Posted inଜାତୀୟ

୨୪ ଘଣ୍ଟାରେ ହେବ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ

ନୂଆଦିଲ୍ଲୀ,୩୧।୧: ଡିଟରଜେଣ୍ଟରେ ଥିବା ଏନ୍‌ଜାଇମ୍‌ ଗୋଟିଏ ଥର ବ୍ୟବହୃତ ବାୟୋପ୍ଲାଷ୍ଟିକ୍‌କୁ ରିସାଇକ୍ଲିଂ (ପୁନଃ ଚକ୍ରଣ) କରିବାରେ ସହାୟକ ହୋଇପାରିବ। ଏଥିପାଇଁ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ବିକଶିତ କରିଛନ୍ତି। ସେଲ୍‌ ରିପୋର୍ଟସ ଫିଜିକାଲ ସାଇନ୍ସ ପତ୍ରିକାରେ ଉକ୍ତ ପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ରିପୋର୍ଟ ଅନୁଯାୟୀ ମାତ୍ର ୨୪ ଘଣ୍ଟା ମଧ୍ୟରେ ଉକ୍ତ ଏନ୍‌ଜାଇମ୍‌ ବାୟୋପ୍ଲାଷ୍ଟିକ୍‌ଗୁଡ଼ିକୁ ଡିପଲିମେରାଇଜ୍‌ ବା ବିଘଟନ କରିପାରିବ। ବାୟୋପ୍ଲାଷ୍ଟିକ୍‌ ସାମଗ୍ରୀଗୁଡ଼ିକୁ କମ୍ପୋଷ୍ଟରେ ପରିଣତ କରିବା ପାଇଁ ବ୍ୟବହୃତ ଔଦ୍ୟୋଗିକ ପ୍ରକ୍ରିୟାରେ ୧୨ ସପ୍ତାହ ସମୟ ଲାଗୁଥିବାବେଳେ ନୂତନ ପ୍ରକ୍ରିୟାରେ ବାୟୋପ୍ଲାଷ୍ଟିକ୍‌ ପଲିଲାକ୍ଟିକ୍‌ ଏସିଡ୍‌ (ପିଏଲ୍‌ଏ) ତୁରନ୍ତ ସମ୍ପୂର୍ଣ୍ଣ ଡିଗ୍ରେଡେଶନ ହୋଇଥାଏ। ଅର୍ଥାତ୍‌ ନୂତନ ପ୍ରକ୍ରିୟା ୮୪ ଗୁଣ ଦ୍ରୁତ କାର୍ଯ୍ୟ କରିଥାଏ ବୋଲି ଗବେଷକମାନେ କହିଛନ୍ତି। ବୈଜ୍ଞାନିକମାନଙ୍କର ଏହି ନୂଆ ଆବିଷ୍କାର ଏକକ ବ୍ୟବହୃତ ପିଏଲ୍‌ଏ ପ୍ଲାଷ୍ଟିକ୍‌ ରିସାଇକ୍ଲିଂ ଦିଗରେ ଏକ ବଡ଼ ସମାଧାନ ହେବାକୁ ଯାଉଛି। ବାୟୋପ୍ଲାଷ୍ଟିକ୍‌କୁ ୯୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଅଧିକ ୨୪ ଘଣ୍ଟା ରଖିଲେ, ସେଗୁଡ଼ିକ ବିଘଟିତ ହୋଇ ରାସାୟନିକ ବିନ୍ୟାସ ବ୍ଲକ୍‌ରେ ପରିଣତ ହୋଇଥାଏ ବୋଲି ଲଣ୍ଡନର କିଙ୍ଗସ୍‌ କଲେଜର ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ବାୟୋପ୍ଲାଷ୍ଟିକ୍‌ ବିଘଟିତ ହୋଇ ମନୋମର ବା ଏକକ ଅଣୁରେ ପରିଣତ ହେବା ପରେ ତାହାକୁ ପୁନର୍ବାର ବିଭିନ୍ନ ପ୍ରକାର ପୁନଃ ବ୍ୟବହାରଯୋଗ୍ୟ ଉଚ୍ଚ ମାନର ପ୍ଲାଷ୍ଟିକ୍‌ରେ ପରିବର୍ତ୍ତନ କରାଯାଇପାରିବ। ବର୍ତ୍ତମାନ ଯେଉଁ ହାରରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେଉଛି, ତାହାକୁ ନଷ୍ଟ କରିବା ସାମର୍ଥ୍ୟ ସ୍ଥାୟୀ ଭାବେ ବଢ଼ିପାରିବ ବୋଲି ଗବେଷକମାନେ କହିଛନ୍ତି। ପ୍ଲାଷ୍ଟିକ୍‌ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ ହେଉଥିବାବେଳେ ସେହି ଅନୁପାତରେ ଏହାକୁ ରିସାଇକ୍ଲିଂ କରିବା ପାଇଁ ଆମ ପାଖରେ ସାମର୍ଥ୍ୟ ନ ଥିବାରୁ ସାରା ବିଶ୍ୱରେ କେବଳ ୨୦୨୩ ବର୍ଷରେ ୬୮ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌କୁ ପ୍ରାକୃତିକ ପରିବେଶରେ ଛାଡ଼ିଦିଆଯାଇଛି। ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ ଡେଭେଲପ୍‌ମେଣ୍ଟ (ଇଓସିଡି) ସଂଗଠନର ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପାଦନ ୨୦୬୦ ବେଳକୁ ୩ ଗୁଣ ହୋଇଯିବ। ସେଥିରୁ ଅଧା ଭାଗ ପଡ଼ିରହୁଥିବାବେଳେ ମାତ୍ର ଏକ-ପଞ୍ଚମାଂଶରୁ କମ୍‌ ରିସାଇକ୍ଲିଂ ହେଉଥିବ ବୋଲି ଉକ୍ତ ସଂସ୍ଥା ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri