Posted inଫୁରସତ

ସେବା, ସମର୍ପଣର ଅନ୍ୟ ନାମ ସାହିଭାଇ

“ବସୁଧୈବ କୁଟୁମ୍ବକମ୍‌” ମନ୍ତ୍ରରେ ଅନୁପ୍ରାଣିତ ପୁରୀ ସହରର ଯୁବ ସାମାଜିକ ଅନୁଷ୍ଠାନ ସାହିଭାଇ। ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ପଥରେ ଅନୁଷ୍ଠାନର ସଭ୍ୟାସଭ୍ୟ ସମର୍ପିତ। ସହଯୋଗ ଓ ସମର୍ପଣଭାବ ନେଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ସେମାନେ ଆଉ ସାଉଁଟୁଛନ୍ତି ପ୍ରଶଂସା।
୨୦୧୩ ମସିହାରୁ ବାଲିସାହି ମା’ ବରାହୀଙ୍କ ପୀଠରୁ ଜନ୍ମିତ ଏ ଅନୁଷ୍ଠାନକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଯାଇଛି। ଏହା ଏକ ପରିବାର ଓ ଶିକ୍ଷାନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏବେ ଓଡ଼ିଶାର ବିଭିନ୍ନ ଜିଲାରେ ନିଜର ନିଆରା କାର୍ଯ୍ୟ ପାଇଁ ପରିଚୟ ସୃଷ୍ଟି କରିଛି ଏହି ଅନୁଷ୍ଠାନ। ”ପ୍ରଭାତଫେରିଠୁ ବକୁଳବନ ଚାଲ“ ସାହିଭାଇକୁ ଦିଏ ଏକ ସ୍ବତନ୍ତ୍ର ପରିଚୟ। ବାଳକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଡ଼ିହୁଅନ୍ତି। ଅଜଣା ଅସହାୟ ଶବକୁ କାନ୍ଧରେ ବୋହି ନେଇ ରୀତି ନୀତି ମୁତାବକ ମୁଖାଗ୍ନି ଦେଇ ଜନ୍ମ କଲା ପୁଅ ନ ହୋଇ ମଧ୍ୟ ଶେଷ କର୍ମରେ ପୁଅର ସମ୍ପୂର୍ଣ୍ଣ କର୍ତ୍ତବ୍ୟ କରନ୍ତି ଅନୁଷ୍ଠାନର କର୍ମକର୍ତ୍ତା। ଏପରିକି ତିଳତର୍ପଣ ସହ ବ୍ରହ୍ମଣ ଭୋଜନ ମଧ୍ୟ ଦିଆଯାଏ। ଅନୁଷ୍ଠାନର ଏ ଶେଷସାଥୀ ସେବାକୁ ବେଶ୍‌ ସମର୍ଥନ ଦିଅନ୍ତି ପୁରୀବାସିନ୍ଦା। ରାତି ହେଉକି ଦିନ, ମେଡିକାଲରେ ଚିକିତ୍ସାଧୀନ ଓ ସାହାଯ୍ୟ ଚାହୁଁଥିବା ରୋଗୀଟିଏ ଯେବେ ସାହିଭାଇର ସାହାଯ୍ୟ ଖୋଜନ୍ତି ଆଖି ପିଛୁଳାକେ ପହଞ୍ଚତ୍ୟାଆନ୍ତି ଅନୁଷ୍ଠାନର କର୍ମକର୍ତ୍ତାମାନେ। ବିପଦ ଆପଦର ସାଥୀର ଅନ୍ୟ ନାମ ସାହିଭାଇ।
ବସ୍‌ ହେଉ କି ଟ୍ରେନରେ ଅନେକ ପାଗଳ ଓ ଅସହାୟ ମଣିଷ ପୁରୀରେ ଆସି ପହଞ୍ଚନ୍ତି। ସେମାନଙ୍କୁ ବଡ଼ଦାଣ୍ଡରୁ ନେଇ ସଫାସୁତରା କରି ରହିବା ଓ ଖାଇବାର ବ୍ୟବସ୍ଥା କରେ ଅନୁଷ୍ଠାନ।
ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେବାକୁ ପ୍ରାଥମିକତା ଦେଇଥାଏ। ଗୋପବନ୍ଧୁଙ୍କ ଜୟନ୍ତୀରୁ ସପ୍ତାହ ବ୍ୟାପୀ ସେବା କାର୍ଯ୍ୟ ‘କର୍ତ୍ତବ୍ୟ’ କରିଥାଏ। ରକ୍ତଦାନ ଶିବିର, ପରିବେଶ ସୁରକ୍ଷା, ଐତିହ୍ୟ କୀର୍ତ୍ତିରାଜିର ସରଂକ୍ଷଣ, ସ୍ବାସ୍ଥ୍ୟସେବା, ଦରିଦ୍ର ନାରାୟଣ ସେବା, ରଥଯାତ୍ରାରେ ସପ୍ତାହ ବ୍ୟାପୀ ସେବାକୁ ଗୁରୁତ୍ୱ ଦେଇଥାଏ। ଏହାର କର୍ମକର୍ତ୍ତା, ସଦସ୍ୟ ଭ୍ରାତୃତ୍ୱ, ପ୍ରେମ ସମ୍ପର୍କ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। କାହାରି ଅସୁବିଧା ପଡ଼ିଲେ ଅନ୍ୟମାନେ କାନ୍ଧ ଦେବାକୁ ପହଞ୍ଚତ୍ ଯାଆନ୍ତି। ନିକଟରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କର ଆମ୍ବୁଲାନ୍ସରେ କନ୍ୟା ସନ୍ତାନଙ୍କୁ ପ୍ରସବ କରାଇ ମାନବିକତାର ପରିଚୟ ଦେଇଛନ୍ତି। ବାଘ ଆଖଡ଼ା ମଠରେ ଥିବା ଗୋଶାଳରେ ଗୋରୁଗାଈଙ୍କ ସେବାରେ ଲାଗିଛନ୍ତି। ରାସ୍ତାକଡ଼ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଗୋରୁଗାଈଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥା’ନ୍ତି। ଶ୍ରୀକ୍ଷେତ୍ର କଳା ସଂସ୍କୃତିର ପ୍ରଚାର ତଥା ପଞ୍ଚତୀର୍ଥର ମାହାତ୍ମ୍ୟ ପ୍ରସାର ଉଦ୍ଦେଶ୍ୟରେ କିଛି ବର୍ଷ ହେଲା ପ୍ରତି ମାସରେ ଶ୍ୱେତଗଙ୍ଗା ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଆଳତି ଆରମ୍ଭ କରି ଅନେକ ଶ୍ରଦ୍ଧାଳୁଙ୍କୁ ଏକାଠି କରିବା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛନ୍ତି। ଏଥିସହିତ ପଞ୍ଚତିର୍ଥ ପୁଷ୍କରିଣୀରେ ସ୍ବଚ୍ଛତା ଅଭିଯାନ ଆୟୋଜନ କରି ସଚେତନତାର ବାର୍ତ୍ତା ଦେଉଛନ୍ତି। ସ୍କୁଲ କଲେଜ ବିଦ୍ୟାର୍ଥୀମାନଙ୍କ ଦକ୍ଷତା, ସୃଜନଶୀଳତାର ବିକାଶ, ଯୁବପିଢ଼ିଙ୍କ ଦାୟିତ୍ୱବୋଧ ସମ୍ପର୍କିତ ଆଲୋଚନାଚକ୍ର, ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଏହାର କର୍ମକର୍ତ୍ତା ସଦସ୍ୟମାନେ କେବଳ ନିଜ କାର୍ଯ୍ୟରେ ସୀମିତ ନ ରହି ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଯୋଡ଼ି ହୋଇ ସମାଜସେବାରେ ଲାଗିଛନ୍ତି। ବ୍ରଜବନ୍ଧୁ ମହାରଣା ଏହାର କାର୍ଯ୍ୟକାରୀ ସଭାପତି, ଚନ୍ଦ୍ରଶେଖର ମିଶ୍ର ସମ୍ପାଦକ ରହିଥିବା ବେଳେ ଶହେରୁ ଊଦ୍ଧର୍‌ବ ସଦସ୍ୟ ଅଛନ୍ତି। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମ୍ମାନିତ ହୋଇଛି।

– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri