Advertisement
Posted inଜାତୀୟ

ସୁପ୍ରିମକୋର୍ଟରେ ପିଆଇଏଲ୍‌: ୧୪ରେ ଶୁଣାଣି

ନୂଆଦିଲ୍ଲୀ,୨ା୧୧: ଗୁଜରାଟର ମୋର୍‌ବିରେ ରବିବାର ବ୍ରିଟିଶ ଅମଳର ଝୁଲାପୋଲ ଭୁଶୁଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ମାଛୁ ନଦୀ ଉପରେ ନିର୍ମିତ ପ୍ରାୟ ୧୫୦ ବର୍ଷ ପୁରୁଣା ବ୍ରିଜ୍‌ରେ କେଉଁ କାରଣରୁ ଦୁର୍ଘଟଣା ଘଟି ୧୩୪ ଜଣଙ୍କ ମୃତ୍ୟୁ ଘଟିଲା ତାହାର ତଦନ୍ତ ଲାଗି ଏକ ନ୍ୟାୟିକ କମିଶନ ଗଠନ କରାଯାଉ। ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତି ଉକ୍ତ ପ୍ୟାନେଲର ଅଧ୍ୟକ୍ଷତା କରନ୍ତୁ ବୋଲି ଆଇନଜୀବୀ ବିଶାଳ ତିଓ୍ବାରୀ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ପାଇଁ ସରକାରୀ ବିଫଳତାକୁ ଦାୟୀ କରିଛନ୍ତି। ଗତ ଦଶନ୍ଧିରେ ଦେଶରେ ପରିଚାଳନାଗତ ତ୍ରୁଟି, କର୍ତ୍ତବ୍ୟରେ ଅବହେଳା, ରକ୍ଷଣାବେକ୍ଷଣର ଅଭାବ ଆଦି ଯୋଗୁ ଅନେକ ସ୍ଥାନର ଅଘଟଣ ଘଟି ବହୁ ଲୋକ ମୃତାହତ ହୋଇଛନ୍ତି, ଯାହାକୁ ଏଡ଼ାଯାଇ ପାରିଥାଆନ୍ତା ବୋଲି ଏଥିରେ କୁହାଯାଇଛି। ସିଜେଇ ୟୁ.ୟୁ. ଲଲିତଙ୍କ ଖଣ୍ଡପୀଠ ନଭେମ୍ବର ୧୪ରେ ଏହାର ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୩୨ ଜଣଙ୍କ ମୃତ୍ୟୁ ପରେ ହଟିପାରେ ମଦ ଉପରୁ କଟକଣା

ପାଟଣା,୧୫।୧୧: ମଦ ବ୍ୟାନ ହେବା ପରଠାରୁ ବିହାରରେ ଅପରାଧ ହାର କମିଛି। ଏଥିଯୋଗୁ ମୁଁ ଏବେ ବି ମଦ ବିରୋଧରେ ଅଛି ବୋଲି କହିଛନ୍ତି ବିହାର...

କୋଭିଡ୍‌ ଟେଷ୍ଟ ଡରରେ ଷ୍ଟେଶନରୁ ଦୌଡ଼ିଲେ ଶହ ଶହ ଯାତ୍ରୀ

ଗୁଆହାଟି, ୨୩।୫ : ଲୋକେ ଏବେ ବି ସଜାଗ ନାହାନ୍ତି। କୋଭିଡ୍‌-୧୯ ଭାଇରସକୁ ନୁହେଁ ଲୋକେ ଟେଷ୍ଟକୁ ଡରୁଛନ୍ତି। ଆସାମର ଯୋଗୀ ରୋଡ଼ ଷ୍ଟେଶନରୁ ଆସିଥିବା...

ସିଏଏ, ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି

ନଏଡା,୪।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନଏଡାରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ...

ମତଦାନର ଗୋଟିଏ ଦିନ ପୂର୍ବରୁ ଭୋଟର ଲିଷ୍ଟରୁ ଶଶିକଳାଙ୍କ ନାମ ଗାଏବ

ଚେନ୍ନାଇ,୫।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ନିକଟତମ ବନ୍ଧୁ...

ଚନ୍ଦ୍ରୟାନ-୨ରୁ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର

ବେଙ୍ଗାଲୁରୁ,୨।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋର)ର ବୈଜ୍ଞାନିକ ସୋମବାର ଅର୍ଥାତ ସେପ୍ଟେମ୍ବର ୨ ଦିନ ପ୍ରାୟ ୧ଟା ୩୦ରେ ଚନ୍ଦ୍ରୟାନ-୨ର ଅର୍ବିଟରରୁ ବିକ୍ରମ ଲ୍ୟାଣ୍ଡରକୁ ଅଲଗା...

ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ, ୧୨।୧୦: ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ସ୍ମୃତିରେ ଏକ ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏହାର...

ବିହାରରେ କଂଗ୍ରେସ ନେତାଙ୍କୁ ହତ୍ୟା

ବୈଶାଳି,୨୮।୧୨: ଗୋଟିଏ ପଟେ କଂଗ୍ରେସ ଶନିବାର ତା’ର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ବିହାରର ବୈଶାଳିରେ ଜଣେ କଂଗ୍ରେସ ନେତାଙ୍କୁ ସକାଳୁ ସକାଳୁ...

ଜମ୍ମୁ କଶ୍ମୀରରେ ଆସନ୍ତା ୧୨ରେ ଯାନବାହନ ଚଳାଚଳ ବନ୍ଦ

ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍‌ କରାଯିବାରୁ ବ୍ୟବସାୟିକ ଗାଡି...

Advertisement
Archives

Model This Week