ଯାନ୍ତ୍ରିକ ତ୍ରୁଟି, କାଠମାଣ୍ଡୁ ଫେରିଲା ବିମାନ

କାଠମାଣ୍ଡୁ,୧ା୬: ବୁଦ୍ଧ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନେପାଳର କାଠମାଣ୍ଡୁକୁ ଫେରିଛି। ଏହି ବିମାନ ବୁଧବାର କାଠମାଣ୍ଡୁରୁ ଭାଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା।

ବେସାମରିକ ବିମାନ ଚଳାଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି ଟାୟାର ସମସ୍ୟା କାରଣରୁ ଫେରି ଆସିଛି। ବେସାମରିକ ବିମାନ ଚଳାଚଳ ଅଧିକାରୀଙ୍କ କହିବାନୁସାରେ, ବିମାନଟି କାଠମାଣ୍ଡୁରୁ ସକାଳ ୧୦.୪୩ରେ ଉଡ଼ାଣ କରିଥିଲା। ଏହାର କିଛି ସମୟ ପରେ ପୁଣି ବିମାନବନ୍ଦରକୁ ଫେରିଆସିଥିଲା। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଖରାପ ପାଗ ଯୋଗୁ ତାରା ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୪ ଜଣ ଭାରତୀୟଙ୍କ ସହିତ ୨୨ ଜଣ ଲୋକ ଥିଲେ। ମଙ୍ଗଳବାର ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଘରୋଇ ବିମାନ ଚଳାଚଳ ନିୟମକୁ ଆହୁରି କଡ଼ାକଡ଼ି କରିଛି। ବିମାନ ଉଡ଼ାଣରେ ସ୍ବଚ୍ଛ ପାଗ ବଜାୟ ରଖିବା ପାଇଁ ବିମାନ ସେବା ପାଇଁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

ଠାକୁରାଣୀ ଯାତ୍ରାର ଆକର୍ଷଣ ବଢ଼ାଉଛନ୍ତି ମାନସିକ ବେଶଧାରୀ, ଆଜି ସାବିତ୍ରୀ ଅମାବାସ୍ୟାରେ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶନିବାର ୨୧ ଦିନରେ ପହଞ୍ଚିଛି। ଆଉ ୪ ଦିନ ପରେ ଯାତ୍ରା ଉଦ୍‌ଯାପିତ ହେବ। ଆଜି ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri