Posted inଜାତୀୟ

କୃଷକଙ୍କୁ ମିଳିଲା ହୋଲି ଉପହାର: ଆକାଉଣ୍ଟକୁ ୧୩ତମ କିସ୍ତି ପଠାଇଲେ ମୋଦି

ନୂଆଦିଲ୍ଲୀ,୨୭।୨: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଏଥର ହୋଲିରେ ଦେଶର କୋଟି କୋଟି ଚାଷୀଙ୍କୁ ମୋଦି ସରକାରଙ୍କ ପକ୍ଷରୁ ଏକ ଉପହାର ଭେଟି ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି କେନ୍ଦ୍ରସରକାର କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନକ୍ରମେ କୃଷି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି ୮କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟରେ ୧୬,୮୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଛି। ଫଳରେ ପ୍ରତି ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏ ମିଳିଛି। ଏନେଇ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି। ଉକ୍ତ ୧୩ ତମ କିସ୍ତିର ଲାଭ କେବଳ ସେହି କୃଷକମାନେ ପାଇପାରିବେ, ଯେଉଁମାନଙ୍କର ନାମ ଏହି ଯୋଜନାର ଅଫିସିଆଲ ୱେବସାଇଟର ତାଲିକାରେ ଉପଲବ୍ଧ। ଯଦି କୌଣସି କାରଣରୁ ପୂର୍ବରୁ ଥିବା ତାଲିକାରେ ଚାଷୀଙ୍କ ନାମ ବାଦ୍‌ ପଡ଼ିଛି ତେବେ ସେମାନେ ହେଲ୍ପଲାଇନ ନମ୍ବରର ସାହାଯ୍ୟ ନେଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

୨ ବର୍ଷ ହେଲାଣି ବିଦ୍ୟୁତ କେବୁଲ ସଂଯୋଗ ପାଇଁ ଦାବି କରୁଛନ୍ତି ହିତାଧିକାରୀ: ପୂରଣ ହେଉନି..

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍‌ବ ହେଲା ନୂଆ ଖମ୍ବ…

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

ଟେନ୍‌ସନ୍‌ରେ ଅଛନ୍ତି ମୃଣାଲ: ଦେଲେ ଚେତାବନୀ

ଆଜିକାଲି ଟେନ୍‌ସନ୍‌ରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଡିପ୍‌ଫେକ କଣ୍ଟେଣ୍ଟ ତିଆରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ…

ଘରର PNG ଓ ଗାଡ଼ିର CNGରେ ହେବ ବଡ଼ ପରିବର୍ତ୍ତନ! କେନ୍ଦ୍ର ସରକାର ମିଶାଇବେ…

ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ…

‘ଡିସେମ୍ବର କାହିଁକି? ସେମାନେ ଏବେ ଆସିବା ଉଚିତ’- ଶେଖ ହାସିନାଙ୍କୁ ଚ୍ୟାଲେଞ୍ଜ କଲେ ତାରିକ ରହମାନଙ୍କ ଜଣେ ସହଯୋଗୀ

ଢାକା/ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ ୨୦୨୪ରେ କ୍ଷମତା ଛାଡିବା ପରେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।…

DSP-୧.୨ କୋଟି, BDO-୯୦ ଲକ୍ଷ… ବିକ୍ରି ହେଉଛି ଚାକିରି, ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ରାଞ୍ଚି,୬।୮: ଝାଡ଼ଖଣ୍ଡର ରାଞ୍ଚିରେ ଛାତ୍ର ପ୍ରତିବାଦ କ୍ରମାଗତ ଭାବରେ ତୀବ୍ର ହେବାରେ ଲାଗିଛି। JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିବା ପାଇଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri