Posted inଫୁରସତ

ବଗିଚାରେ ବୁଲୁଛି ଗୋଲାପୀ ପାରା

ଦୁନିଆରେ ଏପରି ଅନେକ ବିରଳ ପ୍ରଜାତିର ପ୍ରାଣୀ ଅଛନ୍ତି, ଯାହା ଆମ ନଜର ଆଢୁଆଳରେ ରହିଯାଇଥାନ୍ତି। ଯାହା ବିଷୟରେ ବିଶେଷଜ୍ଞମାନେ ମଧ୍ୟ ଅବଗତ ନ ଥାନ୍ତି।

ବ୍ରିଟେନରେ ଏପରି ଏକ ଅନନ୍ୟ ତଥା ବିରଳ ପକ୍ଷୀ ସାମ୍ନାକୁ ଆସିଛି। ଯାହା ସାଧାରଣ ଲୋକମାନେ ଜାଣି ନ ଥିଲେ। ତାହା ହେଉଛି ଗୋଲାପୀ ପାରା। ସାଧାରଣତଃ ଧଳା ଏବଂ ଧୂସର ରଙ୍ଗର ପାରା ଦେଖିବାକୁ ମିଳୁଥିବା ବେଳେ ବ୍ରିଟେନରେ ଗୋଲାପୀ ରଙ୍ଗର ପାରା ଦେଖିବାକୁ ମିଳିଛି। ଏହା ବ୍ରିଟେନର ବର୍ନଲିରେ ନିକଟରେ ଦେଖାଯାଇଛି। କେଲି ଲୁନ୍‌ ତାଙ୍କ ବଗିଚାରେ ଏକ ଗୋଲାପୀ ପାରାକୁ ଦେଖିଥିଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଲୁନ୍‌ ଏହା ତାଙ୍କ ଆଖିର ଭ୍ରମ ବୋଲି ଭାବିଥିଲେ। ଦୀର୍ଘ ସମୟ ଧରି ପାରାକୁ ନିରୀକ୍ଷଣ କରିବା ପରେ ସ୍ପଷ୍ଟ ହୋଇଥିଲେ ଯେ, ଏହା ଗୋଲାପୀ ରଙ୍ଗର। ଲୁନ୍‌ ତାଙ୍କ ଘର ବଗିଚାରେ ପାରାଙ୍କ ପାଇଁ ଶସ୍ୟ ପକାନ୍ତି। ସବୁଦିନ ପାରାପଲ ଆସି ଏହାକୁ ଖାଇଥାନ୍ତି। ଦିନେ ପାରାଗୁଡ଼ିକୁ ଶସ୍ୟ ଦେବା ସମୟରେ ଏହି ଗୋଲାପୀ ପାରା ଉପରେ ତାଙ୍କର ନଜର ପଡ଼ିଥିଲା। ପାଖରୁ ସେ ବଗିଚାରେ ଖାଦ୍ୟ ବାଛିଥିବା ପାରାପଲକୁ ଦେଖୁଥିଲେ। ସେ ତୁରନ୍ତ କ୍ୟାମେରାରେ ଗୋଲାପୀ ପାରାଟିର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ପାରା ବିଷୟରେ ସେ ଅଧିକ ଜାଣିବା ପାଇଁ ନେଟ୍‌ରେ ସର୍ଚ୍ଚ କରିଥିଲେ। ଏଥିରୁ ଜାଣିବାକୁ ପାଇଥିଲେ ୧୯୯୦ ଦଶକରେ ଏହା ବିଲୁପ୍ତ ହୋଇଯାଇଥିଲା। ବିଶେଷଜ୍ଞମାନେ ପୁନର୍ବାର ଦେଖିବା ପରେ ଖୁସି ବ୍ୟକ୍ତ କରିଛନ୍ତି।

ଗୁଗ୍‌ଲ ସୂଚନାନୁଯାୟୀ, ଏହା ମରିସସର ନେସୋନାସ ମିରୀ ଗୋଲାପୀ ପ୍ରଜାତିର ପାରା। ଦୁନିଆର ବିରଳ ପକ୍ଷୀମାନଙ୍କ ମଧ୍ୟରୁ ଏହା ଗୋଟିଏ। ୧୯୯୦ ଦଶକରେ ପ୍ରାୟ ବିଲୁପ୍ତ ହେବା ପରେ ସେମାନଙ୍କ ମଧ୍ୟରୁ କେବଳ ୫୦୦ଟି ପାରା ଅଛନ୍ତି। ଏହାର ଗୋଲାପୀ ଗୋଡ଼ ମଧ୍ୟ ଅଛି। ଏହା ଉଡ଼ିବା ସମୟରେ ଉଭୟ ପାର୍ଶ୍ୱରେ ସମାନ ଦେଖାଯାଏ। ଗୋଲାପୀ ପାରାଗୁଡ଼ିକ ପୂର୍ବରୁ ଇଂଲଣ୍ଡ, ୨୦୧୨ରେ ଲଣ୍ଡନ ଏବଂ ୨୦୧୫ରେ ବ୍ରିଷ୍ଟଲରେ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri