Posted inଜାତୀୟ

ମୋଦି ଗୋଟିଏ ଚିତାର ନାମ ରଖିଲେ ଆଶା, ଅନ୍ୟମାନଙ୍କର ବି ହେଲା ନାମକରଣ

ନୂଆଦିଲ୍ଲୀ,୧୯ ।୯: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ୮ ଚିତାଙ୍କୁ ସ୍ୱାଗତ କରାଯାଇ ସାରିଛି । ୭୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଚିତାଙ୍କ ବଂଶ ବୃଦ୍ଧି କରିବାକୁ ପ୍ରୟାସ କରାଯାଇ ସମସ୍ତ ଚିତାଙ୍କୁ ନାମିବିୟାରୁ ଭାରତ ଅଣାଯାଇଛି । ଶନିବାର ଆୟୋଜିତ ଏକ ବହୁ ପ୍ରଚାରିତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ବାଡ ମଧ୍ୟରେ ୮ ଚିତାଙ୍କୁ ଔପଚାରିକ ଭାବେ ଭାରତୀୟ ଜଙ୍ଗଲରେ ଛାଡି ଦେଇଛନ୍ତି । ମିଳିଥିବା ଏକ ସୂଚନା ଅନୁଯାୟୀ, ଏହି ୮ ଚିତାଙ୍କ ମଧ୍ୟରୁ ମୋଦି ଗୋଟିକର ନାମ ‘ଆଶା’ ରଖିଛନ୍ତି । ଏହି ନାମର ଏକ ବିଶେଷ ଅର୍ଥ ରହିଛି । କାରଣ ଭାରତ ଚିତାକୁ ନିଜ ଜଙ୍ଗଲରେ ପୁଣିଥରେ ପ୍ରବେଶ କରାଇ ଯାତ୍ରା ଆରମ୍ଭ କରିଛି ଯାହା ପର୍ଯ୍ୟାବରଣର ସ୍ଥିରତା ଓ ସଂରକ୍ଷଣରେ ସହାୟତା କରିବ ।
‘ଆଶା’ ନାମରୁ ବହୁତ କିଛି ଆଶା କରାଯାଇଛି । ୪ ବର୍ଷୀୟା ଏହି ଚିତା କୁନୋ ନ୍ୟାଶନାଲ ପାର୍କରେ ଚିତାଙ୍କ ବଂଶ ବୃଦ୍ଧି କରିବାରେ ସହାୟକ ହେବ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ନାମିବିୟାର ଏରିଂଡି ପ୍ରାଇଭେଟ ଗେମ ରିଜର୍ଭରେ ଏପ୍ରିଲ ୨୦୨୦ରେ ଜନ୍ମ ନେଇଥିବା ୨.୫ ବର୍ଷିୟ ଚିତାର ନାମ ବିଲ୍ସି ରଖାଯାଇଛି । ୫ ବର୍ଷିୟ ସବୁଠାରୁ ବଡ ଚିତାର ନାମ ସାଶା ରଖାଯାଇଛି । କୁହାଯାଉଛି କି ସବାନା ନାମକ ଏକ ଅନ୍ୟ ସାଥି ଚିତାର ନିକଟତର ବନ୍ଧୁ । ତେବେ ଆସନ୍ତା ବର୍ଷ ଆଉ କିଛି ଚିତା ନାମିବିୟାରୁ ଭାରତ ଆସିପାରନ୍ତି ବୋଲି ଅନୁମାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଏକାସାଙ୍ଗରେ ଗଠନ ହେବ ୬ ଗ୍ରହଙ୍କ ବିରଳ ମହାସଂଯୋଗ: ମାଲାମାଲ ହେବେ କର୍କଟ ସମେତ ଏହି ୬ ରାଶି

ଗ୍ରହ ଗୋଚର ଦୃଷ୍ଟିରୁ ସେପ୍ଟେମ୍ବର ମାସର ପ୍ରଥମ ତାରିଖ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri