ଲକ୍‌ଡାଉନ ଗାଇଡ୍‌ଲାଇନ୍‌ କହିଲେ ଜିଲାପାଳ

କେନ୍ଦୁଝର,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଆସନ୍ତାକାଲି ଅର୍ଥାତ୍‌ ୫ ତାରିଖରୁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ପାଇଁ ଜିଲା ଗାଇଡଲାଇନ ଉପସ୍ଥାପନ କରିଛନ୍ତି। ଏହା ୧୯ ମେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ସହିତ ସପ୍ତାହାନ୍ତ ଶଟ୍‌ଡାଉନ ରହିବ। ସମସ୍ତ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ପୂଜକମାନେ ରୀତିନୀତି ଭିତରେ ରହି ପୂଜା କରିପାରିବେ। ସଭାସମିତି, ଧାର୍ମିକ ସମାବେଶ ଆଦି ବନ୍ଦ କରାଯାଇଛି। ମେଡିକାଲ ବ୍ୟତୀତ ଅନ୍ୟ କାରଣ ପାଇଁ ଯାତାୟାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିଶେଷକରି ଲୋକଙ୍କ ଚଳାଚଳକୁ ନିୟନ୍ତ୍ରଣ କରିବା ଏହି ଲକ୍‌ଡାଉନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଅର୍ଥନୈତିକ ଚଳାଚଳ ପାଇଁ ସାମଗ୍ରୀ ଓ ସେବା ପରିବହନକୁ ଅନୁମତି ଦିଆଯାଇଛି। ସ୍ବାସ୍ଥ୍ୟସେବା, ବ୍ୟାଙ୍କ, ଏଟିଏମ୍‌ ଆଦି ସେବା ଚାଲୁ ରହିବ। ଗ୍ରୋସରୀ, ପରିବା, ଅଣ୍ଡା, କ୍ଷୀର, ମାଛମାଂସ ଦୋକାନ ଆଦି ସକାଳ ୬ରୁ ମଧ୍ୟାହ୍ନ ୧୨ ଟା ଯାଏ ଖୋଲା ରହିବ ବୋଲି କହିଛନ୍ତି। ହୋମ୍‌ ଡେଲିଭେରୀକୁ ପ୍ରୋତ୍ସାହନ କରାଯାଉଛି। ସମସ୍ତେ ନିଜନିଜ ସଂସ୍ଥାର ପରିଚୟପତ୍ର ଦେଖାଇ କାମ କରିପାରିବେ। ସାପ୍ତାହିକ ହାଟ ବନ୍ଦ ରହିଥିବା ବେଳେ ହୋଟେଲ, ରେଷ୍ଟୁରାଣ୍ଟରେ ପାର୍ଶଲ ବ୍ୟବସ୍ଥା ରହିବ।

ଚାଷ ଓ ଉଦ୍ୟାନ ଚାଷ, ବନୀକରଣ, ନିର୍ମାଣ ଆଦି କାର୍ଯ୍ୟକ୍ରମ ଚାଲି ପାରିବ। ଜୀବନ ଜୀବିକାକୁ ବଞ୍ଚାଇ ଲକ୍‌ଡାଉନ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ଶିଳ୍ପ ସଂସ୍ଥା ଚାଲିପାରିବ। ଆବଶ୍ୟକ ଶ୍ରମିକରେ କାମ କରିପାରିବେ। ସବୁ କିଛି କୋଭିଡ-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ କରିବାକୁ କୁହାଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଲାଗୁ କରାଯାଇଛି। ଅନ୍ୟଥା ସମାଗମକୁ ବାରଣ କରାଯାଇଛି। ବାହାଘର ପାଇଁ ମୋଟ୍‌ ୫୦ ଜଣ ଓ ଶୁଦ୍ଧିକ୍ରିୟା ପାଇଁ ୨୦ଜଣଙ୍କୁ ଅନୁମତି ମିଳିବ। ଏଥିପାଇଁ ସ୍ଥାନୀୟ ତହସିଲ ବା ପୌରପାଳିକାଠାରୁ ଅନୁମତି ନେଇ ପୋଲିସକୁ ଜଣାଇବା ପାଇଁ ପଡ଼ିବ ବୋଲି ଜିଲାପାଳ କହିଛନ୍ତି। ଚଳିତବର୍ଷ ପାସ ବ୍ୟବସ୍ଥା ନାହିଁ। ହୋଡିଂ ପାଇଁ ସ୍କ୍ବାଡ ରହି ତଦାରଖ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri