Posted inଫୁରସତ

୬୦ ବର୍ଷୀୟ ସ୍ପାଇଡର୍‌ ମ୍ୟାନ୍‌

ପ୍ୟାରିସ୍‌: ବିଶାଳ ଟାଓ୍ବାର ଚଢ଼ିବାର ସ୍ବପ୍ନକୁ ବୃଦ୍ଧ ବୟସରେ ଫ୍ରାନ୍ସର ଆଲେନ ରବର୍ଟ ନାମକ ଜଣେ ବ୍ୟକ୍ତି ସାକାର କରିଛନ୍ତି। ଶନିବାର ପ୍ୟାରିସ୍‌ରେ ସେ ଏକାକୀ ୪୮ ମହଲା ବିଶିଷ୍ଟ ବିଲ୍ଡିଂ ଚଢ଼ି ରେକର୍ଡ କରିଛନ୍ତି। ରବର୍ଟ ନାଲି ରଙ୍ଗର ଡ୍ରେସ୍‌ ପିନ୍ଧି ୬୧୩ ଫୁଟ ଉଚ୍ଚତା ବିଶିଷ୍ଟ ବିଲ୍ଡିଂର ୧୮୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଥିଲେ। ଏହି ବିଲ୍ଡିଂଟି ଫ୍ରାନ୍ସର ଲା ଡିଫେନ୍ସ ବିଜ୍‌ନେସ୍‌ ଡିଷ୍ଟ୍ରିକ୍ଟରେ ଅବସ୍ଥିତ। ଆସନ୍ତା ମାସରେ ରବର୍ଟ ୬୦ ବର୍ଷରେ ପଦାର୍ପଣ କରିବେ। ବୟସ ମାତ୍ର ଏକ ସଂଖ୍ୟା। ଫ୍ରାନ୍ସରେ ଚାକିରିରୁ ଅବସର ନେବା ବୟସ ୬୦ ହୋଇଥିବାବେଳେ ତାଙ୍କୁ ଯେତେବେଳେ ୬୦ ବର୍ଷ ବୟସ ହେବ ସେତେବେଳେ ସେ ନଭଶ୍ଚୁମ୍ବି ଅଟ୍ଟାଳିକା ଚଢ଼ି ରେକର୍ଡ କରିବା ପାଇଁ ନିଷ୍ପତ୍ତିି ନେଇଥିବା କହିଛନ୍ତି। ଏହାବ୍ୟତୀତ ଆଲେନ ବିଶ୍ୱର ବହୁ ଅଟ୍ଟାଳିକା ମାନ ଛଢ଼ିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏ ପ୍ରକାର ଟାକ୍ସ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି। ୧୯୭୫ ମସିହାରୁ ସେ ବିରାଟ ବିଲ୍ଡିଂ ସବୁ ଚଢ଼ିବା ଆରମ୍ଭ କରିଥିଲେ। ଫ୍ରାନ୍ସର ଦକ୍ଷିଣାଞ୍ଚଳରେ ଥିବା ଭାଲେନ୍ସରେ ରବର୍ଟ ଏ ନେଇ ପ୍ରଶିକ୍ଷଣ ନେଇଛନ୍ତି। ୧୯୭୭ରେ ସେ ଏକାକୀ ବିଶାଳ ଟାଓ୍ବାର ଚଢ଼ିବା ଆରମ୍ଭ କରିଥିଲେ। ଦୁବାଇର ସବୁଠାରୁ ଉଚ୍ଚତମ ବିଲ୍ଡିଂ ବୁର୍ଜୁ ଖଲିଫା, ଇଫିଲ୍‌ ଟାଓ୍ବାର ଚଢ଼ିବା ସହ ବର୍ତ୍ତମାନ ସୁଦ୍ଧା ସେ ୧୫୦ରୁ ଊର୍ଦ୍ଧ୍ୱ ଟାଓ୍ବାର ଚଢ଼ିଥିବା କୁହାଯାଉଛି। ପ୍ରଶାସନର ବିନା ଅନୁମତିରେ ବିଶାଳକାୟ ଟାଓ୍ବାର ସବୁ ଚଢ଼ିବା ବେଆଇନ କାର୍ଯ୍ୟ ଅଧୀନରେ ଆସୁଥିବାବେଳେ ଏନେଇ ବହୁବାର ତାଙ୍କୁ ଗିରଫ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?