Posted inଫୁରସତ

ଆଗକୁ ପିକ୍‌ନିକ୍‌

ପାଦ ଥାପିଛି ଶୀତ। ଧୀରେ ଧୀରେ ଥଣ୍ଡା ବଢ଼ିବା ସାଙ୍ଗକୁ ଯୁବପିଢ଼ିଙ୍କ ମନରେ ପିକ୍‌ନିକ୍‌ କରିବାକୁ ଆରମ୍ଭ ହୋଇଯାଇଛି ପ୍ଲାନିଂ। ଆଉ ବର୍ଷ ଶେଷରେ ସାଙ୍ଗସାଥୀଙ୍କ ସହ ଏକାଠି ନୂଆ ଜାଗା ବୁଲିଯିବା, ନାଚଗୀତର ଆସର ଭିତରେ ମଜାମସ୍ତିରେ ଭୋଜି କରି ଖାଇବା ସହ କିଛି ସୁନ୍ଦର ଅନୁଭୂତି ସାଉଁଟିବାକୁ ସଭିଙ୍କ ମନରେ ଭରି ରହିଛି ଉତ୍କଣ୍ଠା…

ବର୍ଷସାରା ପିକ୍‌ନିକ୍‌। ଓଃ! ଏହି ବୁଲାବୁଲି ଆଉ ମଜାମସ୍ତି କାହାକୁ ବା ଭଲ ନ ଲାଗେ! ତେବେ ପିକ୍‌ନିକ୍‌ ପ୍ଲାନିଂ କରିବାର ବେଶ୍‌ କିଛିଦିନ ପୂର୍ବରୁ ଠିକ୍‌ ଭାବେ ପ୍ଲାନିଂ କଲେ ଏହା ହୋଇଯାଏ ଅଧିକ ମଜାଦାର ଏବଂ ଅନୁଭୂତିପୂର୍ଣ୍ଣ…

ଯୋଜନା ଓ ଆଲୋଚନା: ଆଉ କିଛିଦିନରେ ଆରମ୍ଭ ହୋଇଯିବ ପିକ୍‌ନିକ୍‌ ସିଜନ୍‌। ଛୋଟ ବଡ଼ ପ୍ରତିଟି ପିକ୍‌ନିକ୍‌ ସ୍ପଟ୍‌ରେ ଜମିବ ଭିଡ଼। ତେଣୁ ପ୍ରଥମେ ସମସ୍ତେ ଏକାଠି ବସି ଯୋଜନା କରିବା ଦରକାର। ଏଥିପାଇଁ ଅଧିକ ଆଲୋଚନା କରିବା ଲାଗି ହ୍ବାଟ୍ସଆପ୍‌ ଗ୍ରୁପ୍‌ କ୍ରିଏଟ୍‌ କଲେ ଅଧିକ ଉପକୃତ ହେବେ।

ସ୍ପଟ୍‌ ସିଲେକ୍ସନ: କେଉଁ ସ୍ଥାନକୁ ପିକ୍‌ନିକ୍‌ ଯିବାକୁ ଯିବେ ବାଛନ୍ତୁ। ସେଠାରେ କେଉଁ ସବୁ ବ୍ୟବସ୍ଥା ରହିଛି ଜାଣିରଖନ୍ତୁ। ଗମନାଗମନର ସୁବିଧା କିପରି, ଆବଶ୍ୟକ ହେଲେ ଆଖପାଖରେ ରହିବା ଲାଗି ହୋଟେଲ କିମ୍ବା ଲଜ୍‌ର ସୁବିଧା କିପରି ସେ ସମ୍ପର୍କରେ ପୂର୍ବରୁ ଜାଣିରଖନ୍ତୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚତ୍ ବୁଲିବା, ଖାଇବା ଆଦି ହୋଇ ପାରିବ କି ନାହିଁ ମଧ୍ୟ ବୁଝି ରଖନ୍ତୁ। ନଚେତ୍‌ ଏସବୁ ଛୋଟ ଛୋଟ କାରଣ ଆପଣଙ୍କ ସମସ୍ତ ପିକ୍‌ନିକ୍‌ର ମଜା ଖରାପ କରି ଦେଇପାରେ। ମନେରଖନ୍ତୁ ସମ୍ପୂର୍ଣ୍ଣ ନୂଆ ଜାଗାକୁ ପିକ୍‌ନିକ୍‌ ଲାଗି ଯାଉଥିଲେ ସାଙ୍ଗରେ କୌଣସି ଗାଇଡ୍‌ କିମ୍ବା ଉକ୍ତ ସ୍ଥାନକୁ ପୂର୍ବରୁ ଯାଇଥିବା ବ୍ୟକ୍ତିଙ୍କୁ ନେଲେ ଭଲ।

ଡେଟ୍‌ ଏବଂ ବଜେଟ: ପିକ୍‌ନିକ୍‌ ଡେଟ୍‌ ସବୁବେଳେ କିଛିଦିନ ପୂର୍ବରୁ ଫାଇନାଲ୍‌ କରିବା ଦରକାର। ଏହାଦ୍ୱାରା ସମସ୍ତ ମେମ୍ବରମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ଡେଟ୍‌ ବାଛିବା ସୁବିଧା ହୋଇଥାଏ। ଏହାଦ୍ୱାରା ନିର୍ଦ୍ଧାରିତ ତାରିଖରେ ଉକ୍ତ ସ୍ପଟ୍‌ରେ ଭୋଜି କରି ଖାଇବା ଲାଗି ସ୍ଥାନ ଫାଙ୍କା ମିଳିବ କି ନାହିଁ ଜାଣିହେବା ସହ ଆବଶ୍ୟକ ହେଲେ ଭୋଜି ଲାଗି ସ୍ଥାନ ଆଡ୍‌ଭାନ୍ସ ବୁକ୍‌ ମଧ୍ୟ କରିହେବ। ଟ୍ରାନ୍ସପୋର୍ଟ, ଟିଫିନ୍‌, ଲଞ୍ଚ୍‌ ଏବଂ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ମିଶାଇ ହାରାହାରି କେତେଟଙ୍କା ଖର୍ଚ୍ଚ ହେବ ଏକ ଆନୁମାନିକ ବଜେଟ ପୂର୍ବରୁ ପ୍ରସ୍ତୁତ କରିନେବା ଦରକାର।

ମେମ୍ବର ଓ ଗାଡ଼ି: ପିକ୍‌ନିକ୍‌ କଥା ଉଠିଲେ ସମସ୍ତେ ହଁ କୁହନ୍ତି, କିନ୍ତୁ ବଜେଟ ହେଉ ଅବା ଅନ୍ୟ କୌଣସି କାରଣକୁ ନେଇ ଶେଷ ମୁହୂର୍ତ୍ତରେ ହଠାତ୍‌ କେତେଜଣ ଯିବାକୁ ମନା କରନ୍ତି, ଯଦ୍ଦ୍ବାରା ବଜେଟଠାରୁ ଆରମ୍ଭ କରି ଅନ୍ୟ ସବୁଥିରେ ଅସୁବିଧା ହୋଇଥାଏ। ବେଳେବେଳେ ଶେଷରେ ଆଉ ଅଧିକ କେତେଜଣ ମଧ୍ୟ ଯିବା ପାଇଁ ବାହାରନ୍ତି, ଫଳରେ ଗାଡ଼ିରେ ଜାଗା ହେବା କଷ୍ଟ ହୋଇପଡ଼େ। ତେଣୁ ପିକ୍‌ନିକ୍‌ ଯିବାର କିଛିଦିନ ପୂର୍ବରୁ ମେମ୍ବରମାନଙ୍କ ଲାଗି ଏକ ଡେଡ୍‌ଲାଇନ୍‌ ରଖନ୍ତୁ ଏବଂ ଉକ୍ତ ସମୟସୀମା ମଧ୍ୟରେ ଚାନ୍ଦା ଦେଇଥିବା ମେମ୍ବରମାନଙ୍କ ଅନୁଯାୟୀ ଗାଡ଼ି ଫାଇନାଲ କରନ୍ତୁ। ପ୍ରାଇଭେଟ୍‌ ଗାଡ଼ି କିମ୍ବା ଟ୍ରାଭେଲ୍ସରୁ ମଗେଇବେ ଫାଇନାଲ କରନ୍ତୁ।

କ’ଣ ସବୁ ରାନ୍ଧିବେ: ଭୋଜି ସ୍ଥଳରେ କ’ଣ ସବୁ ଆଇଟମ୍‌ ରାନ୍ଧିବେ ତାହା ଲିଷ୍ଟ ପ୍ରସ୍ତୁତ କରି ଆବଶ୍ୟକ ସମସ୍ତ ସାମଗ୍ରୀ ଗାଡିରେ ସାଙ୍ଗରେ ନେଇଯିବା ଭଲ। ପିକ୍‌ନିକ୍‌ ସ୍ଥଳରେ ସଭିଙ୍କ ପସନ୍ଦ ଅନୁଯାୟୀ ଅଲଗା ଅଲଗା ରୋଷେଇ କରିବା ସମ୍ଭବ ନୁହେଁ। ତେଣୁ ଏଭଳି ମେନୁ ସିଲେକ୍ଟ କରନ୍ତୁ, ଯାହାକୁ ଖାଇବାର ମଜା ସଭିଏଁ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?