Posted inଫୁରସତ

ସେବା, ସମର୍ପଣର ଅନ୍ୟ ନାମ ସାହିଭାଇ

“ବସୁଧୈବ କୁଟୁମ୍ବକମ୍‌” ମନ୍ତ୍ରରେ ଅନୁପ୍ରାଣିତ ପୁରୀ ସହରର ଯୁବ ସାମାଜିକ ଅନୁଷ୍ଠାନ ସାହିଭାଇ। ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ପଥରେ ଅନୁଷ୍ଠାନର ସଭ୍ୟାସଭ୍ୟ ସମର୍ପିତ। ସହଯୋଗ ଓ ସମର୍ପଣଭାବ ନେଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ସେମାନେ ଆଉ ସାଉଁଟୁଛନ୍ତି ପ୍ରଶଂସା।
୨୦୧୩ ମସିହାରୁ ବାଲିସାହି ମା’ ବରାହୀଙ୍କ ପୀଠରୁ ଜନ୍ମିତ ଏ ଅନୁଷ୍ଠାନକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଯାଇଛି। ଏହା ଏକ ପରିବାର ଓ ଶିକ୍ଷାନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏବେ ଓଡ଼ିଶାର ବିଭିନ୍ନ ଜିଲାରେ ନିଜର ନିଆରା କାର୍ଯ୍ୟ ପାଇଁ ପରିଚୟ ସୃଷ୍ଟି କରିଛି ଏହି ଅନୁଷ୍ଠାନ। ”ପ୍ରଭାତଫେରିଠୁ ବକୁଳବନ ଚାଲ“ ସାହିଭାଇକୁ ଦିଏ ଏକ ସ୍ବତନ୍ତ୍ର ପରିଚୟ। ବାଳକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଡ଼ିହୁଅନ୍ତି। ଅଜଣା ଅସହାୟ ଶବକୁ କାନ୍ଧରେ ବୋହି ନେଇ ରୀତି ନୀତି ମୁତାବକ ମୁଖାଗ୍ନି ଦେଇ ଜନ୍ମ କଲା ପୁଅ ନ ହୋଇ ମଧ୍ୟ ଶେଷ କର୍ମରେ ପୁଅର ସମ୍ପୂର୍ଣ୍ଣ କର୍ତ୍ତବ୍ୟ କରନ୍ତି ଅନୁଷ୍ଠାନର କର୍ମକର୍ତ୍ତା। ଏପରିକି ତିଳତର୍ପଣ ସହ ବ୍ରହ୍ମଣ ଭୋଜନ ମଧ୍ୟ ଦିଆଯାଏ। ଅନୁଷ୍ଠାନର ଏ ଶେଷସାଥୀ ସେବାକୁ ବେଶ୍‌ ସମର୍ଥନ ଦିଅନ୍ତି ପୁରୀବାସିନ୍ଦା। ରାତି ହେଉକି ଦିନ, ମେଡିକାଲରେ ଚିକିତ୍ସାଧୀନ ଓ ସାହାଯ୍ୟ ଚାହୁଁଥିବା ରୋଗୀଟିଏ ଯେବେ ସାହିଭାଇର ସାହାଯ୍ୟ ଖୋଜନ୍ତି ଆଖି ପିଛୁଳାକେ ପହଞ୍ଚତ୍ୟାଆନ୍ତି ଅନୁଷ୍ଠାନର କର୍ମକର୍ତ୍ତାମାନେ। ବିପଦ ଆପଦର ସାଥୀର ଅନ୍ୟ ନାମ ସାହିଭାଇ।
ବସ୍‌ ହେଉ କି ଟ୍ରେନରେ ଅନେକ ପାଗଳ ଓ ଅସହାୟ ମଣିଷ ପୁରୀରେ ଆସି ପହଞ୍ଚନ୍ତି। ସେମାନଙ୍କୁ ବଡ଼ଦାଣ୍ଡରୁ ନେଇ ସଫାସୁତରା କରି ରହିବା ଓ ଖାଇବାର ବ୍ୟବସ୍ଥା କରେ ଅନୁଷ୍ଠାନ।
ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେବାକୁ ପ୍ରାଥମିକତା ଦେଇଥାଏ। ଗୋପବନ୍ଧୁଙ୍କ ଜୟନ୍ତୀରୁ ସପ୍ତାହ ବ୍ୟାପୀ ସେବା କାର୍ଯ୍ୟ ‘କର୍ତ୍ତବ୍ୟ’ କରିଥାଏ। ରକ୍ତଦାନ ଶିବିର, ପରିବେଶ ସୁରକ୍ଷା, ଐତିହ୍ୟ କୀର୍ତ୍ତିରାଜିର ସରଂକ୍ଷଣ, ସ୍ବାସ୍ଥ୍ୟସେବା, ଦରିଦ୍ର ନାରାୟଣ ସେବା, ରଥଯାତ୍ରାରେ ସପ୍ତାହ ବ୍ୟାପୀ ସେବାକୁ ଗୁରୁତ୍ୱ ଦେଇଥାଏ। ଏହାର କର୍ମକର୍ତ୍ତା, ସଦସ୍ୟ ଭ୍ରାତୃତ୍ୱ, ପ୍ରେମ ସମ୍ପର୍କ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। କାହାରି ଅସୁବିଧା ପଡ଼ିଲେ ଅନ୍ୟମାନେ କାନ୍ଧ ଦେବାକୁ ପହଞ୍ଚତ୍ ଯାଆନ୍ତି। ନିକଟରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କର ଆମ୍ବୁଲାନ୍ସରେ କନ୍ୟା ସନ୍ତାନଙ୍କୁ ପ୍ରସବ କରାଇ ମାନବିକତାର ପରିଚୟ ଦେଇଛନ୍ତି। ବାଘ ଆଖଡ଼ା ମଠରେ ଥିବା ଗୋଶାଳରେ ଗୋରୁଗାଈଙ୍କ ସେବାରେ ଲାଗିଛନ୍ତି। ରାସ୍ତାକଡ଼ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଗୋରୁଗାଈଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥା’ନ୍ତି। ଶ୍ରୀକ୍ଷେତ୍ର କଳା ସଂସ୍କୃତିର ପ୍ରଚାର ତଥା ପଞ୍ଚତୀର୍ଥର ମାହାତ୍ମ୍ୟ ପ୍ରସାର ଉଦ୍ଦେଶ୍ୟରେ କିଛି ବର୍ଷ ହେଲା ପ୍ରତି ମାସରେ ଶ୍ୱେତଗଙ୍ଗା ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଆଳତି ଆରମ୍ଭ କରି ଅନେକ ଶ୍ରଦ୍ଧାଳୁଙ୍କୁ ଏକାଠି କରିବା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଛନ୍ତି। ଏଥିସହିତ ପଞ୍ଚତିର୍ଥ ପୁଷ୍କରିଣୀରେ ସ୍ବଚ୍ଛତା ଅଭିଯାନ ଆୟୋଜନ କରି ସଚେତନତାର ବାର୍ତ୍ତା ଦେଉଛନ୍ତି। ସ୍କୁଲ କଲେଜ ବିଦ୍ୟାର୍ଥୀମାନଙ୍କ ଦକ୍ଷତା, ସୃଜନଶୀଳତାର ବିକାଶ, ଯୁବପିଢ଼ିଙ୍କ ଦାୟିତ୍ୱବୋଧ ସମ୍ପର୍କିତ ଆଲୋଚନାଚକ୍ର, ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଏହାର କର୍ମକର୍ତ୍ତା ସଦସ୍ୟମାନେ କେବଳ ନିଜ କାର୍ଯ୍ୟରେ ସୀମିତ ନ ରହି ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଯୋଡ଼ି ହୋଇ ସମାଜସେବାରେ ଲାଗିଛନ୍ତି। ବ୍ରଜବନ୍ଧୁ ମହାରଣା ଏହାର କାର୍ଯ୍ୟକାରୀ ସଭାପତି, ଚନ୍ଦ୍ରଶେଖର ମିଶ୍ର ସମ୍ପାଦକ ରହିଥିବା ବେଳେ ଶହେରୁ ଊଦ୍ଧର୍‌ବ ସଦସ୍ୟ ଅଛନ୍ତି। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମ୍ମାନିତ ହୋଇଛି।

– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?