Posted inଫୁରସତ

ବଗିଚାରେ ବୁଲୁଛି ଗୋଲାପୀ ପାରା

ଦୁନିଆରେ ଏପରି ଅନେକ ବିରଳ ପ୍ରଜାତିର ପ୍ରାଣୀ ଅଛନ୍ତି, ଯାହା ଆମ ନଜର ଆଢୁଆଳରେ ରହିଯାଇଥାନ୍ତି। ଯାହା ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଅବଗତ ନ ଥାନ୍ତି।

ବ୍ରିଟେନରେ ଏପରି ଏକ ଅନନ୍ୟ ତଥା ବିରଳ ପକ୍ଷୀ ସାମ୍ନାକୁ ଆସିଛି। ଯାହା ସାଧାରଣ ଲୋକମାନେ ଜାଣି ନ ଥିଲେ। ତାହା ହେଉଛି ଗୋଲାପୀ ପାରା। ସାଧାରଣତଃ ଧଳା ଏବଂ ଧୂସର ରଙ୍ଗର ପାରା ଦେଖିବାକୁ ମିଳୁଥିବା ବେଳେ ବ୍ରିଟେନରେ ଗୋଲାପୀ ରଙ୍ଗର ପାରା ଦେଖିବାକୁ ମିଳିଛି। ଏହା ବ୍ରିଟେନର ବର୍ନଲିରେ ନିକଟରେ ଦେଖାଯାଇଛି। କେଲି ଲୁନ୍‌ ତାଙ୍କ ବଗିଚାରେ ଏକ ଗୋଲାପୀ ପାରାକୁ ଦେଖିଥିଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଲୁନ୍‌ ଏହା ତାଙ୍କ ଆଖିର ଭ୍ରମ ବୋଲି ଭାବିଥିଲେ। ଦୀର୍ଘ ସମୟ ଧରି ପାରାକୁ ନିରୀକ୍ଷଣ କରିବା ପରେ ସ୍ପଷ୍ଟ ହୋଇଥିଲେ ଯେ, ଏହା ଗୋଲାପୀ ରଙ୍ଗର। ଲୁନ୍‌ ତାଙ୍କ ଘର ବଗିଚାରେ ପାରାଙ୍କ ପାଇଁ ଶସ୍ୟ ପକାନ୍ତି। ସବୁଦିନ ପାରାପଲ ଆସି ଏହାକୁ ଖାଇଥାନ୍ତି। ଦିନେ ପାରାଗୁଡ଼ିକୁ ଶସ୍ୟ ଦେବା ସମୟରେ ଏହି ଗୋଲାପୀ ପାରା ଉପରେ ତାଙ୍କର ନଜର ପଡ଼ିଥିଲା। ପାଖରୁ ସେ ବଗିଚାରେ ଖାଦ୍ୟ ବାଛିଥିବା ପାରାପଲକୁ ଦେଖୁଥିଲେ। ସେ ତୁରନ୍ତ କ୍ୟାମେରାରେ ଗୋଲାପୀ ପାରାଟିର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ପାରା ବିଷୟରେ ସେ ଅଧିକ ଜାଣିବା ପାଇଁ ନେଟ୍‌ରେ ସର୍ଚ୍ଚ କରିଥିଲେ। ଏଥିରୁ ଜାଣିବାକୁ ପାଇଥିଲେ ୧୯୯୦ ଦଶକରେ ଏହା ବିଲୁପ୍ତ ହୋଇଯାଇଥିଲା। ବିଶେଷଜ୍ଞମାନେ ପୁନର୍ବାର ଦେଖିବା ପରେ ଖୁସି ବ୍ୟକ୍ତ କରିଛନ୍ତି।

ଗୁଗ୍‌ଲ ସୂଚନାନୁଯାୟୀ, ଏହା ମରିସସର ନେସୋନାସ ମିରୀ ଗୋଲାପୀ ପ୍ରଜାତିର ପାରା। ଦୁନିଆର ବିରଳ ପକ୍ଷୀମାନଙ୍କ ମଧ୍ୟରୁ ଏହା ଗୋଟିଏ। ୧୯୯୦ ଦଶକରେ ପ୍ରାୟ ବିଲୁପ୍ତ ହେବା ପରେ ସେମାନଙ୍କ ମଧ୍ୟରୁ କେବଳ ୫୦୦ଟି ପାରା ଅଛନ୍ତି। ଏହାର ଗୋଲାପୀ ଗୋଡ଼ ମଧ୍ୟ ଅଛି। ଏହା ଉଡ଼ିବା ସମୟରେ ଉଭୟ ପାର୍ଶ୍ୱରେ ସମାନ ଦେଖାଯାଏ। ଗୋଲାପୀ ପାରାଗୁଡ଼ିକ ପୂର୍ବରୁ ଇଂଲଣ୍ଡ, ୨୦୧୨ରେ ଲଣ୍ଡନ ଏବଂ ୨୦୧୫ରେ ବ୍ରିଷ୍ଟଲରେ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri