ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍‌ ଭାଇରାଲ

ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀଙ୍କ ବିଲ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ ସଜାଡ଼ିବାକୁ ପହଞ୍ଚିଥିଲେ। ରୋଷେଇ ଘରେ ସାମାନ୍ୟ ପାଇପ୍‌ ଟିକିଏ ସଜାଡ଼ି ଦେବାକୁ ମିସ୍ତ୍ରୀ ଜଣକ ୪ ଲକ୍ଷ ଟଙ୍କା ଦାବି କରିଥିଲେ। ତାଙ୍କ ବିଲ୍‌ ଦେଖି ଏସ୍‌ଲେ ଡଗଲସ ନାମକ ଛାତ୍ରଙ୍କ ମୁଣ୍ଡ କିଛି କାମ କଲାନି। ୨୩ ବର୍ଷୀୟ ଏସ୍‌ଲେ ବର୍ତ୍ତମାନ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। କାରଣ ମିସ୍ତ୍ରୀ ଜଣକ ତାଙ୍କୁ ବାରମ୍ବାର ଟଙ୍କା ମାଗୁଛନ୍ତି। ସେ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡ଼ିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମ ରୋଷେଇ ଘରେ ପାଇପରୁ ପାଣି ପଡୁଥିଲା। ଏହା ପରେ ସେ ଫୋରନ୍‌ ପିଏମ୍‌ ପ୍ଲମ୍ବର ସର୍ଭିସକୁ ଫୋନ୍‌ କରିଥିଲେ। ଏହାର ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀ ମେହଦୀ ପରଓ୍ବିଙ୍କୁ ଡାକିଥିଲେ। ସେ କହିଛନ୍ତି, ପ୍ରଥମେ ମୁଁ ତାଙ୍କୁ ପଚାରିଥିଲି ଏଥିରେ କେତେ ଟଙ୍କା ଖର୍ଚ୍ଚ ହେବ। ସେ କିଛି ନ କହି କାମ କରି ଚାଲିଥିଲେ। ମାତ୍ର ପରେ ଯେତେବେଳେ ମେହଦୀ ମୋତେ ବିଲ୍‌ ଦେଲେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କାରଣ ୩୯୦୦ ପାଉଣ୍ଡ ଅର୍ଥାତ ପ୍ରାୟ ୪ ଲକ୍ଷ ଟଙ୍କାର ସେ ବିଲ୍‌ ଦେଇଥିଲେ। ଯାହାକି ସବୁଠୁ ଆଶ୍ଚର୍ଯ୍ୟଜନକ ଥିଲା। ନିରୁପାୟ ହୋଇ ଏସ୍‌ଲେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଇଓଙ୍କୁ ଅଭିଯୋଗ

ଫିରିଙ୍ଗିଆ,୪ା୧୨: ଫିରିଙ୍ଗିଆ ବ୍ଲକ ଗେରୁପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନା କମିଟିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ା ପରିଚାଳନା...

୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା

ନୟାଗଡ଼ ଅଫିସ,୨୬।୨: ନୟାଗଡ ଜିଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ ଦାବିରେ ଦଶପଲ୍ଲାର ମହାବୀର ମନ୍ଦିରରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୟାଗଡରେ ଗୁରୁବାର...

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ...

ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ

ଓ୍ବାଶିଂଟନ୍‌,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ...

ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରି ଫଶିଲେ ଧର୍ମଗୁରୁ ପୋପ ଫ୍ରାନ୍ସିସ

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ବ୍ରାଜିଲର ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରିଛନ୍ତି। ଜଣେ ଧାର୍ମିକ ଗୁରୁଙ୍କ ଦ୍ୱାରା...

ଓଟିପିସିଏଲ କାମକୁ ବିରୋଧ

କାମାକ୍ଷାନଗର, ୨୬।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କୁସୁମଯୋଡ଼ି ପଞ୍ଚାୟତରେ ଚାଲିଥିବା ଓଟିପିସିଏଲ କାମକୁ ବିରୋଧ କରିଛନ୍ତି ମରିଚକଣ ଏବଂ ନୂଆଙ୍ଗବିଲ ଗ୍ରାମର ବିସ୍ଥାପିତ ପ୍ରଜା।...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ବାଲିଶଙ୍କରା,୬।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ କରୁଆାହାଲ ଗ୍ରାମରେ ବୁଧବାର ରାତିରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ...

୭୨ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ: ୨ ଗିରଫ

ବାଉଁଶୁଣୀ,୧୪।୩(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବାଉଁଶୁଣି ଥାନା ସିଙ୍ଗାରୀ ନିକଟରେ ସ୍ବତନ୍ତ୍ର ସ୍କ୍ବାଡ ଏସ୍‌.ଟି.ଏଫ୍‌. ଟିମ ଦ୍ବାରା ଶନିବାର ଚଢ଼ାଉ ହୋଇ ଗଞ୍ଜେଇ ଜବତ ହୋଇଛି। ଏକ...

Advertisement
Archives

Model This Week