Advertisement
Posted inଜାତୀୟ

୧୦ରେ ପିଆଇଏଲ୍‌ ଶୁଣାଣି

ନୂଆଦିଲ୍ଲୀ,୫ା୧୧: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ରୋକିବା ଲାଗି ନଡ଼ା ପୋଡ଼ି ଉପରେ ସାନି ଗାଇଡ୍‌ଲାଇନ ଜାରି ନିମନ୍ତେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଆସନ୍ତା ୧୦ ତାରିଖରେ ଏହାର ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଆଇନଜୀବୀ ଶଶାଙ୍କ ଶେଖର ଝା ଦାଏର କରିଥିବା ପିଆଇଏଲ୍‌କୁ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ପଡୋଶୀ ରାଜ୍ୟଗୁଡ଼ିକରେ ଚାଷୀ କ୍ଷେତରେ ନଡ଼ା ପୋଡ଼ୁଥିବାରୁ ବାୟୁ ପ୍ରଦୂଷଣ ବଢ଼ୁଛି। ବାୟୁ ମାନ ଏତେ ତଳକୁ ଖସିଲାଣି ଯେ ସାଧାରଣ ଲୋକେ ବାହାରେ ଚାଲିପାରୁ ନାହାନ୍ତି। ସ୍କୁଲ୍‌ କଲେଜ, ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକ ଭର୍ଚୁଆଲ ବା ଅନ୍‌ଲାଇନରେ କରିବା ଲାଗି ନିର୍ଦ୍ଦେଶ ଦେବାକୁ ପିଆଇଏଲ୍‌ରେ ଅନୁରୋଧ କରାଯାଇଛି। ପ୍ରତିବର୍ଷ ପ୍ରଦୂଷଣ ସମସ୍ୟା ବଢ଼ୁଛି, ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ତୁରନ୍ତ ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ନଡ଼ା ପୋଡ଼ିଜନିତ ପ୍ରଦୂଷଣ ରୋକିବା ଲାଗି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ଅଦାଲତଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ସହଯୋଗୀ ଦଳ ପାଇଁ ପ୍ରଚାର କରିବେ ସଞ୍ଜୟ

ମୁମ୍ବାଇ,୨୬।୮: ମହାରାଷ୍ଟ୍ରରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଭାଜପାର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପକ୍ଷ(ଆର୍‌ଏସ୍‌ପି) ପାଇଁ ପ୍ରଚାର କରିବେ...

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ...

ଆକାଶ ମାର୍ଗରୁ ଉତ୍ତରାଖଣ୍ଡ ପରିଦର୍ଶନ କରିବେ ଗୃହମନ୍ତ୍ରୀ

ଡେରାଡୁନ୍‌: ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ଗସ୍ତ କରିବେ । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ କ୍ଷୟକ୍ଷତି ଘଟିଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବାର...

ଭାଜପା ପ୍ରାର୍ଥୀଙ୍କୁ ଆଇଟମ୍‌ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୋପାଳ,୧୮।୧୦: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଉପନିର୍ବାଚନରେ...

ହିସାର ପହଞ୍ଚିଲା ସୋନାଲିଙ୍କ ପାର୍ଥିବ ଶରୀର, ଋଷି ନଗରରେ ହେବ ଅନ୍ତିମ ସଂସ୍କାର

ହିସାର,୨୬ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟାରେ ଋଷି ନଗରରେ...

ହସ୍ପିଟାଲରେ ଭର୍ତ୍ତି ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ପିତା

ପାଟନା,୨୦।୧୨-ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂହ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହରିୟାଣା...

ଏପ୍ରିଲ ୧ରୁ ଆରମ୍ଭ ହେବ ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଆସନ୍ତା ଏପ୍ରିଲ ୧ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ ଓ ତା’ଠାରୁ ଊର୍ଦ୍ଧ୍ୱ...

ନକ୍ସଲ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଶହୀଦ

ରାୟପୁର,୨୮।୯: ଛତିଶଗଡର ବିଜାପୁରରେ ନକ୍ସଲ ପକ୍ଷରୁ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଏହି ଆଇଇଡି ବିସ୍ଫୋରଣ ବୁଧବାର ସନ୍ଧ୍ୟା...

Advertisement
Archives

Model This Week