Posted inଜାତୀୟ

ପାଇଲଟଙ୍କ ବିମାନ ପୁଣିଥରେ କଂଗ୍ରେସ ରନ୍‌ଓ୍ବେ ମୁହାଁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ଶେଷ ହେବା ଭଳି ଦେଖାଯାଉଛି। ରାଜସ୍ଥାନ ସରକାରକୁ ଭାଙ୍ଗିବାର ସୂତ୍ରଧର ସାଜିଥିବା ଓ ବିଧାୟକଙ୍କୁ କିଣାବିକା କରିଥିବା ଅଭିଯୋଗ ଆସିଥିବା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ କଂଗ୍ରେସର ଶୀର୍ଷ ନେତାଙ୍କ ସହ ସମ୍ପର୍କ ରଖିଥିବା ସୂଚନା ମିଳିଛି। ପାଇଲଟ ଏବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ୍‌ କରିବାକୁ ସମୟ ମାଗିଥିବା ଜଣାପଡିଛି। ଅନ୍ୟପଟେ ରାଜସ୍ଥାନ କଂଗ୍ରେସର ବିଧାୟକମାନେ ପାଇଲଟ ଓ ଅସନ୍ତୁଷ୍ଟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭାର ଅଧିବେଶନ ୧୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ଦୂରତା କମ୍‌ ହେବାରେ ଲାଗିଛି। ଆଲୋଚନା ହେଉଛି କି ପାଇଲଟ ନୂଆ ଗେମ୍‌ ଖେଳିବାକୁ ନଜରରେ ରଖି ରାହୁଲଙ୍କ ସହ ସାକ୍ଷାତ୍‌ କରିବାକୁ ସମୟ ମାଗିଛନ୍ତି। ଏହାସହ କଂଗ୍ରେସର ୧୮ ଅସନ୍ତୁଷ୍ଟ ବିଧାୟକ ମଧ୍ୟ ପାଇଲଟଙ୍କ ସହ ରାହୁଲଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଏହାର କୌଣସି ଉତ୍ତର ମିଳି ନ ଥିବା ବେଳେ ଏପଟେ ପାଇଲଟ କଂଗ୍ରେସ ନେତା କେସି ଭେଣୁଗୋପାଳଙ୍କ ସମ୍ପର୍କରେ ଅଛନ୍ତି ଓ ତାଙ୍କରି ମାଧ୍ୟମରେ ସେ ରାହୁଲଙ୍କୁ ସାକ୍ଷାତ୍‌ କରିବାକୁ ଚାହୁଁଛନ୍ତି। ଏବେ ଅନୁମାନ କରାଯାଉଛି କି ଯଦି ରାହୁଲ ଓ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା ହୁଏ ତେବେ ରାଜସ୍ଥାନ ରାଜନୀତିରେ ଦେଖାଯାଇଥିବା ସଙ୍କଟର ଅବସାନ ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡ ବଦଳରେ କଂଗ୍ରେସକୁ ଯୋଡି ଦିଅ…

ରାୟପୁର, ୧୦।୯ : ଛତିଶଗଡ ଗସ୍ତରେ ଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମୁଖ୍ୟମନ୍ତ୍ରୀ ଭୁପେଶ...

ମିସେସ୍‌ ଓ୍ବାଲର୍‌ଡ ସରଗମ କୌଶଲ

ଭାରତର ସରଗମ କୌଶଲ ଚଳିତବର୍ଷର ମିସେସ୍‌ ଓ୍ବାଲର୍‌ଡ ଟାଇଟଲ୍‌ ନିଜ ନାମରେ କରିଛନ୍ତି। ୨୧ ବର୍ଷ ପରେ ଏହି ଟାଇଟଲ୍‌ ପୁଣି ଭାରତକୁ ଫେରିଛି। ଶନିବାର...

ପୁଣି ବିମାନରେ ମିଳିବ ଭୋଜନ ସୁବିଧା

ନୂଆଦିଲ୍ଲୀ: ପୁଣି ସବୁ ବିମାନରେ ଭୋଜନ ଓ ସମ୍ବାଦପତ୍ର ମିଳିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚଳାଚଳ...

ଠକଙ୍କ ତାଲିକାରେ ସନ୍ଦେସରା ବ୍ରଦର୍ସ: ବିଭିନ୍ନ ବ୍ୟାଙ୍କରୁ ଠକି ନେଇଛନ୍ତି ୧୫ ହଜାର କୋଟି

ନୂଆଦିଲ୍ଲୀ,୨୯।୬: ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ତୁଳନାରେ ଅଧିକ ଟଙ୍କାର ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସନ୍ଦେସରା ବ୍ରଦର୍ସଙ୍କ ଦ୍ୱାରା ଆନ୍ଧ୍ରବ୍ୟାଙ୍କ...

କାର୍‌-ଟ୍ରକ୍‌ ମୁହାଁମୁହିଁ: ଦୁର୍ଘଟଣାରେ ଚାଲିଗଲା ୫ଇସ୍ରୋ କର୍ମଚାରୀଙ୍କ ଜୀବନ

ଥିରୁଭାନ୍ତମପୁରମ୍‌,୨୩।୧: କେରଳରେ ଅଲପ୍ପୁଜାରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଇସ୍ରୋର ୫ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ,...

୨୦୨୧ ଜନଗଣନା ପରେ ସାରା ଦେଶରେ ଲାଗୁ ହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୨।୧୧: ରାଷ୍ଟ୍ରୀୟ ସ୍ତରରେ ୨୦୨୧ରେ ଜନ ଗଣନା ସରିବା ପରେ ସାରା ଦେଶରେ ଆସାମ ଭଳି ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ଆର୍‌ସି) ଲାଗୁ କରାଯିବ ବୋଲି ଜଣାପଡିଛି।...

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍‌

ରାୟପୁର,୧୩।୮: ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ କାୟା ବିସ୍ତାର କରିଚାଲିଛି। ଏହିକ୍ରମରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ...

ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ...

Advertisement
Archives

Model This Week