Posted inଫୁରସତ

ଜ୍ୱାଳାମୁଖୀରେ ପିଜ୍ଜା ତିଆରି

ଗୁଆଟେମାଲା ସିଟି ବହୁତ ଲୋକଙ୍କ ଦେଶ ଓ ଦୁନିଆ ବୁଲିବାର ସଉକ ରହିଥାଏ। ଏହା ତାଙ୍କୁ ଭିନ୍ନ ଜୀବନଶୈଳୀ ଏବଂ ଅନେକ କିଛି ଶିଖିବାରେ ସାହାଯ୍ୟ କରେ। ଏଥିସହ ସେମାନେ ଭିନ୍ନ ଅନୁଭୂତି ମଧ୍ୟ ନେଇଥାନ୍ତି। ନିକଟରେ ଜଣେ ମହିଳା ତାଙ୍କର ଏପରି ଯାତ୍ରାର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କିଛି ନୂଆ ଚେଷ୍ଟା କରିବାକୁ ଯାଇ ସେଥିରେ ସଫଳ ହୋଇଛନ୍ତି। ନିକଟରେ ଆଲେକ୍‌ଜେଣ୍ଡ୍ରା ବ୍ଲୋଡଗେଟ୍‌ ନାମ୍ନୀ ଜଣେ ମହିଳା ଗୁଆଟେମାଲା ଯାଇଥିଲେ। ସେଠାରେ ସେ ଏକ ପିଜ୍ଜାକୁ ଭିନ୍ନ ଉପାୟରେ ପ୍ରସ୍ତୁତ କରିଛନ୍ତି। ପିଜ୍ଜାଟି ସକ୍ରିୟ ଜ୍ୱାଳାମୁଖୀ ଆଞ୍ଚରେ ତିଆରି କରିଛନ୍ତି। ସେ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ଏହାର କ୍ୟାପ୍ସନରେ ଲେଖିଛନ୍ତି, ଗୁଆଟେମାଲା ଆସିଛନ୍ତି ଜ୍ୱାଳାମୁଖୀରେ ପିଜ୍ଜା ଖାଇବାକୁ। ୨୦୨୧ରେ ଏଠାରେ ଜ୍ୱାଳାମୁଖୀ ଫାଟିଥିଲା। କିନ୍ତୁ ଏହା ଏବେ ବି ସକ୍ରିୟ ରହିଛି। ଏଠାରେ ବହୁତ ଥଣ୍ଡା ଥିବାରୁ ସେମାନଙ୍କୁ ଅଧିକ କପଡ଼ା ପିନ୍ଧି ଆସିବାକୁ ପଡ଼ିଥିଲା। ଭିଡିଓରେ ଏକ କଞ୍ଚା ପିଜ୍ଜାକୁ ତଳେ ଥୋଇ ତାକୁ ଘୋଡ଼ାଇ ଦିଆଯାଇଥିଲା। କିଛି ସମୟ ପରେ ତାହା ପ୍ରସ୍ତୁତ ହୋଇଯାଇଥିଲା। ଏହାପରେ ଆଲେକ୍‌ଜେଣ୍ଡ୍ରା ତାକୁ ଆରାମରେ ଖାଉଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, ଗୁଆଟେମାଲାର ସାନ୍‌ ଭିସେଣ୍ଟି ହେଉଛି ଏପରି ଏକ ସହର, ଯେଉଁଠାରେ ଜ୍ୱାଳାମୁଖୀ ଭିତରେ ପିଜ୍ଜା ପ୍ରସ୍ତୁତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri