ବିନା ଅର୍ଡରେ ୯ ବର୍ଷଧରି ଡେଲିଭରି ହେଉଛି ପିଜା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

ପିଜା ଖାଇବାକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ ତାଠାରୁ ଅଧିକ ଖୁସି ଲାଗେ ପାଖରେ ପହଞ୍ଚିବା ସମୟରେ। ମାତ୍ର ପିଜା କାହାକୁ ସମସ୍ୟାରେ ପକାଇଥାଏ,ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯାଉଥିବେ ନିଶ୍ଚୟ। ବେଲଜିୟମର ଆଣ୍ଟୱର୍ପରେ ରହୁଥିବା ଜଣେ ବ୍ୟକ୍ତି ଏହି ଭଳି ସମସ୍ୟାରେ ପଡ଼ିଛନ୍ତି। କାରଣ ବିନା ଅର୍ଡରରେ ନଅ ବର୍ଷ ଧରି ପ୍ରତିଦିନ ତାଙ୍କ ଘରକୁ ପିଜା ଆସୁଛି। ସେ ଏଥିରେ ଏତେ ଅସନ୍ତୋଷ ଅଛନ୍ତି ଯେ, ଅନେକ ଥର ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ।
୬୫ ବର୍ଷର ଜନ ୱେନ ଲ୍ୟାଣ୍ଡଘାମ ନାମକ ଏହି ବ୍ୟକ୍ତି ଜଣକ କହିଛନ୍ତି, ସେ କେବେବି
ପିଜା ଅର୍ଡର କରି ନାହାନ୍ତି ମାତ୍ର ପ୍ରତିଦିନ ଏକ ଡେଲିଭରି ବୟ ତାଙ୍କ ଘରକୁ ପିଜା ଦେବାକୁ ଆସିଥାନ୍ତି। ତେବେ ତାଙ୍କର କୌଣସି ନିଦ୍ଧିଷ୍ଟ ସମୟସୀମା ନ ଥିବା ବେଳେ ମଧ୍ୟରାତ୍ରିରେ ମଧ୍ୟ ସେ ଆସିଥାନ୍ତି। କେବଳ ସେତିକି ନୁହେଁ, ଥରେ ସେ ୧୪ ଟି ପିଜା ନେଇ ଆସିଥିଲେ।

ଜନଙ୍କ ଜଣେ ବନ୍ଧୁ ମଧ୍ୟ ଏହି ସମସ୍ୟାରେ ପଡ଼ିଛନ୍ତି। ସେ ମଧ୍ୟ ଅର୍ଡର କରି ନଥିବା ବେଳେ ପ୍ରତିଦିନ ତାଙ୍କ ଘରକୁ ପିଜା ଆସିଥାଏ। ଉଭୟ ଭାବନ୍ତି ଯେ , ଏପରି କରୁଥିବା ବ୍ୟକ୍ତି ନିଶ୍ଚିତ ଭାବରେ ସେମାନଙ୍କର କେହି ବନ୍ଧୁ ହୋଇଥିବେ। ମାତ୍ର ସେ ସ୍ପଷ୍ଟ ନୁହନ୍ତି। ତେବେ ସେ କେବେବି ପିଜା ଗ୍ରହଣ କରି ନାହାନ୍ତି। ଯେଉଁଥି ପାଇଁ ସେ ଟଙ୍କା ମଧ୍ୟ ଦେଇ ନାହାନ୍ତି। ଏହା ସତ୍ତ୍ୱେ ସେମାନଙ୍କ ପାଖକୁ ପ୍ରତିଦିନ ପିଜା ଆସିଥାଏ। ବର୍ତ୍ତମାନ କିଏ ଏବଂ କାହିଁକି ଏହି ପିଜା ପଠାଉଛନ୍ତି ତାହା ଜଣା ପଡିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚାଇନାରେ ଫୁଟିଲା କରୋନା ବୋମା

ବେଜିଂ,୨୫।୧୧: ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନଭେମ୍ବର ୨୫ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ...

ରୁଷିଆର ୨ ଏୟାରବେସ ଉପରେ ୟୁକ୍ରେନର ଡ୍ରୋନ ମାଡ: ୩ ସୈନ୍ୟ ମୃତ

କିଭ୍‌,୬।୧୨: ରୁଷିଆର ସବୁଠାରୁ ସୁରକ୍ଷିତ ବିବେଚିତ ଦୁଇଟି ଏୟାରବେସ ଉପରେ ୟୁକ୍ରେନ ଡ୍ରୋନ ମାଡ କରିଛି। ଏହି ଆକ୍ରମଣରେ ରୁଷିଆର ତିନିଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା...

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ

ଲଣ୍ଡନ,୩ା୯: ବୋରିସ ଜନ୍‌ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି।...

ଏଲୋନ୍‌ ମୁସ୍କ୍‌ଙ୍କ ବିବାଦୀୟ ଟୁଇଟ୍‌: ଟେସଲାର ୧୫ ଶହ କୋଟି ଡଲାର କ୍ଷତି

ନ୍ୟୁୟର୍କ,୨।୫: ଟେସଲା ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ପ୍ରାୟ ୧୫ ଶହ କୋଟି ଡଲାରର କ୍ଷତି ସହିଛି। ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିବାହୀ ଏଲୋନ୍‌ ମୁସ୍କ୍‌ଙ୍କର...

ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ...

ବିଶ୍ୱର ସବୁଠୁ ବିପଜ୍ଜନକ ସୁଡ଼ଙ୍ଗ

ଚୀନ୍‌ର ତେହାଙ୍ଗ ପାହାଡ଼କୁ ମଝିରୁ କାଟି ତିଆରି କରାଯାଇଛି ବିଶ୍ୱର ସବୁଠୁ ଭୟାନକ ସୁଡ଼ଙ୍ଗ। ଏହାର ନାମ ରହିଛି ଗୁଓଲିୟାଙ୍ଗ୍‌। ସୁଡ଼ଙ୍ଗର ନିର୍ମାଣ ୧୯୭୨ରେ ହୋଇଥିଲା।...

ପଞ୍ଚ ପବିତ୍ର

ପଞ୍ଚ ବା ପାଞ୍ଚ କେବଳ ଏକ ସଂଖ୍ୟା ନୁହେଁ, ହିନ୍ଦୁଧର୍ମରେ ଏହା ପବିତ୍ରତାର ଆଉ ଏକ ନାଁ। କାରଣ ପୂଜାବିଧିଠାରୁ ଆରମ୍ଭ କରି କର୍ମକାଣ୍ଡ ଯାଏ...

ପାକିସ୍ତାନୀ ଅଭିନେତ୍ରୀଙ୍କ ପରଲୋକ

କରାଚୀ,୧୦ା୭(ପି.ଟି.): ପାକିସ୍ତାନର କିମ୍ବଦନ୍ତୀ ଅଭିନେତ୍ରୀ ଜାହିନ୍‌ ତାହିରା ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୯ବର୍ଷ ହୋଇଥିଲା। ତାହିରାଙ୍କ ବିୟୋଗ ଖବର ତାଙ୍କ ନାତି ଡାନିଏଲ ଶାହଜାଦ୍‌...

Advertisement
Archives

Model This Week