Advertisement

ନିର୍ବାଚନରେ ଲିକୁଡ ପାର୍ଟିର ବିପୁଳ ବିଜୟ, ନେତନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ/ତେଲ ଆଭିବ,୪ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ବିପୁଳ ବିଜୟ ମିଳିଛି । ଏହାସହ ବେନଜାମିନ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି । ନେତନ୍ୟାହୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୟାର ଲାପିଡଙ୍କ ଦଳକୁ ନିର୍ବାଚନରେ ହରାଇ ଦେଇଛନ୍ତି । ଲାପିଡ ପରାଜୟ ସ୍ୱୀକାର କରିବା ସହ ବିଜୟ ପାଇଁ ନେତନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସାଧାରଣ ନିର୍ବାଚନ ୧୨୦ ସଦସ୍ୟ ବିଶିଷ୍ଟ ଇସ୍ରାଏଲ ସଂସଦରେ ନେତନ୍ୟାହୁଙ୍କ ଦଳ ବିଜୟ ହାଲ କରିଛି । ପ୍ରାୟ ୯୦ ପ୍ରତିଶତ ଭୋଟ ଗଣନା ପରେ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । ରାତିରେ ତାଙ୍କ ବିଜୟରେ ମୋହର ଲାଗିଥିଲା ।
ସକାଳେ ୮୮.୬ ପ୍ରତିଶତ ଭୋଟ ଗଣତି ପରେ ଲିକୁଡ ପାର୍ଟିକୁ ୩୨, ୟେଶ ଅତିଦକୁ ୨୪, ଆରଜେଡପିକୁ ୧୪, ନ୍ୟାଶନାଲ ୟୁନିଟି ପାର୍ଟିକୁ ୧୨, ଶାସକୁ ୧୧ ଆସନ ମିଳିଛି । ଭୋଟ ଗଣତି ପୂର୍ବରୁ ଏକଜିଟ ପୋଲ ଅନୁମାନ ଲଗାଇଥିଲା କି ନେତନ୍ୟାହୁଙ୍କ ଦଳ ଲିକୁଡର ମେଣ୍ଟକୁ ପ୍ରାୟ ୬୫ ଆସନ ମିଳିପାରେ ।
ନେତନ୍ୟାହୁଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ଆଗକୁ ବଢାଇବାକୁ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧।୧୨: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ...

ଭାଜପା ଏମ୍‌ପିଙ୍କୁ ମୋଦି ମନ୍ତ୍ର: ଭୋଟ ଦେଇ ନ ଥିବା ଲୋକଙ୍କ ହୃଦୟ ଜିତ

ନୂଆଦିଲ୍ଲୀ,୫ା୮(ପି.ଟି.): କୌଣସି ନକାରାତ୍ମକ ମନୋଭାବ ତ୍ୟାଗ କରି ସକାରାତ୍ମକ ମନୋବୃତ୍ତି ନେଇ କାମ କରି ଲୋକଙ୍କୁ ଆପଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଏମ୍‌ପିମାନଙ୍କୁ ପରାମର୍ଶ...

କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ମୃତ

ବିଜୟଓ୍ବାଡ଼ା, ୯।୮: ଏବେ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ଆକ୍ରାନ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ। ୩ ଦିନତଳେ ଗୁଜରାଟର ଅହମଦାବାଦ୍‌ଠାରେ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।...

ଓଡ଼ିଶାରେ କ୍ଷୁଧାମୃତ୍ୟୁ ନାହିଁ

ନୂଆଦିଲ୍ଲୀ,୧୮।୧: ଓଡ଼ିଶାରେ କେହି ଜଣେ ହେଲେ କ୍ଷୁଧାରେ ପ୍ରାଣ ହରାଇ ନ ଥିବା ରାଜ୍ୟ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ରାଜ୍ୟର ସମସ୍ତ ଜିଲାରୁ...

ଭାରତ ବାୟୋଟେକ୍‌ର ଚେତାବନୀ: ଏମାନେ ନିଅନ୍ତୁ ନାହିଁ ଟିକା

ନୂଆଦିଲ୍ଲୀ,୧୯ ।୧:କରୋନା ଭାଇରସଠାରୁ ଦୂରେଇ ରହିବାକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ ଟିକାକୁ ନେଇ ଲୋକଙ୍କୁ ଚେତାବନୀ ଦେଉଛି । କମ୍ପାନୀ କହିଛି...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇଲେ ଛାତ୍ର

ଇମ୍ଫାଲ୍‌,୨୭।୪: ମଣିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୬ ଜଣ ଛାତ୍ର ସ୍ଥାନୀୟ କାଥଲିକ୍‌ ସ୍କୁଲର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ...

ଚର୍ଚ୍ଚରେ ଗୁଳିମାଡ଼, ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୬।୫ : ଆମେରିକାରେ ପ୍ରତିଦିନ ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି। ସଦ୍ୟତମ ମାମଲା ଆମେରିକାର କାଲିଫର୍ନିଆ ଘଟିଛି। ସେଠାରେ ଏକ ଚର୍ଚ୍ଚରେ ଗୁଳିମାଡ଼ ହୋଇଛି।...

ବାଜା ବଜାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ…

ବୈଶାଳୀ,୯।୪: କେବେ କେଉଁଠି ଶୁଣିଛନ୍ତି କି ପୋଲିସ ବ୍ୟାଣ୍ଡବାଜା ବଜାଇ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା କଥା। କଥାଟି ଅଡ଼ୁଆ ଲାଗିଲେ ବି ସତ। ବିହାରର...

Advertisement
Archives

Model This Week