ପ୍ଲାନେଟାରିୟମ୍‌ ପୁଣି ବନ୍ଦ, ୫ଦିନ ହେବ ଦର୍ଶକ ନିରାଶ

ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଯାନ୍ତ୍ରିକ ତ୍ରୁଟି ପାଇଁ ପଠାଣିସାମନ୍ତ ପ୍ଲାନେଟାରିୟମ୍‌ ପୁଣି ବନ୍ଦ ରହିଛି। ଗତ ୨୧ ତାରିଖରୁ ପ୍ଲାନେଟାରିୟମ୍‌ରେ କୌଣସି ଶୋ’ ହେଉ ନ ଥିବାରୁ ଦର୍ଶକମାନେ ନିରାଶରେ ଫେରୁଛନ୍ତି। ପୂର୍ବରୁ ମଧ୍ୟ ଏହି କାରଣରୁ ଜୁନ୍‌ ୧୦ରୁ ୬ଦିନ ପାଇଁ ପ୍ଲାନେଟାରିୟମ୍‌କୁ ବନ୍ଦ ରଖାଯାଇଥିଲା। ପରେ ମୁମ୍ବାଇରୁ ଇଞ୍ଜିନିୟରଙ୍କୁ ଡକାଯାଇ ଆବଶ୍ୟକ ମରାମତି କରାଯାଇଥିଲା। ଇଞ୍ଜନିୟରଙ୍କ ବାଟଖର୍ଚ୍ଚ ବାବଦକୁ ୩୦ହଜାର ଟଙ୍କା ବହନ କରିଥିଲେ ପ୍ଲାନେଟାରିୟମ କର୍ତ୍ତୃପକ୍ଷ। ୧୬ ତାରିଖରେ ପ୍ଲାନେଟାରିୟମ୍‌ ଖୋଲିଥିଲେ ମଧ୍ୟ ସପ୍ତାହେ ନ ପୂରୁଣୁ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏନେଇ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶିକା ସଞ୍ଜୁଲତା ବେହେରା କହିଛନ୍ତି, କମ୍ପ୍ୟୁଟରର କିଛି ହାର୍ଡଡିସ୍କ ଖରାପ ହୋଇଯାଇଥିବାରୁ ଶୋ’ ଚାଲିବା ସମ୍ଭବ ହୋଇପାରୁନି। ସେକ୍ରେଟାରୀ ଏବେ ନାହାନ୍ତି, ସେ ଆସିବା ପରେ ୪/୫ ମଧ୍ୟରେ ନୂଆ ହାର୍ଡଡିସ୍କ କିଣାଯିବ। ଏହାପରେ ପୁଣିଥରେ ପ୍ଲାନେଟୋରିୟମ୍‌କୁ ଦର୍ଶକଙ୍କ ପାଇଁ ଖୋଲାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏଠାରେ ଲାଗିଥିବା ଡୋମ୍‌ର ସ୍ଥାୟିତ୍ୱ ୭ବର୍ଷ। ୨୦୧୨ରେ ଏହା ଲଗାଯାଇଥିବାବେଳେ ୨୦୧୯ରେ ବଦଳାଇବା ପାଇଁ ଯୋଜନା ରହିଥିଲା। ମାତ୍ର ୨୦୨୦ରେ ପ୍ଲାନେଟାରିମ୍‌ର ନବୀକରଣ ପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ଡୋମ୍‌କୁ ଆଗୁଆ ବଦଳା ଯାଇ ନ ଥିଲା। ତେବେ କରୋନା ପାଇଁ ନବୀକରଣ କାର୍ଯ୍ୟ ହୋଇ ନ ହୋଇ ପାରିବାରୁ ଡୋମ୍‌ ପରିବର୍ତ୍ତନ କାର୍ଯ୍ୟ ମଧ୍ୟ ହୋଇପାରି ନାହିଁ। ଏବେ ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଛି। କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ଇପିଆଏଲ୍‌କୁ ଏହି ଦାୟିତ୍ୱ ଦିଆଯାଇଛି। ପ୍ଲାନେଟାରିୟମ୍‌ର ଉଭୟ ଡୋମ୍‌ ଓ ସିଭିଲ୍‌ କାମ ଉକ୍ତ ସଂସ୍ଥା କରିବ। ଆସନ୍ତା ମାସେ ଭିତରେ ନବୀକରଣ କାର୍ଯ୍ୟ ଆରମ୍ଭ ହେବ ଓ ଏହା ପୂର୍ବରୁ ହାର୍ଡଡିସ୍କ କିଣାଯାଇ ପ୍ଲାନେଟାରିୟମ୍‌ ଖୋଲିବ ବୋଲି ନିର୍ଦ୍ଦେଶିକା ବେହେରା ସୂଚନା ଦେଇଛନ୍ତି। ତେବେ ପ୍ଲାନେଟାରିୟମ୍‌ରେ ବାରମ୍ବାର ଏପରି ଯାନ୍ତ୍ରିକ ତ୍ରୁଟି ଦେଖାଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?