Advertisement

ହାଇକୋର୍ଟରେ ପିଆଇଏଲ୍‌

କଟକ ଅଫିସ୍‌, ୧୦ା୩: ରାଜ୍ୟର ଶିମିଳିପାଳ ଅଭୟାରଣ୍ୟ ସମେତ ୩୦୦ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ପ୍ରାୟ ମାସେ ହେବ ନିଅଁା ଲାଗିଛି। ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି କେବଳ ଶିମିଳିପାଳର ୧୪୨୮ଟି ସ୍ଥାନରେ ନିଅଁା ଲାଗିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ନିଅଁା ଲିଭାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ୍ରାଫ୍‌ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଇଛନ୍ତି। ଏପରି କି ଏହାକୁ କିପିରି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ପିସିସିଏଫ୍‌ଙ୍କ ନେତୃତ୍ୱରେ ଏକ ୯ଜଣିଆ ଟାକ୍ସ ଫୋର୍ସ ମଧ୍ୟ ଗଠନ କରାଯାଇଛି। ତେବେ ଜଙ୍ଗଲରେ ଲାଗିଥିବା ନିଅଁାକୁ ଆୟତ୍ତ କରିବାରେ ରାଜ୍ୟ ସରକାର ଏବଂ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ରୁଜୁ କରାଯାଇଛି। ଏଥିରେ ବନ ବିଭାଗର ପ୍ରମୁଖ ସଚିବ ଏବଂ ରାଜ୍ୟ ବନ ବିଭାଗ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ପକ୍ଷଭୂକ୍ତ କରାଯାଇଛି। ପ୍ରତିପକ୍ଷଙ୍କୁ ତୁରନ୍ତ ନୋଟିସ ଜାରି କରିବା ସହ ସେମାନଙ୍କ ବିରୋଧରେ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେଥିପାଇଁ ପଦକ୍ଷେପ ନେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂରକ୍ଷଣ ଉଠାଇବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର,୧୫।୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇ...

‘ସଶକ୍ତ ହେବ ମହିଳା, ଶିଶୁ ଡେସ୍କ’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ରେମୁଣା ବାମପଦାସ୍ଥିତ ନୋସି ବିଜିନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଏବଂ ୟୁନିସେଫ୍‌...

ଲୋକଙ୍କୁ କଟକଣା, ବାବୁଙ୍କୁ ଢିଲା

ଅନୁଗୋଳ ଅଫିସ, ୨୦।୪: ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସଚେତନ କରାଯାଉଛି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ଶିମିଳିପାଳରୁ ହରିଣ ମାଂସ ଜବତ, ୪ ଗିରଫ

ବାରିପଦା ଅଫିସ,୧୦।୬: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ବନ କର୍ମଚାରୀ ୪ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି।...

ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ...

ମହାନଦୀରେ ବୁଡି ଯାଉଥିଲେ ଝିଅ,ଉଦ୍ଧାର କରିବାକୁ ଯାଇ ବାପା ମୃତ

ଖଣ୍ଡପଡା,୧୬ା୬(ସ୍ବ.ପ୍ର.)-ମହାନଦୀରେ ଗାଧୋଉଥିବାବେଳେ ଝିଅ ବୁଡି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ ବାପା। ହେଲେ ଝିଅ କୂଳକୁ ଫେରି ଆସିଥିବାବେଳେ ପାଣିରେ...

ପିଏମ୍‌ଏୱାଇ ଯୋଜନାରେ ସମସ୍ତଙ୍କୁ ଘର ପ୍ରଦାନ ପାଇଁ ସିଏଚସି କେନ୍ଦ୍ରର ଶୁଭାରମ୍ଭ

ମାଲକାନଗିରି,୨୧।୧(ଡି.ଏନ.ଏ): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଏମ.ଭି-୪୩ ଗ୍ରାମରେ ଜିଲାର ସମସ୍ତ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳର ସମସ୍ତଙ୍କ ପାଇଁ ଘର...

ଟ୍ରାଫିକ୍‌ ଜାମ୍‌ରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ତନାଘନା: ଟ୍ରାଫିକ ଡିସିପିଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିଯିବାରୁ ମେଡିକାଲ ଯାଉଥିବା ଜଣେ ୫ବର୍ଷର ଶିଶୁ ନୀଲ୍‌ ନୀତୀଶ ନାୟକଙ୍କ ଜୀବନ ଚାଲିଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀରେ ଘଟିଥିବା...

Advertisement
Archives

Model This Week