Posted inଫୁରସତ

୧୦ ଟନ୍‌ ଟ୍ରକ୍‌ ଟାଣି ଦିବ୍ୟାଙ୍ଗଙ୍କ ରେକର୍ଡ

ଇଂଲଣ୍ଡ: ନିଜ ମନୋବଳ ଦୃଢ଼ ଥିଲେ, ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରେ। ଜଣେ ଦିବ୍ୟାଙ୍ଗ ଏହାକୁ ପ୍ରମାଣ କରିଦେଇଛନ୍ତି। ଚିପେନହାମ୍‌ର ୩୬ ବର୍ଷୀୟ ଡେଭ୍‌ ୱାଲ୍‌ସ ହୁଇଲ ଚେୟାରରେ ବସି ୧୦ ଟନର ଟ୍ରକ୍‌କୁ ଟାଣି ଗିନିଜ୍‌ ୱାଲର୍‌ଡ ରେକର୍ଡ କରିଛନ୍ତି। ତାଙ୍କ ପୂର୍ବ ରେକର୍ଡଠାରୁ ଏହା ୫ ଗୁଣ ଅଧିକ ଥିଲା। ରିପୋର୍ଟ ମୁତାବକ, ଡେଭ୍‌ଙ୍କୁ ମଲ୍ଟିପଲ ସ୍କେରୋସିସ୍‌ ହୋଇଥିବା ୨୦୧୪ରେ ଜାଣିବାକୁ ପାଇଥିଲେ। ଏହା ଫଳରେ ତାଙ୍କ ଅଣ୍ଟାଠାରୁ ଶରୀରର ତଳ ଭାଗ କାମ କରିବା ବନ୍ଦ କରିଦେଇଥିଲା। ତାଙ୍କୁ ଏଥିପାଇଁ ହୁଇଲ ଚେୟାରର ସାହାରା ନେବାକୁ ପଡ଼ିଲା। ସେ ଆଉ କୌଣସି ଖେଳ ଖେଳି ପାରିଲେନି। ଏସବୁ ପାଇଁ ସେ ଡିପ୍ରେଶନକୁ ଚାଲିଗଲେ। ୨୦୧୭ ବେଳକୁ ସେ ଦିବ୍ୟାଙ୍ଗମାନଙ୍କ ଅନେକ ଖେଳ ଦେଖିବାକୁ ଲାଗିଲେ। ଏହା ପରେ ତାଙ୍କ ମନୋବଳ ଦୃଢ଼ ହେବାକୁ ଲାଗିଲା। ସେ ଆଉ ଅଟକିଲେନି। ତାଙ୍କର ଜଣେ ସାଙ୍ଗଠାରୁ ସେ ଟ୍ରେନିଂ ନେବାକୁ ଲାଗିଲେ। ସେ ଟ୍ରକ୍‌କୁ ଟାଣିପାରିବେନି ବୋଲି ଦିନେ ତାଙ୍କ ସାଙ୍ଗ କହିଲେ। ଡେଭ୍‌ ତାଙ୍କୁ ଭୁଲ୍‌ ପ୍ରମାଣିତ କରିବାକୁ ହୁଇଲ ଚେୟାରରେ ବସି ୧୦ ଟନ୍‌ ଟ୍ରକ୍‌ ଟାଣିଲେ ଏବଂ ଗିନିଜ୍‌ ବୁକ୍‌ରେ ନିଜ ନାମ ଲେଖାଇଲେ। ହେଲେ ସେ ୧୭ ଟନ୍‌ ଟ୍ରକ ଟାଣିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଅଧିକ ଟନ୍‌ ବାଲା ଟ୍ରକ ଟାଣିବାକୁ ଦିଆଗଲାନି।


Enter your email to get our daily news in your inbox.

All Right Reserved By Dharitri.Com

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri