୁଝାଇ ଦିଅ କୃଷି ବିଲ୍‌

ନୂଆଦିଲ୍ଲୀ,୨୫ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତି ଅବସରରେ ଦେଶର ସମସ୍ତ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ସମସ୍ତ ଭାଜପା କର୍ମୀଙ୍କୁ କହିଛନ୍ତି ସେମାନେ ପ୍ରତିଟି କୃଷକଙ୍କ ପାଖକୁ ଯାଇ ସେମାନଙ୍କୁ କୃଷି ବିଲ୍ ସମ୍ପର୍କରେ ସରଳ ଭାବେ ବୁଝାଇ ଦିଅନ୍ତୁ । ମୋଦି କହିଛନ୍ତି ଉପା ସରକାର ୫ ବର୍ଷ ଶାସନ କାଳ ଭିତରେ କୃଷକଙ୍କୁ କେବଳ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ୨୦ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାଦନ କରିଥିଲା । ହେଲେ ଭାଜପା ସରକାର ୫ ବର୍ଷ ଭିତରେ କୃଷକଙ୍କୁ ପାଖାପାଖି ୩୫ ଲକ୍ଷ କୋଟି ଟଙ୍କା କେସିସି ମାଧ୍ୟମରେ ଦେଇ ସାରିଛି । ସ୍ୱାଧିନତା ପରେ କେବଳ କୃଷକ ଓ ଶ୍ରମିକଙ୍କୁ ନେଇ ସବୁକିଛି ସ୍ଲେଗାନରେ ସୀମିତ ଥିଲା ହେଲେ ଏବେ ଭାଜପା ସରକାର ଏହାକୁ କରି ଦେଖାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଦେଶର କୃଷକ, ଶ୍ରମିକ ଭାଉଣୀ ଭାଇ, ଯୁବବର୍ଗ, ମଧ୍ୟମବର୍ଗଙ୍କ ହିତ ଉଦ୍ଦେଶ୍ୟରେ ବହୁତ ଭଲ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଭାରତକୁ ବିଶ୍ୱ ଦରବାରରେ ପରିଚିତ କରାଇବା, ୧୩୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏହା କେବଳ ଦିନଦୟାଲଙ୍କ ଭଳି ମହାନ୍ ବ୍ୟକ୍ତିଙ୍କ ଆଶିର୍ବାଦ ଯୋଗୁ ସମ୍ଭବ ହୋଇଛି । ସୂଚନାଯୋଗ୍ୟ, ଗୋଟିଏ ପଟେ କୃଷି ବିଲ୍‌କୁ ସାରା ଦେଶରେ କୃଷକ ବିରୋଧ କରୁଥିବା ବେଳେ ଅନ୍ୟପଟେ ଭାଜପା କର୍ମୀ ଘର ଘର ପହଞ୍ଚି ଏହାର ଲାଭ ବିଷୟରେ ସେମାନଙ୍କୁ ବୁଝାଇବାକୁ ମୋଦି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କୁ ହେବନାହିଁ ସଂକ୍ରମଣ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମାହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା...

କରୋନା ଗୁଜବ ଦୂର କରିବାକୁ ୩୦ଟଙ୍କାରେ ମିଳିଲା ଫୁଲ୍‌ ପ୍ଲେଟ ଚିକେନ

ଗୋରଖପୁର,୩।୩: କରୋନା ଭାଇରସ ଏବେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାରିତ ହେଉଛି। କେତେକ ସ୍ଥାନରେ ଏହା ଚିକେନ ଖାଇବା...

ଦିଦିଙ୍କ ପାଇଁ ବଡ଼ ଆହ୍ବାନ

କୋଲକାତା/ନୂଆଦିଲ୍ଲୀ,୧୪ା୧୧: ନଭେମ୍ବର ୧୦ ତାରିଖ। ଏହି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦୁଇଟି ଅଶୁଭ ଖବର ଆସିଥିଲା। ଗୋଟିଏ ଥିଲା ଦଳ ଭିତରୁ...

ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ବୈଠକ: ପାଣ୍ଠି ପ୍ରସଙ୍ଗ ଉଠାଇଲେ ରାଜ୍ୟ

ନୂଆଦିଲ୍ଲୀ,୭ା୧୦(ପି.ଟି.): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବିତ ନୂତନ ଶିକ୍ଷାନୀତି କାର୍ଯ୍ୟକାରିତା ଲାଗି ବିଭିନ୍ନ ରାଜ୍ୟ ପାଣ୍ଠି ପ୍ରସଙ୍ଗ ଉଠାଇଛନ୍ତି। ସରକାରଙ୍କ ଚିଠା ନୀତିରେ...

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ, ୧୮ା୮: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଜଣେ ଦଳିତ ନାବାଳିକା(୧୭)ଙ୍କୁ ବଳପୂର୍ବକ ଅପହରଣ କରାଯିବା ପରେ ଗଣବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଖିବାକୁ...

ଆଗାମୀ ଆଦେଶ ଯାଏଁ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ସଂକ୍ରମଣ ଲଗାତର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ଏକ ବଡ଼...

ଆଶ୍ରମ ମାମଲା: ଆଶାରାମଙ୍କ ଉପରେ ପୁସ୍ତକ ରଚନା କଲେ ଆଇପିଏସ୍‌!

ନୂଆଦିଲ୍ଲୀ,୩୧।୮: ନିଜର କାମ କରିବାର ଭିନ୍ନ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜସ୍ଥାନ କ୍ୟାଡରର ଆଇପିଏସ୍‌ ଅଜୟପାଲ ଲାମ୍ବା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ।...

ରାତିରେ ଗଢା ହୋଇଛି ସରକାର ରାତିରେ ହିଁ ଭାଙ୍ଗିବ: ଜୟନ୍ତ ପାଟିଲ

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ରବିବାର ବିଳମ୍ବିତ ରାତିରେ ସାକ୍ଷାତ୍‌...

Advertisement


Archives

Model This Week

Why Dharitri