Posted inଜାତୀୟ

ଘଣ୍ଟା କମ୍ପାନୀକୁ ବ୍ରିଜ୍‌ ଦାୟିତ୍ୱ

ମୋର୍‌ବି,୨ା୧୧: ବ୍ରିଟିଶ ଅମଳର ଶତାବ୍ଦୀ ପୁରୁଣା ବ୍ରିଜ୍‌ର ମରାମତି, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଓରେଭା କମ୍ପାନୀକୁ କାହିଁକି ଦିଆଯାଇଥିଲା ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଓରେଭା ଗ୍ରୁପ୍‌ ହେଉଛି ଅଜନ୍ତା କାନ୍ଥଘଣ୍ଟା, ସିଏଫ୍‌ଲ୍‌ ବଲ୍‌ବ ଏବଂ ଇ-ବାଇକ୍‌ ନିର୍ମାଣକାରୀ କମ୍ପାନୀ, ଯାହାର ବ୍ରିଜ୍‌ ନିର୍ମାଣ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ। ଏହି କମ୍ପାନୀ ଉକ୍ତ ବ୍ରିଜ୍‌କୁ ଗତ ୨୬ ତାରିଖରେ ଖୋଲିବା ପୂର୍ବରୁ ମୋର୍‌ବି ପୌରପାଳିକାଠାରୁ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନେଇ ନ ଥିଲା। ରକ୍ଷଣାବେକ୍ଷଣ ପାଇଁ ଅନୂ୍ୟନ ୮ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବା କଥା। କିନ୍ତୁ ଅତି ତରବରିଆ ଭାବେ ଗୁଜରାଟୀ ନବବର୍ଷରେ ଏହାକୁ ଲୋକଙ୍କ ପାଇଁ ଖୋଲାଯାଇଥିଲା। ଏହା ଗମ୍ଭୀର ଦାୟିତ୍ୱହୀନତା ବୋଲି ପୋଲିସ ଏଫ୍‌ଆଇଆର୍‌ରେ ଦର୍ଶାଇଛି।
ରବିବାର ଛୁଟି ଥିବାରୁ ବ୍ରିଜ୍‌ରେ ପ୍ରବଳ ଗହଳି ହୋଇଥିଲା। ଟିକେଟ ପିଛା ୧୨ରୁ ୧୭ ଟଙ୍କାରେ ବିକ୍ରି କରାଯାଇଥିଲା, ଯାହାକି ପିଲାଙ୍କ ପାଇଁ ୧୦ ଓ ବୟସ୍କଙ୍କ ଲାଗି ୧୫ ଟଙ୍କା ରଖିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ୧୫୦ ଧାରଣ କ୍ଷମତା ବିଶିଷ୍ଟ ଝୁଲାପୋଲ ଉପରକୁ ୬୫୦ରୁ ଅଧିକ ଲୋକ ଯିବା ପରେ ପୁରୁଣା ମେଟାଲ କେବୁଲ ଛିଣ୍ଡି ପଡ଼ିଥିଲା। କଳଙ୍କି ଲାଗିଯାଇଥିବା କେବୁଲଗୁଡ଼ିକୁ ଗତ ୭ ମାସର ମରାମତି ସମୟରେ ବଦଳାଯାଇ ନ ଥିଲା ବୋଲି ଗୁଜରାଟ ଫରେନ୍‌ସିକ୍‌ ଲାବରେଟୋରି ଜାଣିବାକୁ ପାଇଛି। ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଓରେଭାର ୨ ମ୍ୟାନେଜର, ୨ ଟିକେଟ୍‌ କଲେକ୍ଟର, ବ୍ରିଜ୍‌ ମରାମତି କରିଥିବା ୨ କଣ୍ଟ୍ରାକ୍ଟର ଓ ୩ ଜଣ ସିକ୍ୟୁରିଟି ଗାର୍ଡ ଥିବା ରାଜକୋଟ ରେଞ୍ଜ ପୋଲିସ ଆଇଜି ଅଶୋକ ଯାଦବ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଓରେଭା ଗ୍ରୁପ୍‌ ଏଥିରେ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଥିବାରୁ ଉକ୍ତ ଅର୍ଥ ଆଦାୟ କରିବା ଲାଗି ତରବରିଆ ଭାବେ ଖୋଲିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?