ଲକ୍‌ଡାଉନ ଗାଇଡ୍‌ଲାଇନ୍‌ କହିଲେ ଜିଲାପାଳ

କେନ୍ଦୁଝର,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଆସନ୍ତାକାଲି ଅର୍ଥାତ୍‌ ୫ ତାରିଖରୁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ପାଇଁ ଜିଲା ଗାଇଡଲାଇନ ଉପସ୍ଥାପନ କରିଛନ୍ତି। ଏହା ୧୯ ମେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ସହିତ ସପ୍ତାହାନ୍ତ ଶଟ୍‌ଡାଉନ ରହିବ। ସମସ୍ତ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ପୂଜକମାନେ ରୀତିନୀତି ଭିତରେ ରହି ପୂଜା କରିପାରିବେ। ସଭାସମିତି, ଧାର୍ମିକ ସମାବେଶ ଆଦି ବନ୍ଦ କରାଯାଇଛି। ମେଡିକାଲ ବ୍ୟତୀତ ଅନ୍ୟ କାରଣ ପାଇଁ ଯାତାୟାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଶେଷକରି ଲୋକଙ୍କ ଚଳାଚଳକୁ ନିୟନ୍ତ୍ରଣ କରିବା ଏହି ଲକ୍‌ଡାଉନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଅର୍ଥନୈତିକ ଚଳାଚଳ ପାଇଁ ସାମଗ୍ରୀ ଓ ସେବା ପରିବହନକୁ ଅନୁମତି ଦିଆଯାଇଛି। ସ୍ବାସ୍ଥ୍ୟସେବା, ବ୍ୟାଙ୍କ, ଏଟିଏମ୍‌ ଆଦି ସେବା ଚାଲୁ ରହିବ। ଗ୍ରୋସରୀ, ପରିବା, ଅଣ୍ଡା, କ୍ଷୀର, ମାଛମାଂସ ଦୋକାନ ଆଦି ସକାଳ ୬ରୁ ମଧ୍ୟାହ୍ନ ୧୨ ଟା ଯାଏ ଖୋଲା ରହିବ ବୋଲି କହିଛନ୍ତି। ହୋମ୍‌ ଡେଲିଭେରୀକୁ ପ୍ରୋତ୍ସାହନ କରାଯାଉଛି। ସମସ୍ତେ ନିଜନିଜ ସଂସ୍ଥାର ପରିଚୟପତ୍ର ଦେଖାଇ କାମ କରିପାରିବେ। ସାପ୍ତାହିକ ହାଟ ବନ୍ଦ ରହିଥିବା ବେଳେ ହୋଟେଲ, ରେଷ୍ଟୁରାଣ୍ଟରେ ପାର୍ଶଲ ବ୍ୟବସ୍ଥା ରହିବ।

ଚାଷ ଓ ଉଦ୍ୟାନ ଚାଷ, ବନୀକରଣ, ନିର୍ମାଣ ଆଦି କାର୍ଯ୍ୟକ୍ରମ ଚାଲି ପାରିବ। ଜୀବନ ଜୀବିକାକୁ ବଞ୍ଚାଇ ଲକ୍‌ଡାଉନ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ଶିଳ୍ପ ସଂସ୍ଥା ଚାଲିପାରିବ। ଆବଶ୍ୟକ ଶ୍ରମିକରେ କାମ କରିପାରିବେ। ସବୁ କିଛି କୋଭିଡ-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ କରିବାକୁ କୁହାଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଲାଗୁ କରାଯାଇଛି। ଅନ୍ୟଥା ସମାଗମକୁ ବାରଣ କରାଯାଇଛି। ବାହାଘର ପାଇଁ ମୋଟ୍‌ ୫୦ ଜଣ ଓ ଶୁଦ୍ଧିକ୍ରିୟା ପାଇଁ ୨୦ଜଣଙ୍କୁ ଅନୁମତି ମିଳିବ। ଏଥିପାଇଁ ସ୍ଥାନୀୟ ତହସିଲ ବା ପୌରପାଳିକାଠାରୁ ଅନୁମତି ନେଇ ପୋଲିସକୁ ଜଣାଇବା ପାଇଁ ପଡ଼ିବ ବୋଲି ଜିଲାପାଳ କହିଛନ୍ତି। ଚଳିତବର୍ଷ ପାସ ବ୍ୟବସ୍ଥା ନାହିଁ। ହୋଡିଂ ପାଇଁ ସ୍କ୍ବାଡ ରହି ତଦାରଖ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri