କରୋନାର ଭୟଙ୍କର ରୂପ: ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳୁନାହିଁ ସ୍ଥାନ, ପ୍ଲାଟଫର୍ମରେ…

ଲକ୍ଷ୍ନୌ.୧୬।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ସଂକ୍ରମଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତ ଲୋକଙ୍କ ସହ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। କିଛି ଦିନ ପୂର୍ବେ ବୈକୁଣ୍ଠ ନାଥ ଧାମ ଶ୍ମଶାନ ଘାଟର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଏକାସହ ଅନେକଗୁଡ଼ିଏ ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଥିଲା। ଏବେ ଏଠାରେ ଶବଦାହ ପାଇଁ ସ୍ଥାନ ମିଳୁନାହିଁ। ଏହି କ୍ରମରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।

ଲକ୍ଷ୍ନୌର ଭିନସାକୁଣ୍ଡ ଶ୍ମଶାନ ଘାଟରେ ଏକ ପରିବାର ନିଜ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ ପହଞ୍ଚିଥିଲେ। ହେଲେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଫଳରେ ସେମାନେ ଏକ ପ୍ଲାଟଫର୍ମରେ ଅନ୍ତିମ ସଂସ୍କାର କରିଥିଲେ। ଏକ ପ୍ଲାଷ୍ଟିକ୍‌ ସେଡ୍‌ ତଳେ ଚିତା ଜଳାଯାଇଥିବାରୁ ପୂରା ସେଡ୍‌ ପାଉଁଶ ହୋଇଯାଇଥିଲା। ଏହା ପରେ ନିଆଁ ଆପେ ଆପେ ଲିଭି ଯାଇଥିଲା।

ପୂର୍ବରୁ ଲକ୍ଷ୍ନୌର ଭିନସାକୁଣ୍ଡ ଘାଟରେ ଶବଦାହର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ନଗର ପ୍ରଶାସନ ଘାଟକୁ ଟିଣ ସିଟ୍‌ ଦ୍ୱାରା ଘେରାଇ ଦିଆଯାଇଥିଲା। ଏ ସମ୍ପର୍କରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯଦି ଡାକ୍ତରଖାନା ନିର୍ମାଣରେ ଏତେ ପରିଶ୍ରମ କରାଯାଇଥାନ୍ତା, ତେବେ ଶବଦାହକୁ ଲୁଚାଇବାର ଆବଶ୍ୟକତା ନ ଥାନ୍ତା ବୋଲି ଏଏପିର ଏମ୍‌ପି ସଞ୍ଜୟ ସିଂ କହିଛନ୍ତି।

ପ୍ରକାଶ ଯେ, ୟୁପିରେ କରୋନା ଭୟଙ୍କର ରୂପ ନେଇ ସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୪୩୯ ନୂଆ ପଜିଟିଭ୍‌ ହୋଇଛନ୍ତି। ଏହା ଗୋଟିଏ ଦିନରେ ସର୍ବାଧିକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ହାଓ୍ବଡି ମୋଦି ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବ’

ନୂଆଦିଲ୍ଲୀ, ୨୧ା୯(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଓ ସେଠାରେ ଆୟୋଜନ ହେବାକୁ ଥିବା ‘ହାଓ୍ବଡି ମୋଦି’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

କଂଗ୍ରେସ ଯାହା ୭୦ ବର୍ଷରେ କରି ନ ଥିଲା ତାହା ୭୫ ଦିନରେ କରି ଦେଖାଇଲେ ମୋଦି: ଶାହ

ଜିନ୍ଦ,୧୬।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ହରିୟାଣାର ଜିନ୍ଦ ଜିଲା ଗସ୍ତ କରିଛନ୍ତି। ଏହି ସମୟରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗକୁ...

ମୋଦିଙ୍କଠାରୁ ପୁରସ୍କୃତ ହୋଇଥିବା ଫୁଟବଲ ଖେଳାଳି ଏବେ ଫୁଟ୍‌ପାଥରେ

ମୁମ୍ବାଇ,୨୮।୧୨: ମୁମ୍ବାଇର ୧୮ ବର୍ଷୀୟା ଫୁଟବଳ ଖେଳାଳି ମେରି ନାଇଡୁ ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ମାତ୍ର ୨ ବର୍ଷ ଭିତରେ ସେ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ

ନୋଏଡା,୨୪।୨: ଯମୁନା ଏକ୍ସପ୍ରେସ୍‌ଓ୍ବେରେ ମଙ୍ଗଳବାର-ବୁଧବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ବୃନ୍ଦାବନ ଦର୍ଶନ ସାରି ଇନୋଭାରେ...

ଯୁଦ୍ଧବନ୍ଦୀଙ୍କୁ ଅମାନବୀୟ ପ୍ରୟୋଗ

ବିଂଶଶତାବ୍ଦୀରେ ଭୟଙ୍କର ପରମାଣୁ ବୋମାର ବାରୁଦଗଦାରେ ବସିଛି ସାରା ବିଶ୍ୱ। କୌଣସି କାରଣରୁ ଯୁ୍‌ଦ୍ଧ ହେଲେ ନିମିଷକ ମଧ୍ୟରେ ସବୁକିଛି ଶେଷ ହୋଇଯିବ। ମନୁଷ୍ୟକୃତ ଅସ୍ତ୍ରର...

ଏମିତି ଏକ ଜେଲ୍‌ ଯେଉଁଠି ଜଣେ କଏଦୀ ଅଛନ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ। ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍‌ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ...

ଭୋକିଲା ବାଘ ମୁହଁରୁ ଏମିତି ଉପାୟରେ ସାଙ୍ଗକୁ ଛଡାଇ ଆଣିଲା ଜେବ୍ରା: ଚମକିଗଲା ମହାବଳ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ହିଂସା ପରେ ଜାମା ମସ୍‌ଜିଦ୍‌ରେ ପ୍ରଥମ ଶୁକ୍ରବାର ପ୍ରାର୍ଥନା: ଦିଲ୍ଲୀ ପୋଲିସ ପାଇଁ ପରୀକ୍ଷାର ଦିନ

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନରୁ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ପରେ ଶୁକ୍ରବାର ପ୍ରଥମ ପ୍ରାର୍ଥନା ଅନୁଷ୍ଠିତ ହେବ। ସେହି ସମୟରେ ଆଇନ୍‌ ବ୍ୟବସ୍ଥାକୁ...

Advertisement


Archives

Model This Week

Why Dharitri