Posted inଜାତୀୟ

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଜାଣି ତାଜୁବ ହେବେ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଇଣ୍ଡିଆ ମହାମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରିବା ସହ ସେମାନେ ଭୋଟବ୍ୟାଙ୍କକୁ ଖୁସି କରିବା ପାଇଁ ଏଥର ପ୍ଲାନିଂ କରୁଛନ୍ତି ବୋଲି ମୋଦି କହିଛନ୍ତି। ଏଥିସହ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ମଧ୍ୟ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଯାହା ସମସ୍ତଙ୍କୁ ତାଜୁବ କରିଛି। ବିହାରର ପାଟଳିପୁତ୍ର ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବା ସହ ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ବଡ଼ ବୟାନ ଦେଇଛନ୍ତି।

ମୋଦି କହିଛନ୍ତି, ସେମାନେ ୫ବର୍ଷରେ ୫ଟି ପିଏମ ଦେବାକୁ ଯୋଜନା କରିଛନ୍ତି। ଏହି ନିର୍ବାଚନ କେବଳ ଏମପି ନିର୍ବାଚିତ କରିବା ନୁହେଁ ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ଅଟେ। ଜନତାଙ୍କ ଭୋଟ ଏତେ ଶକ୍ତିଶାଳୀ ଯାହା ପିଏମ କିଏ ହେବ ତାହା ନିଷ୍ପତ୍ତି ନେଇପାରେ। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ନିଷ୍ପତ୍ତି ନିଆସରିଛି। ଗାନ୍ଧୀ ପରିବାରର ପୁଅ, ସପା ପରିବାରର ପୁଅ, ଏନସିପି ପରିବାରର ଝିଅ, ଏଏପି ମୁଖ୍ୟଙ୍କ ସ୍ତ୍ରୀ, ଟିଏମସି ପରିବାରର ଭଣଜା, ନକଲି ଶିବସେନାଙ୍କ ପୁଅ, ଆରଜେଡିର ପୁଅ କିମ୍ବା ଝିଅ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି। ଏହି ପାଞ୍ଚଟି ପରିବାରର ପ୍ଲାନିଂ ଅଛି କି, ଏମାନେ ୫ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦକୁ କବଜା କରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରପୋର୍ଟରୁ କଟିଗଲା ବିଜୁଳି, ଗରମରେ ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୭।୬: ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ସମସ୍ୟା ଲାଗି ରହିଛି । ଏହାର ପ୍ରଭାବ ବିମାନ ବନ୍ଦରରେ ମଧ୍ୟ ଦେଖିବାକୁ ମିଳିଛି । ଦେଶର...

ପରମାଣୁ ବୋମା ରେସ୍‌ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…

ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍‌ ଚାଲିଛି। ଏହି ରେସ୍‌ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର...

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଘଟଣା: ୧୯ ଟ୍ରେନ୍‌ ବାତିଲ୍‌

କୋଲକାତା, ୧୭।୬: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି । ଦୁଇଟି ଟ୍ରେନ୍‌ର ୪ ବଗି ଏବଂ ୫ ୱାଗନ ଲାଇନ୍‌ଚ୍ୟୁତ...

ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ମିଳିଲା ବ୍ଲେଡ୍‌

ନୂଆଦିଲ୍ଲୀ,୧୭।୬: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ବଡ ତ୍ରୁଟି ସାମ୍ନାକୁ ଆସିଛି। ଏହି ବିମାନର ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ ମିଳିଥିଲା।...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୧୭।୬: ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବଡ଼ ପଦକ୍ଷେପ ନେଇଛି। ଦଳ ଆଗୁଆ ନିର୍ବାଚନୀ ପ୍ରସ୍ତୁତି...

ଜମ୍ମୁ-କଶ୍ମୀର ପରେ ମଣିପୁରକୁ ନେଇ ଆକ୍ସନ ମୋଡ୍‌ରେ ଶାହା, ଡାକିଲେ ବୈଠକ

ନୂଆଦିଲ୍ଲୀ, ୧୭।୬: ଜମ୍ମୁ-କଶ୍ମୀର ସ୍ଥିତି ସମୀକ୍ଷା ପରେ ଏବେ ମଣିପୁର ଉପରେ ଫୋକସ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ଅପରାହ୍ନ ୪ଟା...

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬: ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଇସ୍ତଫା ଦେବେ ଶିବରାଜ ସିଂ ଚୌହାନ: ଦିନେ-୨ଦିନ ଭିତରେ ହୋଇଯିବ ସ୍ପଷ୍ଟ

ଭୋପାଳ,୧୭।୬: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି କିମ୍ବା ଆସନ୍ତାକାଲି ବିଧାନସଭା ପଦରୁ ଇସ୍ତଫା ଦେଇପାରନ୍ତି। ସମ୍ବିଧାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri