Posted inଫୁରସତ

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ, କିନ୍ତୁ ଗୟାରେ ଜୀବିତ ଲୋକମାନେ ନିଜେ ଏହି ଅନୁଷ୍ଠାନ ସମ୍ପନ୍ନ କରନ୍ତି। ଏହି ପରମ୍ପରା ହଜାର ହଜାର ବର୍ଷ ପୁରୁଣା ଏବଂ ଆଜି ମଧ୍ୟ ସମାନ ଶ୍ରଦ୍ଧା ସହିତ ଏହା ପାଳିତ ହେଉଛି।

ବିହାରରେ ଅବସ୍ଥିତ ଏହି ଅନନ୍ୟ ମନ୍ଦିରର ନାମ ଜନାର୍ଦ୍ଦନ ମନ୍ଦିର। ଏହା ଗୟାର ଅନ୍ୟତମ ପ୍ରସିଦ୍ଧ ମନ୍ଦିର। ଏହି ମନ୍ଦିରଟି ଗୟାର ଭସ୍ମକୂଟ ପର୍ୱତ ଉପରେ ଅବସ୍ଥିତ। ଏହି ମନ୍ଦିରରେ ଭଗବାନ ବିଷ୍ଣୁ ଜନାର୍ଦ୍ଦନ ସୱରୂପରେ ବିରାଜମାନ। ପିତୃପକ୍ଷ ସମୟରେ ଏଠାରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମେ। ଜନାର୍ଦ୍ଦନ ମନ୍ଦିର ଏକମାତ୍ର ମନ୍ଦିର, ଯେଉଁଠାରେ ଲୋକମାନେ ମୃତ୍ୟୁ ପୂର୍ୱରୁ ନିଜର ପିଣ୍ଡଦାନ ନିଜେ କରନ୍ତି।

ଏହାର କାରଣ ହେଉଛି, ଯେଉଁମାନଙ୍କର କୌଣସି ସନ୍ତାନ ନାହାନ୍ତି କିମ୍ୱା ପରିବାରରେ ପିଣ୍ଡଦାନ କରିବାକୁ କେହି ନାହାନ୍ତି, ସେପରି ବ୍ୟକ୍ତିମାନେ ମୃତ୍ୟୁ ପୂର୍ୱରୁ ଗୟାର ଏହି ଅନନ୍ୟ ମନ୍ଦିରରେ ନିଜର ପିଣ୍ଡଦାନ ନିଜେ କରନ୍ତି। ଯେଉଁମାନେ ପରିବାର ଥାଇ ମଧ୍ୟ ବୈରାଗ୍ୟ କିମ୍ୱା ସନ୍ନ୍ୟାସ ଗ୍ରହଣ କରିନିଅନ୍ତି, ସେମାନେ ମଧ୍ୟ ଏହି ମନ୍ଦିରକୁ ନିଜର ପିଣ୍ଡଦାନ କରିବାକୁ ଆସନ୍ତି। ହିନ୍ଦୁ ଧର୍ମରେ ଏପରି ବିଶ୍ୱାସ ରହିଛି ଯେ, ଯଦି କାହାର ପିଣ୍ଡଦାନ ଏବଂ ତର୍ପଣ କରାନଯାଏ, ତେବେ ତାଙ୍କ ଆତ୍ମାକୁ ଶାନ୍ତି ମିଳେ ନାହିଁ। ବିଶ୍ୱାସ ରହିଛି ଯେ ଗୟାର ଜନାର୍ଦ୍ଦନ ମନ୍ଦିରରେ ଭଗବାନ ବିଷ୍ଣୁ ନିଜେ ପିଣ୍ଡ ଗ୍ରହଣ କରନ୍ତି। ଏଠାରେ ପିଣ୍ଡଦାନ କରିବା ଦ୍ୱାରା ଆତ୍ମାକୁ ମୁକ୍ତି ମିଳିଥାଏ।

