Posted inଖେଳ

ଆଇପିଏଲ୍‌ ପୂର୍ବରୁ ରେକର୍ଡ ଭାଙ୍ଗିଲା ଆର୍‌ସିବି-ସିଏସ୍‌କେ ମ୍ୟାଚ୍‌ !

ନୂଆଦିଲ୍ଲୀ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩ର ଆରମ୍ଭ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏଭଳି ଦୁଇଟି ଟିମ୍‌, ଯାହାର ପ୍ରଶଂସକ ବହୁତ ଅଧିକ ଅଛନ୍ତି। ହେଲେ ଉଭୟ ଟିମ୍‌ର ମ୍ୟାଚ୍‌ ଦେଖିବା ଲାଗି ଏଥର ପ୍ରଶଂସକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ଟିକେଟ ଦାମ ରେକର୍ଡସ୍ତରରେ ଅଧିକ ରହିଛି।

ଏପ୍ରିଲ ୧୭ରେ ସିଏସ୍‌କେ-ଆର୍‌ସିବି ମଧ୍ୟରେ ମୁକାବିଲା ହେବ। ନିକଟରେ ଆର୍‌ସିବି ଏହି ମ୍ୟାଚ୍‌ ଲାଗି ଟିକେଟ ବୁକିଂ ଆରମ୍ଭ କରିଛି। ମ୍ୟାଚ୍‌ର ସବୁଠାରୁ ଶସ୍ତା ଟିକେଟ ୨,୪୦୫ ଟଙ୍କାରେ ଉପଲବ୍ଧ ହେଉଛି। ସେହିଭଳି ସବୁଠାରୁ ମହଙ୍ଗା ଟିକେଟ ୪୨,୩୫୦ ଟଙ୍କାର ରହିଛି।

ସାଧାରଣ ବର୍ଗରେ ସବୁଠାରୁ ମହଙ୍ଗା ଟିକେଟ ୩,୪୩୭ ଟଙ୍କାର ରହିଛି। ସେହିଭଳି ସ୍ବତନ୍ତ୍ର କାଟାଗୋରୀରେ ସବୁଠାରୁ ଶସ୍ତା ଟିକେଟ ୪୮୪୦ ଟଙ୍କାର ରହିଛି।

କହିରଖୁଛୁ, ଏମ୍‌ଏସ୍‌ ଧୋନୀଙ୍କର ଏହା ଅନ୍ତିମ ଆଇପିଏଲ୍‌ ହୋଇପାରେ। ଏଣୁ ପ୍ରଶଂସକ କୋହଲି-ଧୋନୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri