Advertisement
Posted inଜାତୀୟ

ଝୁଲାପୋଲ ଘଟଣାକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ଅହମଦାବାଦ,୩୧।୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ରାଜଭବନରେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉକ୍ତ ଦୁର୍ଘଟଣା ସହ ଜଡିତ ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଥିଲା। ଅନ୍ୟପଟେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ରହିଛି। ଏହି ବୈଠକରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୃହରାଜ୍ୟ ମନ୍ତ୍ରୀ ହର୍ଷ ସିଂଘଓ୍ବି, ଗୁଜରାଟର ମୁଖ୍ୟ ଶାସନ ସଚିବ, ଡିଜିପି ସହିତ ରାଜ୍ୟ ଗୃହ ବିଭାଗ ଏବଂ ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ପଶ୍ଚିମବଙ୍ଗ ହିଂସା: ଉତ୍ତର ୨୪ ପ୍ରଗଣାରେ ୨ ମୃତ

କୋଲକାତା,୧୧।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା କାକିନାରାରେ ବୋମା ବିସ୍ଫାରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୪ ଆହତ...

‘ଗୋଆରେ ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ୍‌ ଦେବୁ’

ପଣନୀ,୧୪।୭: ଯଦି ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦...

‘ମଜୁରି ପାଇଁ ଶିଳ୍ପସଂସ୍ଥାକୁ ବାଧ୍ୟ କରାଯାଇପାରିବନି’

ନୂଆଦିଲ୍ଲୀ,୨୫ା୪(ପି.ଟି.): ଲକ୍‌ଡାଉନ ସମୟରେ କର୍ମଚାରୀଙ୍କୁ ମଜୁରି ପୈଠ କରିବା ଲାଗି ଶିଳ୍ପସଂସ୍ଥାଗୁଡ଼ିକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଶ୍ରମ ସମ୍ପର୍କିତ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଜେଲ୍‌ର ଅନୁଭୂତି ବଖାଣିଲେ ପାୟଲ

ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ...

ସଂକ୍ରମିତଙ୍କୁ ଶୋଷୁଛି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ,୩୧।୫: ମହାମାରୀ କରୋନା ଲୋକଙ୍କ ନିଦ ହଜାଇ ଦେଇଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ସରକାରୀ...

ଭାକ୍ସିନ୍‌ ଅସଲି କି ନକଲି ଜାଣିବେ କିପରି, କେନ୍ଦ୍ର ସରକାର ଦେଲେ ସୂଚନା…

ନୂଆଦିଲ୍ଲୀ,୫।୯: କରୋନା ମହାମାରୀ ବିରୋଧରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଆଯାଉଥିବା ଭାକ୍ସିନ୍‌ ଅସଲି କି ନକଲି ତାହା କିପରି ଜାଣିବେ...

ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ବସ ଦୁର୍ଘଟଣା, ୩ ମୃତ ୧୭ ଆହତ…

ଶ୍ରୀନଗର,୧୦।୧୧ : ଜମ୍ମୁ- କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସାମ୍ବା ଜିଲାର ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ବସ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ...

ମାଡିଆସୁଛି ବାତ୍ୟା ତାଉକ୍ତାଏ: ଏହି ରାଜ୍ୟରେ ରଚିପାରେ ତାଣ୍ଡବ

ଅହମ୍ମଦାବାଦ,୧୩।୫: ଭାରତରେ କରୋନା ମହାମାରୀ ମଧ୍ୟରେ ଗୁଜରାଟରେ ବାତ୍ୟା ଆଶଙ୍କା ରହିଛି। ଆଗାମୀ ଦିନରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା...

Advertisement
Archives

Model This Week