ଗୟାଜୀରେ ଆଉ ଏକ ଅନନ୍ୟ ବିଶ୍ୱାସ ମଧ୍ୟ ରହିଛି ଯେ, ଯଦି କୌଣସି ବ୍ୟକ୍ତି ଜୀବିତ ଥାଇ ନିଜର ଶ୍ରାଦ୍ଧ ଓ ପିଣ୍ଡଦାନ କରିଦିଅନ୍ତି, ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଏହି ଅନୁଷ୍ଠାନ କରିବାକୁ ପଡ଼େ ନାହିଁ। ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ପିତୃ ଦୋଷ ସମାପ୍ତ ହୋଇଯାଏ। ମୃତ୍ୟୁ ପରେ ଆତ୍ମାକୁ ଯମଲୋକ କିମ୍ୱା ଅନ୍ୟ ଲୋକରେ କଷ୍ଟ ଭୋଗିବାକୁ ପଡ଼ିନଥାଏ। ଗୟାଜୀରେ ପ୍ରାୟ ୫୪ଟି ପିଣ୍ଡବେଦୀ ଏବଂ ୫୩ଟି ପବିତ୍ର ସ୍ଥଳ ରହିଛି, ଯେଉଁଠାରେ ପିତୃପୁରୁଷଙ୍କ ପିଣ୍ଡଦାନ କରାଯାଏ; ମାତ୍ର ଜନାର୍ଦ୍ଦନ ମନ୍ଦିର ବେଦୀ ସମଗ୍ର ବିଶ୍ୱରେ ଏକମାତ୍ର ସ୍ଥାନ, ଯେଉଁଠାରେ ଜୀବିତ ବ୍ୟକ୍ତି ନିଜର ଶ୍ରାଦ୍ଧ ନିଜେ କରନ୍ତି। ଏହି ମନ୍ଦିରଟି ଭସ୍ମକୂଟ ପର୍ୱତ ଉପରେ ମା’ ମଙ୍ଗଳା ଗୌରୀ ମନ୍ଦିରର ଉତ୍ତର ଦିଗରେ ଅବସ୍ଥିତ।

ଆତ୍ମଶ୍ରାଦ୍ଧ ତିନି ଦିନରେ ସମ୍ପୂର୍ଣ୍ଣ ହୁଏ। ପ୍ରଥମେ ଗୟାଜୀ ତୀର୍ଥସ୍ଥଳକୁ ଆସି ବୈଷ୍ଣବ ସିଦ୍ଧିର ସଂକଳ୍ପ ନିଆଯାଏ ଏବଂ ପାପର ପ୍ରାୟଶ୍ଚିତ କରାଯାଏ। ଏହା ପରେ ଭଗବାନ ଜନାର୍ଦ୍ଦନ ସୱାମୀଙ୍କ ମନ୍ଦିରରେ ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଏବଂ ଜପ କରାଯାଏ। ତା’ପରେ ଦହି ଏବଂ ଅନ୍ନରେ ର୍ନିମିତ ୩ଟି ପିଣ୍ଡ ଭଗବାନଙ୍କୁ ଅର୍ପଣ କରାଯାଏ। ଏହାର ବିଶେଷତ୍ୱ ହେଉଛି, ଏଥିରେ ରାଶି (ତିଳ)ର ବ୍ୟବହାର କରାଯାଏ ନାହିଁ, ଯେତେବେଳେ କି ମୃତକଙ୍କ ଶ୍ରାଦ୍ଧରେ ରାଶିକୁ ଅନିବାର୍ଯ୍ୟ ମନେ କରାଯାଏ। ପିଣ୍ଡ ଅର୍ପଣ କରିବା ସମୟରେ ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି “ହେ ପ୍ରଭୁ, ଜୀବିତ ଥାଇ ମୁଁ ନିଜ ପାଇଁ ଏହି ପିଣ୍ଡ ଅର୍ପଣ କରୁଛି; ଯେତେବେଳେ ମୋର ଆତ୍ମା ଏହି ଶରୀର ତ୍ୟାଗ କରିବ, ଆପଣଙ୍କ ଆଶୀର୍ୱାଦରୁ ମୋତେ ଯେପରି ମୋକ୍ଷ ପ୍ରାପ୍ତି ହେଉ।”


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?