Posted inଜାତୀୟ

ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ସବୁଜ ପତାକା ଦେଖାଇଲେ ମୋଦି: ମମତା କହିଲେ, ମା’ଠୁ ବଡ଼ ଆଉ କିଛି ନୁହେଁ

କୋଲକାତା,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗକୁ ୭୮୦୦କୋଟି ଟଙ୍କାର ଏକ ପ୍ରକଳ୍ପ ଭେଟି ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନ୍‌ ହାଓ୍ବଡାରୁ ନ୍ୟୁ ଜଲପାଇଗୁଡ଼ିକୁ ସଂଯୋଗ କରିବ। ମୋଦିଙ୍କ ପାଇଁ ଆଜିର ଦିନ ବହୁ ଦୁଃଖଦ ରହିଛି। କାରଣ ଶୁକ୍ରବାର ଅହମ୍ମଦାବାଦରେ ତାଙ୍କ ମା’ ହୀରା ବା’ଙ୍କ ନିଧନ ଘଟିଛି। ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ପହଞ୍ଚି ମା’ଙ୍କୁ ମୁଖାଗ୍ନି ଦେଇଥିଲେ। ଏହାପରେ ସେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟପଟେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇ ହୀରା ବା’ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଏହି ଦୁଃଖଦ ସମୟରେ ଆମେ ସମସ୍ତେ ଆପଣଙ୍କ ସହ ରହିଛୁ। ମା’ଙ୍କଠୁ ବଡ଼ ଆଉ କିଛି ନୁହେଁ ବୋଲି କହି ମମତା ମୋଦିଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ସେ ଏହି କାର୍ଯ୍ୟକ୍ରମକୁ ଛୋଟ କରିବା ପାଇଁ ମୋଦିଙ୍କୁ ନିବେଦନ କରିଛନ୍ତି। କାରଣ ଆଜି ମୋଦିଙ୍କ ପାଇଁ ଏକ ଦୁଃଖଦ ଦିନ ରହିଥିବା ବେଳେ କିଛି ସମୟ ପୂର୍ବରୁ ସେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାରରୁ ଫେରିଥିଲେ। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ମା’ଙ୍କ ନିଧନ ଘଟିବାରୁ ଭର୍ଚୁଆଲ ମାଧ୍ୟମରେ ସେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ହୃଦୟରୁ ସାମିଲ ହେବା ପାଇଁ ମମତା ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଭଗବାନ ପ୍ରଧାନମନ୍ତ୍ରୀଙ୍କୁ ଧର୍ଯ୍ୟ, ସହିବା ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri