ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ…

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ଶନିବାର ମଧ୍ୟାହ୍ନରେ ୩ ମହଲା ଛାତରୁ ପ୍ଲାଷ୍ଟର ଖସିିଛି। ଏହି ବିଲ୍ଡିଂର ୩ ମହଲାରେ ପ୍ରସୂତି ବିଭାଗର ବାରଣ୍ଡାରେ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟାହ୍ନରେ ଖାଇବା ସମୟରେ ଛାତରୁ ବଡ଼ ବଡ଼ ପ୍ଲାଷ୍ଟର ଖଣ୍ଡ ଖସିଥିଲା। ଏହି ଦୁର୍ଘଟଣାରେ ଖାଉଥିବା ୭ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସମ୍ପର୍କୀୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଘଟଣାକୁ ନେଇ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ସାଧାରଣରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରାୟ ଦୁଇ ବର୍ଷ ଧରି ଏହି ଅତ୍ୟାଧୁନିକ ବିଲ୍ଡିଂରୁ ନିୟମିତ ବ୍ୟବଧାନରେ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସୁଥିବାର ନଜିର ରହିଆସିଛି। ଏଭଳି ପରିସ୍ଥିତିରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସବୁ ସମୟରେ ବିପଦ ଦେଖାଦେଇଛି। କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ବିଲ୍ଡିଂ ରେ ଦେଖାଦେଇଥିବା ସମସ୍ୟା ଦିଗରେ କର୍ତ୍ତୃପକ୍ଷ ନୀରବ ରହିବା ପରିତାପର ବିଷୟ ସାଜିଛି। କେତେବେଳେ ଏଠାରେ ଲିଫ୍ଟ କାମ କରୁନାହିଁ ତ କେତେବେଳେ ଏଠାରେ ଅଳିଆ ଆବର୍ଜନାମୟ ପରିବେଶ ସୃଷ୍ଟି ହେଉଛି। ପ୍ରାୟ ସମୟରେ କିଛି ନା କିଛି ଘଟଣାକ୍ରମକୁ ନେଇ ସମ୍ପୃକ୍ତ ବିଲ୍ଡିଂ ଚର୍ଚ୍ଚାରେ ରହିଆସୁଛି। ରୋଗୀ ସେବା କ୍ଷେତ୍ରରେ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ରୋଗ ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ଅବ୍ୟବସ୍ଥାକୁ ତୃଣମୂଳ ସ୍ତରର ଅଧିକାରୀମାନଙ୍କୁ ସାଧାରଣରେ ଦାୟୀ କରାଯାଇଛି। ସମ୍ପୃକ୍ତ ବିଲ୍ଡିଂ ନିର୍ମାଣ ଦାୟିତ୍ୱ ନିର୍ବାହ କରିଥିବା ବିଭାଗକୁ ସିଧାସଳଖ ଦାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାହିଁ ନାହିଁରେ ଚାଲିଛି ନବରଙ୍ଗପୁର ଜିଏନ୍‌ଏମ୍‌ କଲେଜ

ନବରଙ୍ଗପୁର,୨୪।୧(ବି.ପ୍ର.):ସ୍ବାସ୍ଥ୍ୟ ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ଦେହ ଖରାପ ହୋଇଗଲେ ଆମେ ଦୌଡ଼ିଥାଉ ମେଡିକାଲକୁ। ଡାକ୍ତର, ଫାର୍ମାସିଷ୍ଟ, ଏଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ମାନେ ଯାହା ଉପଚାର କରିଥାନ୍ତି,...

ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ଚାଲିଛି ପାଠପଢ଼ା

ଝରିଗାଁ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଗୋମିଓଡ଼ା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନ ଥିବାରୁ ବାରଣ୍ଡାରେ ପିଲାମାନେ ପାଠ ପଢୁଛନ୍ତି। ୧୯୮୦ ମସିହାରେ...

ବଦାଙ୍ଗିରୁ ବିଦେଶୀ ମଦ ଜବତ

ଭଞ୍ଜନଗର,୧୧।୬(ଡି.ଏନ.ଏ.)- ତାରସିଂ ପୋଲିସ ବୁଧବାର ବଦାଙ୍ଗିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଗିରଫ କରି ଭଞ୍ଜନଗର...

ପଡିଆପଶି-ବନ୍ଧାଣୀ ପୋଲ ଧସିଲା : ବ୍ୟାପକ ଫସଲ ନଷ୍ଟ

ତେଲକୋଇ, ୧।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧୀନର ପଡିଆପଶି-ବନ୍ଧାଣୀଆ ରାସ୍ତା ମଝିରେ ପୋଲ ଭୁଶୁଡ଼ି ପଡିଛି। ଏଥଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ...

ସରକାରୀ ନିର୍ଦ୍ଦେଶ ପାଳନ ନେଇ ଆଶଙ୍କା

ରାଉରକେଲା ଅଫିସ,୧୫ା୪: ଛାତ୍ରୀଛାତ୍ରୀଙ୍କ ଘରେ ବହି ପହଞ୍ଚାଇବାକୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ଗତ ୧୪ରେ ସୁନ୍ଦରଗଡ ଜିଲା...

୪ ମାସ ହେଲା ଚାଲିଛି ଫାଇଲ କାମ

ଖଇରା, ୧।୨(ଡି.ଏନ.ଏ):  ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ...

ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ବାଲେଶ୍ୱର ଅଫିସ,୭ା୯: ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ...

ଶାଢୀ ଦୋକାନରେ ଜିଏସ୍‌ଟି ଚଢାଉ

ଆଠଗଡ,୧୪।୨(ଡି.ଏନ.ଏ.): କଟକ ଜିଲା ଆଠଗଡ ସହର ବାଣୀକଣ୍ଠ ନଗରସ୍ଥିତ ଅମ୍ବର ଶାଢୀ ଦୋକାନରେ ମଙ୍ଗଳବାର ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ...

Advertisement
Archives

Model This Week