ମହଙ୍ଗା ହୋଇପାରେ ବିମାନଯାତ୍ରା

ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ଆରମ୍ଭରୁ ବିମାନ ଇନ୍ଧନ ମୂଲ୍ୟ ବଢ଼ିଚାଲିଛି। ଏପରିକି ପ୍ରତି ମାସରେ ୨ ଥର ଏପରିକି ଗତ ୪ ମାସରେ ୮ ଥର ପାଇଁ ଏହାର ମୂଲ୍ୟ ବୃଦ୍ଧି ହୋଇସାରିଛି। ଗୋଟିଏ ପଟରେ କ୍ରମାଗତ ଭାବେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଉଛି। ଅପରପକ୍ଷରେ ତୈଳ ଦର ବୃଦ୍ଧି ଯୋଗୁ ବିମାନ ସେବା ଯୋଗାଇଥିବା କମ୍ପାନୀଗୁଡିକ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ସେହି ଅନୁସାରେ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି।
ଗତ କିଛିଦିନର ବିରତି ପରେ ପୁଣି ଥରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ଭାରତ ବଜାର ଉପରେ ପଡୁଛି। ଏପରିକି ବିମାନରେ ଇନ୍ଧନ ରୂପେ ବ୍ୟବହାର କରାଯାଉଥିବା ଏଟିଏଫ୍‌ (ଆଭିଏଶେନ ଟର୍ବାଇନ ଫୁଏଲ) ର ମୂଲ୍ୟ ମଧ୍ୟ ୦.୨% ବୃଦ୍ଧି ପାଇଛି। ବିମାନ ଇନ୍ଧନ ଯୋଗାଇଥିବା ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ଶନିବାର ଏଟିଏଫ୍‌ ମୂଲ୍ୟ କିଲୋଲିଟର ପିଛା ୨୭୭.୫ ଟଙ୍କା ଅର୍ଥାତ୍‌ ୦.୨% ବୃଦ୍ଧି ଘଟିଛି। ଏହି ମୂଲ୍ୟ ବୃଦ୍ଧି ଫଳରେ ନୂଆଦିଲ୍ଲୀରେ ଏଟିଏଫ୍‌ ମୂଲ୍ୟ ୧,୧୩,୨୦୨.୩୩ ଟଙ୍କାରେ ପହଞ୍ଚତ୍ଛି।
ଏହା ପୂର୍ବରୁ ପ୍ରାୟ ୨ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ପ୍ରାୟ ୧୧ ଟଙ୍କା ପ୍ରତି ଲିଟର ପିଛା ବୃଦ୍ଧି ପାଇଥିଲା।
ସୂଚନାଯୋଗ୍ୟ, ପ୍ରତି ମାସର ୧ ଏବଂ ୧୬ ତାରିଖରେ ବିମାନ ଇନ୍ଧନ ମୂଲ୍ୟ ସଂଶୋଧନ କରାଯାଇଥାଏ। ଅପରପକ୍ଷରେ ପ୍ରତିଦିନ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପରିବର୍ତ୍ତନ ତୈଳ ବିପଣନ କମ୍ପାନୀଗୁଡିକ କରିଥାନ୍ତି।
ଚଳିତ ବର୍ଷ ମାର୍ଚ୍ଚ ୧୬ ରେ ଏଟିଏଫ୍‌ ମୂଲ୍ୟରେ ୧୮.୩% ସହ ବଡ଼ ମୂଲ୍ୟ ବୃଦ୍ଧି ହୋଇଥିଲା। ଏହାପରେ ଏପ୍ରିଲ ୧ରେ ମଧ୍ୟ ଏହାର ମୂଲ୍ୟରେ ୨% ବୃଦ୍ଧି ଘଟିଥିଲା। ବର୍ତ୍ତମାନର ବୃଦ୍ଧି ପରେ ମୁମ୍ବାଇର ଏଟିଏଫ୍‌ ମୂଲ୍ୟ କିଲୋଲିଟର ପିଛା ୧,୧୧,୯୮୧.୯୯ ଟଙ୍କା ହୋଇଛି। ଏହା କୌଣସି ବିମାନ କମ୍ପାନୀର ପରିଚାଳନା ଖର୍ଚ୍ଚରେ ପ୍ରାୟ ୪୦%ର ଅଂଶ ରଖୁଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri