Posted inଜାତୀୟ

ଆଇଏସ୍‌ଆଇ ଗୁପ୍ତଚର ଗିରଫ: ଯୋଗାଉଥିଲେ ଗୁପ୍ତ ତଥ୍ୟ

ବାଡମେର, ୨୪।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚରୀ କରୁଥିବା ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ରାଜସ୍ଥାନ ବାଡମେରରୁ ଏଟିଏସ୍‌ ଏବଂ ସିଆଇଡିବିଆଇ ଟିମ ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ନାମ ଶୋହନ ଲାଲ୍‌ ବୋଲି ଏଟିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେ ଦୀର୍ଘଦିନ ଧରି ଆଇଏସ୍‌ଆଇକୁ ଗୁପ୍ତ ସୂଚନା ଯୋଗାଇ ଦେଉଥିବା କୁହାଯାଉଛି। ରୋଶନଙ୍କ କେତେକ ସମ୍ପର୍କୀୟ ପାକିସ୍ତାନରେ ବାସ କରନ୍ତି। ସେମାନଙ୍କୁ ସାକ୍ଷାତ୍‌ କରିବା ଲାଗି ରୋଶନ ପାକିସ୍ତାନ ଯାଇଥିବା ସମୟରେ ତାଙ୍କୁ ଆଇଏସ୍‌ଆଇ ନିଜ ଜାଲରେ ଫଶାଇ ଗୁପ୍ତଚରୀ କରିବାକୁ କହିଥିବା ରୋଶନ କହିଛନ୍ତି। ଏହାପରେ ଭୟରେ ରୋଶନ ଭାରତ ସମ୍ପର୍କରେ ବହୁ ଗୋପନୀୟ ତଥ୍ୟ ଯୋଗାଇ ଦେଇଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ରାଜ୍ୟ ସ୍ବପ୍ନ ଦେଖାଇ ମୋଦି ନିର୍ମାଣ କରୁଛନ୍ତି ରାବଣ ରାଜ୍ୟ: ସିଦ୍ଧାରମେୟା

ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍‌ ଇନ୍‌ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର...

ଆସନ୍ତା ବର୍ଷଠାରୁ ଜୁନ୍‌ ୧ରେ ଭୋପାଳରେ ସରକାରୀ ଛୁଟି: ଶିବରାଜଙ୍କ ଘୋଷଣା…

ଭୋପାଳ,୧।୬ : ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳ ମିଶ୍ରଣ ତଥା ଭୋପାଳର ଗୌରବ ଦିବସ ଅବସରରେ ଭୋପାଳ ଆସନ୍ତା ବର୍ଷ ଠାରୁ ଜୁନ ୧ ତାରିଖ ଏକ...

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବଡ ନିଷ୍ପତ୍ତି: ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବିହାରରେ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସାରା ଦେଶରେ ଏହି ଯୋଜନାକୁ ବିରୋଧ...

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’: କେବଳ ଶିକ୍ଷାର୍ଥୀ ପଚାରିବେ ମୋଦିଙ୍କୁ ପ୍ରଶ୍ନ

ନୂଆଦିଲ୍ଲୀ,୧୬।୧: ଜାନୁୟାରୀ ୨୦ରେ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ର ତୃତୀୟ ସଂସ୍କରଣରେ କେବଳ ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରି ପାରିବେ...

ଓକିଲ ଧର୍ମଘଟ ରୋକିବାକୁ ଯୋଜନା କର

ନୂଆଦିଲ୍ଲୀ,୨୫ା୧: ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଏହି...

ଦିଲ୍ଲୀକୁ ଯୋଗାଇ ଦିଆଯାଇଛି ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌: କେନ୍ଦ୍ର

ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ମାମଲାରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ନିଜର ଉତ୍ତର ରଖିଛନ୍ତି।...

ମଧ୍ୟପ୍ରଦେଶରେ ୫୩ ବର୍ଷ ତଳ ଘଟଣାର ପୁନରାବୃତ୍ତି: ବିଜୟାରାଜେଙ୍କ ପରେ ଏବେ ନାତି ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ଏପରି କରି ସେ ୫୩ ବର୍ଷ ତଳର ଇତିହାସ ଲୋକଙ୍କୁ ମନେ ପକାଇ ଦେଇଛନ୍ତି। ସେତେବେଳେ...

ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି।...

Advertisement
Archives

Model This Week