ହାତ ମାରିଲେ ଉଠିଯାଉଛି ପିଚୁ

ମୋରଡ଼ା,୯ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ୍‌ ଅନ୍ତର୍ଗତ କମାରଡ଼ିହା ଗ୍ରାମ ପଞ୍ଚାୟତର ରାଣୀସରାଇ ଗ୍ରାମର କାନ୍ଥି ପିଡ୍‌ବ୍ଳ୍ୟୁଡି ରାସ୍ତାଠାରୁ ନାରାଙ୍ଗ ବାଜ ସଂଯୋଗ ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗର ରାସ୍ତା କାମ ନିମ୍ନମାନର ହୋଇଛି। କାମ କରିବାର ମାତ୍ର ୪ ଦିନ ପରେ ରାସ୍ତାରୁ ପିଚୁ ଉଠି ଗଲାଣି। ଫଳରେ ରାସ୍ତାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପଡ଼ିଥିବା ପିଚୁକୁ ଉଠାଯାଇ ପୁନର୍ବାର ଭଲ ଭାବେ ପିଚୁ ବିଛାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଞ୍ଜୀବ ସେନାପତିଙ୍କୁ ପଚାରିବାରୁ ପ୍ରାୟ ତେର ଲକ୍ଷ ଅଟକଳରେ ହେଉଥିବା ଉକ୍ତ କାର୍ଯ୍ୟକୁ ସେ ନିଜେ ଅନୁଧ୍ୟାନ କରିଛନ୍ତି। କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ସେ ସ୍ବୀକାର କରିଛନ୍ତି। ପୁନର୍ବାର ରାସ୍ତା କାର୍ଯ୍ୟ କରାଯିବ ବୋଲି ଠିକାଦାରଙ୍କୁ କହିଛନ୍ତି। ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ ସରୁନି

ଭୁବନ, ୧୧।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ଲାଗି ୨୦୧୪ରୁ ଆରମ୍ଭ ହୋଇଥିଲା କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ।...

ଆଜି ଦର୍ଶନ ଦେବେ ରଥାରୂଢ଼ ଦାରୁଦିଅଁ

ପୁରୀ ଅଫିସ,୧ା୭: ଆଷାଢ଼ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଶୁକ୍ରବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ...

୪ରୁ ଭିତରକନିକାରେ ହେବ କୁମ୍ଭୀର ଗଣନା

ରାଜନଗର,୩ା୧(ଡି.ଏନ୍‌.ଏ.):ଭିତରକନିକାରେ ବିରଳ ବଉଳା କୁମ୍ଭୀରଙ୍କ ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଏହାର ବାହାରେ ଥିବା ନଦୀ ନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ। କୁମ୍ଭୀର...

ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ  କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା...

କରୋନା ପଜିଟିଭ୍‌ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଖୋର୍ଦ୍ଧା ଅଫିସ,୧୮ା୬: ଖୋର୍ଦ୍ଧା ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଅନୁଯାୟୀ...

କରୋନା ମୁକାବିଲା ଲାଗି ପ୍ରସ୍ତୁତି ବୈଠକ : ପ୍ରତି ପଞ୍ଚାୟତରେ ଖୋଲିବ ଆଇସୋଲେଶନ କେନ୍ଦ୍ର

ରାଇକିଆ,୧୬।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହଠାରେ ସୋମବାର କରୋନା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ଲୋକେ ସଚେତନ ରହିବା...

କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଓୟୁଏଟି କୁଳପତିଙ୍କୁ ଦାବିପତ୍ର

ଭବାନୀପାଟଣା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଓୟୁଏଟି ଭାଇସ୍‌ଚାନ୍ସେଲର ପ୍ରଫେସର ପବନ କୁମାର ଅଗ୍ରୱାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ରାମଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ...

ବର୍ଷାଜଳ ନିଷ୍କାସନ ପାଇଁ ରାସ୍ତା ଅବରୋଧ: ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ଅବରୋଧ

ବିଞ୍ଝାରପୁର, ୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା- ପରବଦା ଅଞ୍ଚଳରେ ଚାଷ ଜମିରୁ ଜଳ ନିଷ୍କାସିତ ହୋଇପାରୁ ନାହଁି। ଫଳରେ ଶହଶହ ହେକ୍ଟର ଚାଷଜମିରୁ ଧାନ...

Advertisement
Archives

Model This Week