Posted inଜାତୀୟ

Video: ପ୍ରଧାନମନ୍ତ୍ରୀଙ୍କ ମହାନତା, ସଭା ମଝିରେ କୁନି ଝିଅଠାରୁ ଜଗନ୍ନାଥ ଫଟୋ ନେଲେ ଉପହାର

ନୂଆଦିଲ୍ଲୀ,୨।୩: ଲୋକସଭା ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୧ ରେ ଦିନିକିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅରାମବାଗରେ ୭,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଭାଜପାର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମଞ୍ଚରେ ଥିବା ସମୟରେ ଏକ ଅସାଧାରଣ ଘଟଣା ଘଟିଥିଲା, ଯାହା ଯେଉଁଥିପାଇଁ ସମସ୍ତଙ୍କ ମୁହଁରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଶଂସା ଶୁଣିବାକୁ ମିଳୁଛି।

ସଭା ସମୟରେ ଭିଡ଼ ଭିତରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଧରିଥିବା ଜଣେ ଝିଅକୁ ଦେଖି ତାଙ୍କ ସୁରକ୍ଷା କର୍ମୀଙ୍କୁ ତାଙ୍କ ନିକଟକୁ ସେହି ଫଟୋ ଆଣିବାକୁ କହିଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଛୋଟ ଝିଅର ଉପହାରକୁ ସ୍ୱୀକାର କରି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ। ଛୋଟ ଝିଅଟି ପ୍ରତି ପ୍ରଧାନମନ୍ତ୍ରୀଙ୍କର ଏହି ମଧୁର ମନୋଭାବ ଲୋକଙ୍କ ହୃଦୟ ଜିତୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ କଲେ ୨୦ ଟିମ୍‌

ଭୁବନେଶ୍ୱର,୧୯।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକାଥରକେ...

୪ ରାଜ୍ୟର ୫ ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୩ ଜୁନରେ ଫଳାଫଳ

ନୂଆଦିଲ୍ଲୀ,୧୯।୬: ଦେଶର ଚାରୋଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ (Assembly Bypolls 2025) ପାଇଁ ଗୁରୁବାର ଜୁନ ୧୯, ୨୦୨୫ରେ ମତଦାନ ଆରମ୍ଭ ହୋଇଛି। କେରଳର ନିଲାମ୍ବୁର,...

ସ୍କୁଲ ଶିକ୍ଷା: ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୬ (ପି.ଟି.): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ୨୦୨୩-୨୪ ପର୍ଫମିଂ ଗ୍ରେଡ୍‌ ଇଣ୍ଡେକ୍ସ (ପିଜିଆଇ) ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ...

ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ

ଓ୍ବାଶିଂଟନ, ୧୯।୬: ଗ୍ଲୋବାଲ ପପ୍‌ ମ୍ୟୁଜିକ୍‌ ଗ୍ରୁପ୍‌ କେଟ୍ସଆଇ ସଦସ୍ୟା ତଥା ଭାରତୀୟ-ଆମେରିକୀୟ ଲାରା ରାଜଗୋପାଲନ୍‌ଙ୍କ ବିରୋଧରେ ୟୁଏସ୍‌ ଇମିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)ରେ...

ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ

ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍‌ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର...

ଅପରେଶନ ସିନ୍ଧୁ: ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୯।୬: ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର।...

୬ ଦିନରେ ୬୦୦ ଇରାନୀୟ ମୃତ

ତେହରାନ୍‌/ଓ୍ବାଶିଂଟନ୍‌,୧୯ା୬: ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ବୁଧବାର ଷଷ୍ଟ ଦିନରେ ପହଞ୍ଚତ୍ଛି। ଏଥିସହ ଇସ୍ରାଏଲ୍‌ ଆକ୍ରମଣରେ ଇରାନ୍‌ରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତେହରାନ୍‌କୁ...

ସରେଣ୍ଡର କରିବନି ଇରାନ୍‌, ଆମେରିକା ଆକ୍ରମଣ କଲେ ପରିଣାମ ଖରାପ ହେବ; ପାଲଟା ଧମକ ଦେଲେ…

ତେହରାନ୍‌/ଓ୍ବାଶିଂଟନ୍‌,୧୮ା୬: ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଣ୍ଟ୍ରି ମାରି ଖୋଲାଖୋଲି ଧମକ ଦେଇଛନ୍ତି। ମଙ୍ଗଳବାର ସେ ଇରାନ୍‌ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri