Posted inଜାତୀୟ

କଂଗ୍ରେସ ପାଇଁ ପିକେଙ୍କ ‘୩୭୦ ପ୍ଲସ୍‌ ଫର୍ମୂଲା’…

ନୂଆଦିଲ୍ଲୀ, ୧୭।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ୧୦ ବରିଷ୍ଠ ନେତାଙ୍କ ସହିତ ମିଶନ ୨୦୨୪ ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପିକେ ସମଗ୍ର ଦେଶରେ କଂଗ୍ରେସକୁ ମଜବୁତ କରିବା ପାଇଁ ଯୋଜନା ଉପସ୍ଥାପନା କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସୋନିଆ ଗାନ୍ଧୀ ଏକ କମିଟି ଗଠନ କରିବାକୁ ଘୋଷଣା ମଧ୍ୟ କରିଛନ୍ତି।

ପିକେ ତାଙ୍କ ଉପସ୍ଥାପନାରେ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ରୋଡମ୍ୟାପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସୂଚନାନୁସାରେ, ପିକେ କଂଗ୍ରେସ ପାଇଁ ‘୩୭୦ ପ୍ଲସ୍‌ ଫର୍ମୂଲା’ ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି ଯେ ଲୋକ ସଭା ନିର୍ବାଚନରେ କଂଗ୍ରେସ ୩୭୦ରୁ ଅଧିକ ଆସନ ଉପରେ ଧ୍ୟାନ ଦେବା ଉଚିତ। ସମଗ୍ର ଦେଶରେ ସମୁଦାୟ ୫୪୩ ଲୋକସଭା ଆସନ ଅଛି।

ପିକେଙ୍କର ଅନ୍ୟ ଏକ ପରାମର୍ଶ ହେଉଛି ଯେଉଁଠାରେ କଂଗ୍ରେସ ଦୁର୍ବଳ, ସେଠାରେ ଏକ ଶକ୍ତିଶାଳୀ ସହଯୋଗୀଙ୍କୁ ଡ୍ରାଇଭିଂ ସିଟ ଦେବା ଆବଶ୍ୟକ ଏବଂ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବା ଜରୁରୀ। କଂଗ୍ରେସ ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶାରେ ଏକାକି ଲଢୁ। ମାତ୍ର ତାମିଲନାଡୁ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ମେଣ୍ଟରେ ଲଢ଼ିବାକୁ ପିକେ ପରାମର୍ଶ ଦେଇଛନ୍ତି। ପିକେଙ୍କ ଫର୍ମୂଲା ରାହୁଲ ଗାନ୍ଧୀଙ୍କୁ ବେଶ୍‌ ପସନ୍ଦ ଆସିଛି।

କଂଗ୍ରେସ ସଂଗଠନ ମହାସଚିବ କେସି ଭେନୁଗୋପାଲ କହିଛନ୍ତି ଯେ ଏକ କମିଟି ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷା ଘୋଷଣା କରିଛନ୍ତି। ଏକ ସପ୍ତାହ ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିବ। କମିଟିର ରିପୋର୍ଟ ଆଧାରରେ କଂଗ୍ରେସ ଆଗେଇବ। କଂଗ୍ରେସ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପିକେଙ୍କୁ ଦଳରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି।

ବୈଠକରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଲ, ଜୟରାମ ରମେଶ, ଏ.କେ ଆଣ୍ଟୋନି, ଦିଗବିଜୟ ସିଂ, ଅଜୟ ମାକେନ, ଅମ୍ବିକା ସୋନି, ମୁକୁଲ ୱାସନିକ, ପି ଚିଦାମ୍ବରମ ଏବଂ ରଣଦୀପ ସୁର୍ଜେୱାଲା ପ୍ରମୁଖ ଉପସ୍ଥିତ ଥିଲେ। ପିକେ ମେ ୨ ସୁଦ୍ଧା ତାଙ୍କର ପରବର୍ତ୍ତୀ କାର୍ଯ୍ୟ ଧାରା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri