ବିନା ଅର୍ଡରେ ୯ ବର୍ଷଧରି ଡେଲିଭରି ହେଉଛି ପିଜା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

ପିଜା ଖାଇବାକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ ତାଠାରୁ ଅଧିକ ଖୁସି ଲାଗେ ପାଖରେ ପହଞ୍ଚିବା ସମୟରେ। ମାତ୍ର ପିଜା କାହାକୁ ସମସ୍ୟାରେ ପକାଇଥାଏ,ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯାଉଥିବେ ନିଶ୍ଚୟ। ବେଲଜିୟମର ଆଣ୍ଟୱର୍ପରେ ରହୁଥିବା ଜଣେ ବ୍ୟକ୍ତି ଏହି ଭଳି ସମସ୍ୟାରେ ପଡ଼ିଛନ୍ତି। କାରଣ ବିନା ଅର୍ଡରରେ ନଅ ବର୍ଷ ଧରି ପ୍ରତିଦିନ ତାଙ୍କ ଘରକୁ ପିଜା ଆସୁଛି। ସେ ଏଥିରେ ଏତେ ଅସନ୍ତୋଷ ଅଛନ୍ତି ଯେ, ଅନେକ ଥର ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ।
୬୫ ବର୍ଷର ଜନ ୱେନ ଲ୍ୟାଣ୍ଡଘାମ ନାମକ ଏହି ବ୍ୟକ୍ତି ଜଣକ କହିଛନ୍ତି, ସେ କେବେବି
ପିଜା ଅର୍ଡର କରି ନାହାନ୍ତି ମାତ୍ର ପ୍ରତିଦିନ ଏକ ଡେଲିଭରି ବୟ ତାଙ୍କ ଘରକୁ ପିଜା ଦେବାକୁ ଆସିଥାନ୍ତି। ତେବେ ତାଙ୍କର କୌଣସି ନିଦ୍ଧିଷ୍ଟ ସମୟସୀମା ନ ଥିବା ବେଳେ ମଧ୍ୟରାତ୍ରିରେ ମଧ୍ୟ ସେ ଆସିଥାନ୍ତି। କେବଳ ସେତିକି ନୁହେଁ, ଥରେ ସେ ୧୪ ଟି ପିଜା ନେଇ ଆସିଥିଲେ।

ଜନଙ୍କ ଜଣେ ବନ୍ଧୁ ମଧ୍ୟ ଏହି ସମସ୍ୟାରେ ପଡ଼ିଛନ୍ତି। ସେ ମଧ୍ୟ ଅର୍ଡର କରି ନଥିବା ବେଳେ ପ୍ରତିଦିନ ତାଙ୍କ ଘରକୁ ପିଜା ଆସିଥାଏ। ଉଭୟ ଭାବନ୍ତି ଯେ , ଏପରି କରୁଥିବା ବ୍ୟକ୍ତି ନିଶ୍ଚିତ ଭାବରେ ସେମାନଙ୍କର କେହି ବନ୍ଧୁ ହୋଇଥିବେ। ମାତ୍ର ସେ ସ୍ପଷ୍ଟ ନୁହନ୍ତି। ତେବେ ସେ କେବେବି ପିଜା ଗ୍ରହଣ କରି ନାହାନ୍ତି। ଯେଉଁଥି ପାଇଁ ସେ ଟଙ୍କା ମଧ୍ୟ ଦେଇ ନାହାନ୍ତି। ଏହା ସତ୍ତ୍ୱେ ସେମାନଙ୍କ ପାଖକୁ ପ୍ରତିଦିନ ପିଜା ଆସିଥାଏ। ବର୍ତ୍ତମାନ କିଏ ଏବଂ କାହିଁକି ଏହି ପିଜା ପଠାଉଛନ୍ତି ତାହା ଜଣା ପଡିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri